Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ପିଏମ୍‌-ପୋଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର, ଭାଗ ନେଲେ ୮୦୦ ପାଚିକା
ଆଜିର ଖବର

ସରିଲା ପିଏମ୍‌-ପୋଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର, ଭାଗ ନେଲେ ୮୦୦ ପାଚିକା

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୋଷଣ ପକ୍ଷ
ଆଜିଠୁ ‘୮ମ ପୋଷଣ ପକ୍ଷ ୨୦୨୬’

ଭୁବନେଶ୍ୱର: ଶେଷ ହୋଇଛି ପାଚିକା ତଥା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର। ଜୁଲାଇ ୭ ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି ପ୍ରଶିକ୍ଷଣ ଶିବିରରେ ୮୦୦ ପାଚିକା ତଥା ସହାୟିକା ୮ ଟି ପର୍ଯ୍ୟାୟରେ ତାଲିମ୍‌ ଗ୍ରହଣ କରିଛନ୍ତି । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଚିକା ତଥା ସହାୟିକାଙ୍କୁ ନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପାଚିକା ତଥା ସହାୟିକା ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ଓଡ଼ିଶାର ପ୍ରତି ଜିଲ୍ଲାରେ କାର୍ଯ୍ୟରତ ୧ ଲକ୍ଷ ୯ ହଜାର ପାଚିକା ତଥା ସହାୟିକାଙ୍କ ମଧ୍ୟରୁ ୮୦୦ ଜଣଙ୍କୁ ଚୟନ କରାଯାଇଥିଲା। ଭାରତ ସରକାରଙ୍କ ପିଏମ୍‌-ପୋଷଣ, ୟୁଏନ୍‌ ୱାଲର୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ଏବଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପିଲାମାନଙ୍କୁ କିଭଳି ସ୍ୱାସ୍ଥ୍ୟକର, ପୁଷ୍ଟିକର ପୋଷଣଯୁକ୍ତ ମଧ୍ୟାହ୍ନ ଭୋଜନ ଯୋଗାଇଦିଆଯିବା ନେଇ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଓଡ଼ିଶା ରାଜ୍ୟ ପିଏମ୍‌-ପୋଷଣ ନୋଡ଼ାଲ୍‌ ଅଫିସର ଶ୍ରୀ ରଘୁରାମ ଆୟର୍‌ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ରକ୍ତହୀନତା ଏବଂ ଅପପୃଷ୍ଟି ରୋଗର ଦୂରୀକରଣ ପାଇଁ ପୁଷ୍ଟିକର ମଧ୍ୟାହ୍ନ ଭୋଜନର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ କର୍ମଶାଳା ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ରନ୍ଧନ ପ୍ରଣାଳୀ କିଭଳି ସହାୟକ ହୋଇପାରିବ ସେ ନେଇ ଆଲୋକପାତ କରିଛନ୍ତି।

ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ସିଂହ ସୁରକ୍ଷିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ଫୋସ୍‌ ଟ୍ୟାକ୍‌ (ଏଞ୍ଚଟ Tଚ୍ଚc) ଟ୍ରେନିଂ ପରେ ଫୁଡ୍‌ ସେଫଫି ସୁପରଭାଇଜର୍‌ ପ୍ରମାଣପତ୍ର ଗ୍ରହଣ କରିବାର ଉପାୟ ବୁଝାଇଥିଲେ । ପିଏମ୍‌-ପୋଷଣ କାର୍ଯ୍ୟାଳୟର ବିତ୍ତ ଅଧିକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ପାତ୍ର ପାଚିକା ତଥା ସହାୟିକାମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

ପାଚିକା ପିଏମ୍‌-ପୋଷଣ ବିଦ୍ୟାଳୟ ଓ ଗଣଶିକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପତାକା ଉତ୍ପାଦନରେ ସାମିଲ ୧୦୫୩ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୧୬୬ ଟି ପ୍ରଡ୍ୟୁସର ଗ୍ରୁପ୍

August 10, 2026

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

August 10, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

August 10, 2026
Latest News

ଜାତୀୟ ପତାକା ଉତ୍ପାଦନରେ ସାମିଲ ୧୦୫୩ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୧୬୬ ଟି ପ୍ରଡ୍ୟୁସର ଗ୍ରୁପ୍

August 10, 2026

କମ ପ୍ରିମିୟମ ପାଇଁ ବଡ଼ ପାଣ୍ଠି: ଏହି ୫ ଟି LIC ଯୋଜନା ଜୀବନବ୍ୟାପୀ ରିଟର୍ଣ୍ଣ ଗ୍ୟାରେଣ୍ଟି

August 10, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ 

August 10, 2026

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଧର୍ମେନ୍ଦ୍ର ପ୍ରଧାନ

August 10, 2026

ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.