Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ସମ୍ବର୍ଦ୍ଧନା ଉତ୍ସବ ସହିତ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍
ଆଜିର ଖବର

ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ସମ୍ବର୍ଦ୍ଧନା ଉତ୍ସବ ସହିତ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍

August 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଓଡିଶା ମାଟିର ଗୌରବ ସମ୍ମାନ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀ, ପ୍ରଯୋଜକ ଧିରେନ ତ୍ରିପାଠୀ, କାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନାଙ୍କ ସହିତ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁ, ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପ୍ରଯୋଜକ ପ୍ରୀତମ, ନିର୍ଦ୍ଦେଶକ ତାପସ ସରଘରିଆ, ରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

ଅନୁରାଗ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ ଉତ୍ସବରେ ମା ଧନଲକ୍ଷ୍ମୀ ପ୍ରଡ଼କସନ୍ସ ବିଷୟରେ ମନ୍ତବ୍ୟ ଦେଇଥିଲେ। ଆଜି ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସିମ୍ରନ ଦାସ, ଆଦି, ଦିବ୍ୟା, ରାକେଶ, ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, କୁକିଜ୍ ସ୍ୱାଇଁ, ସୁମନ ପଟ୍ଟନାୟକ, ହିରଣ୍ମୟୀ, ଜୀବନ ପଣ୍ଡା, ବ୍ରଜ ସିଂ, ଗୁଡ୍ଡୁ, ହରିହର ଦାସ, ବ୍ଲାକ ରବି, ଦେବସ୍ମିତା ପଣ୍ଡା, ଦେବଯାନୀ, ହରିହର ମହାପାତ୍ର, ରବି ମିଶ୍ର, ନିକିତା ପାତ୍ର, ପ୍ରତିଭା ପଣ୍ଡା ଆଦି ଅନେକ ପ୍ରତିଷ୍ଠିତ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା।

ତା’ସହିତ ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ଦ୍ଵିତୀୟ ଅବଦାନ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଧିରେନ, ରାକେଶ, ପ୍ରିୟଙ୍କା ସାହୁ ଓ ପ୍ରିୟଙ୍କା ପାଣିଗ୍ରାହୀ ଅଭିନେତ୍ରୀ ସହ ଗୁଡ୍ଡୁ, ଲଲାଟ, ସୁଶାନ୍ତ, ଶୁଶୁ କମେଡିନ୍ ଆଉ ମୁଖ୍ୟ ଭିଲିଆନ ରମେଶ ନାୟକ (ରାବଣ) ଅଭିନୟ କରିଛନ୍ତି। ଏହାର ପ୍ରଯୋଜନା କରିଛନ୍ତି ଧିରେନ ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳୀ ପ୍ରସାଦ ପଣ୍ଡା। ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀ, ବିଷ୍ଣୁ ମୋହନ କବି, ତାରିକ ଅଜିଜ, ଅନ୍ତରା ଚକ୍ରବର୍ତ୍ତୀ, ଅର୍ପିତା ପଣ୍ଡା। ମଞ୍ଚ ପରିଚାଳନା ରେ କେପି ଏବଂ ଗୁଡ୍ଡୀ ଥିଲେ।

ଟ୍ରେଲର ରିଲିଜ୍ ସମ୍ବର୍ଦ୍ଧନା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.