Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଳ୍ପମନ୍ତ୍ରୀଙ୍କ ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ: ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱାରୋପ
ଆଜିର ଖବର

ଶିଳ୍ପମନ୍ତ୍ରୀଙ୍କ ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ: ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱାରୋପ

August 3, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଶୁକ୍ରବାର ଅପରାହ୍ଣରେ ୪ଟାରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ବରୁଣେଇ ସ୍ଥିତ ଶିଳ୍ପାଞ୍ଚଳ ଗସ୍ତକରି ବିଭିନ୍ନ ଶିଳ୍ପକେନ୍ଦ୍ର ପରିଦର୍ଶନ କରିବା ସଙ୍ଗେସଙ୍ଗେ ସେସବୁର  ସମୀକ୍ଷା କରିଛନ୍ତି। ଇଡ଼କୋ ଡିଭିଜନାଲ କାର୍ଯ୍ୟାଳୟରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସହ ଖୋର୍ଦ୍ଧାର ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଚାରା ରୋପଣ କରିଛନ୍ତି। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଖୋରଧାର ବରୁଣେଇ ଶିଳ୍ପାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଅପରାହ୍ନରେ ସେଠାରେ ପ୍ରସିଦ୍ଧ ବରୁଣେଇସ୍ଥିତ ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ସଂପୃକ୍ତ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ପରେ ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ଶିଳ୍ପ ପ୍ରକଳ୍ପ ଓ ଶିଳ୍ପ ପ୍ରତିଷ୍ଠା ଉପରେ ସମୀକ୍ଷା କରିବା ସହ ବିଭିନ୍ନ ଉଦ୍ୟୋଗ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ। ଜିଲ୍ଲାର ମୁଣ୍ଡାମ୍ବା, କାଳୀବାଟୀ ଏବଂ ଭୂଇଁପୁରରେ ବିଭିନ୍ନ ଉଦ୍ୟୋଗରେ ପ୍ରାୟ ୬ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାର ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ପ୍ରାୟ ୧୩ ହଜାର ଯୁବକଯୁବତୀ ନିଯୁକ୍ତି ପାଇପାରିବେ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେହିଭଳି ଖୋରଧା ତହସିଲ ଅନ୍ତର୍ଗତ ଏକ ହଜାର ଏକର, ବୋଲଗଡ଼ର ୬୦୦ ଏକର ଏବଂ ବେଗୁନିଆର ୭୦୦ ଏକର ଜମିରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେବା ରାଜ୍ୟର ଯୁବକଯୁବତୀ ମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଥିଲେ।

ଉକ୍ତ ବୈଠକରେ ଯୋଗଦେଇ ଖୋରଧା ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ ଯେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ହେଲେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ବରୁଣେଇ ଓ ଖୋରଧା ସହରର ବିକାଶ କ୍ଷେତ୍ରରେ ଏହି ଉଦ୍ୟୋଗଗୁଡ଼ିକ ସହଯୋଗ କରିବେ। ଖୋରଧା ଭଳି ବୀର ମାଟିରେ ସ୍ମୃତି ରକ୍ଷା କ୍ଷେତ୍ରରେ ବିଭିନ୍ନ ସଂସ୍ଥା ସହଯୋଗ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ସଂପୃକ୍ତ ଅଞ୍ଚଳକୁ ଯୋଗାଯୋଗ, ପାର୍କିଂ, ଆଲୋକୀକରଣ, ସାଧାରଣ ସୁବିଧା ଉପଲବ୍ଧ କରିବା ନିମନ୍ତେ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ଜଗଦେବ ପ୍ରତିଶ୍ରୁତି ଦେଇଥିଲେ ।ସେହିଭଳି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ସେମାନଙ୍କ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିବା ସହ ଏଥି ନିମନ୍ତେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ମନ୍ତ୍ରୀଙ୍କ ଏହି ଗସ୍ତ ଓ ସମୀକ୍ଷା ବୈଠକ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା,ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ/ ଭୂପିନ୍ଦର ସିଂ ପୁନିଆ,ଭାପ୍ରସେ। ଏମଡି ଇଡକୋ /  ସୁଶ୍ରୀସ୍ମିତା ପ୍ରଧାନ, ଆସିଷ୍ଟାଣ୍ଟ ମାନେଜର, ଇଡକୋ /ହେମାବତୀ ପାତ୍ର, ଡିଭିଜନ ହେଡ଼, ଇଡକୋ/ ପ୍ରଜ୍ଞାଦାରା ମିଶ୍ର, ସି ଜି ଏମ,ଭୂମି/ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ/ଉପାଧ୍ୟକ୍ଷ ଗୋପୀନାଥ ମହାରଣା/ଖୋରଧାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଏବଂ  ସାଫଲ୍ୟମଣ୍ଡିତ ପ୍ରଧାନ/ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି/ଖୋରଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ/ଭୁବନେଶ୍ୱର ଉପଜିଲ୍ଲାପାଳ ନୀତିଶ ତ୍ରିପାଠୀ/ ମାନସ ରଞ୍ଜନ ସ୍ଵାଇଁ , ତହସିଲଦାର ଖୋର୍ଦ୍ଧା/ଓମ ପ୍ରକାଶ ଶତପଥି,ଟି . ଏଲ.  ଆଇ.  ପି . ଇ ଇଡ୍‌କୋ, ଶିଳ୍ପ ବିଭାଗ / ଜିତେନ୍ଦ୍ରିୟ  ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୂବନେଶ୍ଵର/ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026

ଇଚ୍ଛାପୁରରେ ୨୨ତମ ବିଶ୍ୱଶାନ୍ତି ଶୈବଯାଗ ଓ ଏକଲକ୍ଷ ଆଠ ଦୀପ ମହାଯଜ୍ଞ 

February 22, 2026
Latest News

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.