Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସନ୍ଧ୍ୟା ୬: ୩୦ ରେ ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ
ଆଜିର ଖବର

ଆଜି ସନ୍ଧ୍ୟା ୬: ୩୦ ରେ ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ

August 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ ରିଆଲିଟି ସୋ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ସଂସ୍କୃତି, ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଥିଲା ଓଡିଶାର ନମ୍ବର ୧ ରିଆଲିଟି ସୋ’ ‘ରଜ କୁଇନ’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତା ଓ ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହୋଇଥିଲା ରଜ କୁଇନ ସାରା ଓଡ଼ିଶାରୁ ଅନେକ ପ୍ରତିଯୋଗୀ ଏହି ସୋ’ ରେ ଭାଗ ନେବା ସହିତ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଯାହା ଏବେ ଚରମ ସୀମାରେ। ସଫଳତା ସହ ଅନେକ ଦିନ ଧରି ଲୋକଙ୍କୁ ମନୋରଞ୍ଜନ ଯୋଗାଇବା ପରେ ଏବେ ‘ରଜ କୁଇନ’ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ। ଜୀ ସାର୍ଥକ ନେଇ ଆସୁଛି ଆଜି ସନ୍ଧ୍ୟା ୬.୩୦ ମିନିଟରେ ‘ରଜକୁଇନ’ ଗ୍ରାଣ୍ଡ ଫାଇନାଲ ୨୦୨୪। ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟରେ ୧୩ ଜଣ ପ୍ରତିଯୋଗୀ ରହିଥିବାବେଳେ କିଏ ସାଜିବ ୨୦୨୪ର ରଜ କୁଇନ ? କାହାର ଗୁଣ, କାହାର ପ୍ରଦର୍ଶନ, କହାର ପରିଶ୍ରମ ଅଧିକ ରଙ୍ଗ ଆଣୁଚି ତାହା ଦେଖିବାକୁ ବାକି ରହିଲା। ଫାଇନାଲରେ ୧୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଯିବ କଡ଼ା ମୁକାବିଲା।

୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା । ଏହି ସୋ’ କୁ ଆହୁରି ଖାସ କରିବା ପାଇଁ ଆମ ସହ ଯୋଡ଼ି ହେବାକୁ ଯାଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଅଭିନେତା ସ୍ବରାଜ ତାଙ୍କ ସହ ଅଭିନେତ୍ରୀ ସୂର୍ୟମୟୀ ଓ ମଣ୍ଟୁ। ଏତିକି ନୁହଁ ସମସ୍ତଙ୍କୁ ନିଜ ସ୍ୱର ଯାଦୁରେ ମତୁଆଲା କରିବେ ଅସୀମା ପଣ୍ଡା,ଅନ୍ତରା, କୁଲଦୀପ ଓ କ୍ରୀଷ୍ଣା ବେଉରା। ଏହା ସହିତ ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି ମଧ୍ୟ ଆମକୁ ଖୁବ୍ ହସାଇବେ। ଏହା ସହିତ ଆମର ପ୍ରିୟର ଜଜ୍ ଲିପି, ଶ୍ରୀତମ ଓ ସୁଜିତଙ୍କ ପରଫରମାନ୍ସ ସହିତ ୪ଜଣ ମେଣ୍ଟର ଅନନ୍ୟା,ସୁମନ, ସ୍ମୃତିରେଖା ଅଙ୍କିତାଙ୍କ ପରଫରମାନ୍ସ ରହିଛି।

ତେବେ ଆଜି ସନ୍ଧ୍ୟା ୬.୩୦ ମିନିଟରେ ଜୀ ସାର୍ଥକରେ ଯୋଡ଼ି ହେବା ସହ ରଜ କୁଇନ ଗ୍ରାଣ୍ଡ ଫାଇନାଲକୁ ଦେଖି ପ୍ରତିଯୋଗୀଙ୍କୁ ଭଲପାଇବା ସହ ଆଶୀର୍ବାଦ ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

grand finale rajo queen ଗ୍ରାଣ୍ଡ ଫିନାଲେ ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Latest News

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.