ତାମିଲନାଡୁର ପୋଲିସ ମହାନିର୍ଦ୍ଦେଶକ ହେଲେ ଓଡ଼ିଆ ଆଇପିଏସ ଜଳଦ କର ତ୍ରିପାଠୀ। ଜୁଲାଇ ଆରମ୍ଭରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ଜେଏନ୍ୟୁରେ ଜଳଦ ୧୯୮୫ ବ୍ୟାଚ୍ର ଆଇପିଏସ୍ ଅଫିସର । ତାମିଲନାଡୁ କ୍ୟାଡରର ଏହି ଆଇପିଏସ ଅଫିସରଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପାଇଁ ରହିଛି। ଏବେ ଏହି ଓଡ଼ିଆ ପୁଅ ତାମିଲନାଡୁ ୟୁନିଫର୍ମ ସର୍ଭିସ ନିଯୁକ୍ତି ବୋର୍ଡର ଡିଜିପି ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ। ୟୁପିଏସସି ଏହି ନିଯୁକ୍ତି ଦେଇଛି। ୨୦୧୨ରେ ଜଲଦ କେ ତ୍ରିପାଠୀ ଚେନ୍ନାଇ ପୁଲିସ କମିଶନର ଥିବା ବେଳେ ଏକ ବ୍ୟାଙ୍କ ଡକାୟତିକୁ ପଣ୍ଡ କରିଥିଲେ। ଘଟଣାସ୍ଥଳରେ ୫ ଡକାୟତକୁ ଏନକାଉଣ୍ଟର କରି ନିଜ ଦକ୍ଷତାର ପ୍ରତିପାଦନ କରିଥିଲେ। ଏହାପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ରାଜ୍ୟର ଡିଜିପି ରହିଛନ୍ତି ଟି.କେ ରାଜେନ୍ଦ୍ରନ। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ପୂର୍ବରୁ ଶେଷ ହୋଇଥିଲା କିନ୍ତୁ ରାଜ୍ୟ ସରକାର ଆଉ ଦୁଇ ବର୍ଷ ବଢ଼ାଇଥିଲେ। ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି।