
ନୂଆଦିଲ୍ଲୀ: 50 ମିଟର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ଭାରତର ସ୍ଵପ୍ନିଲ କୁସାଲେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ 590 ସ୍କୋର ସହିତ ସପ୍ତମ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଭାରତୀୟ ଐଶ୍ୱର୍ଯ୍ୟ ପ୍ରତାପ ସିଂ 11 ନମ୍ବରରେ ରହିଛନ୍ତି। ସେ ଟପ୍ -8 ରେ ସ୍ଥାନ ପାଇନଥିବାରୁ ଫାଇନାଲକୁ ଯିବାକୁ ବଞ୍ଚିତ ହୋଇଛନ୍ତି।