ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତାଳଚେର ପୌରାଞ୍ଚଳ ନିର୍ବାଚିତ ସଦସ୍ୟଗଣ

Published: Aug 5, 2024, 9:38 pm IST

ଭୁବନେଶ୍ବର: ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ରେ ତାଳଚେର ଓ କଣିହାଁ ବ୍ଲକ ଏବଂ ତାଳଚେର ମୁନିସିପାଲିଟି ର ଅଧକ୍ଷ ଉପାଧ୍ୟାକ୍ଷ ଓ ସଭ୍ୟମାନେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଥିଲେ।

ତାଳଚେର ଅଂଚଳ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେମାନେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ତାଳଚେର ଅଂଚଳରେ ଦଳ ର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ।

Related posts