Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬୨ ତମ ପ୍ରତିଷ୍ଠା ଦିବସ ପାଳନ କଲା ଭୁବନେଶ୍ବରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ
ଆଜିର ଖବର

୬୨ ତମ ପ୍ରତିଷ୍ଠା ଦିବସ ପାଳନ କଲା ଭୁବନେଶ୍ବରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ

August 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
୬୨ ତମ ପ୍ରତିଷ୍ଠା ଦିବସ ପାଳନ କଲା ଭୁବନେଶ୍ବରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ ଆଜି ପ୍ରତିଷ୍ଠାନ ପରିସରରେ ଥିବା ନୂତନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଏନ୍ ସିଇଆର୍ ଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସର୍ବଦା ସଂସ୍କୃତିର ପ୍ରସାର ଓ ପୃଷ୍ଠପୋଷକତା କରିଥାଏ ବୋଲି ମତଦେଇ, କେବଳ ସାର୍ଟିଫିକେଟ୍ କି ଡିଗ୍ରୀରେ ଶିକ୍ଷା ବ୍ୟବସ୍ଥାକୁ ସୀମିତ ନ ରଖି ଏହାକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ସର୍ବଭାରତୀୟ ସ୍ତରରେ ସ୍ଥାପିତ ଏନ୍ ସିଇଆର୍ ଟି ଓ ଏହାର ପାଞ୍ଚଟି ସକ୍ରିୟ ଶାଖା ଭୁବନେଶ୍ୱର, ଭୋପାଳ, ଆଜମେର, ମୈସୁର ଓ ଶିଲଂରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ।

ଜାତୀୟ ଶିକ୍ଷାନୀତି ୨୦୨୦ ରେ ପ୍ରତିଫଳିତ ଭାରତୀୟ ଶିକ୍ଷାବ୍ୟବସ୍ଥାର ନବକଳେବରକୁ ପ୍ରତ୍ୟେକ ଶିକ୍ଷାର୍ଥୀ ଅନୁଭବ କରିବା ସହ ଏହାର ପ୍ରତିପୃଷ୍ଠା କିଭଳି ଶିକ୍ଷାର ଆଲୋକବର୍ତ୍ତିକା ସେହି ବାର୍ତ୍ତା ପହଞ୍ଚାଇବାକୁ ନିବେଦନ କରିବା ସହ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୂବନେଶ୍ୱର ଚଳିତବର୍ଷ ସର୍ବଭାରତୀୟ ନାମଲେଖା ଚୟନ ପରୀକ୍ଷା ସଫଳତାର ସହ କରାଇଥିବାରୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ।

ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିଲ୍ଲୀ ଦକ୍ଷତା ଓ ଉଦ୍ୟମିତା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ନାଗାୱତ୍ କହିଲେ ଯେ, ଷାଠିଏ ଦଶକରେ ଗୋଟିଏ ଖବର ପହଞ୍ଚିବା କି ଘଟଣା ଜାଣିବା ଥିଲା ସମୟ ସାପେକ୍ଷ ଅଥଚ ଏକବିଂଶ ଶତାବ୍ଦୀରେ ମୁହୂର୍ତ୍ତକ ମଧ୍ୟରେ ଆମେ ଦେଶଦୁନିଆର ସବୁକିଛି ଜାଣିପାରୁଛେ ଯାହା ସମ୍ଭବ ହୋଇଛି କେବଳ ଶିକ୍ଷା ଓ ବୈଷୟିକ ଜ୍ଞାନ କୌଶଳର ସଫଳତା ହେତୁ।

କୃତ୍ରିମ ବୁଦ୍ଧିମତାର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ଗୁରୁତ୍ୱଦେଇ ସେ ଏହାର ସତୁପଯୋଗ ଉପରେ ସମସ୍ତଙ୍କୁ ନିବେଦନ ଜଣାଇଥିଲେ। ଡକ୍ଟର କଳିଙ୍ଗ କେତକୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଗ୍ରୱାଲ ବାଷଠି ବର୍ଷର ଶିକ୍ଷା ଓ ସଫଳତା ଯାତ୍ରା ବିଷୟରେ ଅବଗତ କରାଇଥିଲେ।  ଏହି ଅବସରରେ ପ୍ରତିଷ୍ଠାନ ପରିସରରେ ବାଷଠିଟି ଚାରାରୋପଣ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ ହୋଇଥିଲା।

ଏହି ଅବସରରେ ଦିଲ୍ଲୀ ଦକ୍ଷତା ଓ ଉଦ୍ୟମତା ବିଶ୍ୱବିଦ୍ୟାଳୟର ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା।  ଛାତ୍ରଛାତ୍ରୀଗଣ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।  ପ୍ରତିଷ୍ଠାନର ଡିନ୍ ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଶାସନିକ ଅଧିକାରୀ ସୁଶାନ୍ତ କୁମାର ରାଉତ ଧନ୍ୟବାଦ ଅପର୍ଣ କରିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.