ଭିନେଶଙ୍କୁ ବଳ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଆପଣ ଚାମ୍ପିୟନଙ୍କ ମଧ୍ୟରେ ଚାମ୍ପିୟନ

Published: Aug 7, 2024, 6:14 pm IST

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି;

“ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା। ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର‌୍ୟ୍ୟର ପ୍ରତୀକ ଅଟନ୍ତି । ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି।
ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ।

Related posts