Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ
ଆଜିର ଖବର

ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆୟୁର୍ବେଦର ଉତ୍କର୍ଷତା ପାଇଁ ଚରକ ଜୟନ୍ତୀରେ ଶପଥ ନେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆୟୁର୍ବେଦ ର ମୁଖ୍ୟ ଏବଂ ବୃହତ୍ତମ ଚିକିତ୍ସା ଗ୍ରନ୍ଥ ଚରକ ସଂହିତା ର ପ୍ରଣେତା ତଥା ମହାନ ଭାଷ୍ୟକାର ମହର୍ଷି ଚରକ ଜୟନ୍ତୀ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଦୁଇଦିନ ଧରି ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ରଙ୍ଗୋଲି, କୁଇଜ, ଆଲୋଚନା ଚକ୍ର, ସମ୍ଭାଷଣ, ସାଧାରଣ ସଭା ଆଦି ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଆୟୁର୍ବେଦିକ ମେଡ଼ିକାଲ ଛାତ୍ର ସଂଘର ସଭାପତି ଡା ପବିତ୍ର ଚଅର, ସମ୍ପାଦକସୁବ୍ରତ କୁମାର ସାମଲ ଏହି ଦିବସର ତାତ୍ପଯ୍ୟ ଦୃଷ୍ଟି ରୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଓ ଆୟୁଷ ନିର୍ଦେଶକ ଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରକାର ଆୟୁର୍ବେଦ କୁ ଉତ୍ସାହିତ କରିବା ଭଳି ଯୋଜନା କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ରାଜ୍ୟର ବିଭିନ୍ନ ଆୟୁର୍ବେଦିକ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ନିରୁସ୍ଛାହିତ ହୋଇଛନ୍ତି ବୋଲି ଏକ ବିବୃତି ରେ ରାଜ୍ୟ ସ୍ୱାସ୍ଥ୍ୟଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସଚିବ, ଆୟୁଷ ନିର୍ଦେଶକ ଙ୍କୁ ଜଣାଇଛନ୍ତି। ବିଭିନ୍ନ ରାଜ୍ୟରେ ଏହି ଦିବସରେ ଆୟୁର୍ବେଦିକ କୁ ଉତ୍ସାହିତ କରିବା ପାଇଁ ସରକାରୀ ଯୋଜନା, ଚିକିତ୍ସା ଉପକରଣ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନ କୁ ରାଜ୍ୟ ସରକାର ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ତାହା ହୋଇପାରି ନାହିଁ।

ନୂତନ ସରକାର ଙ୍କ ଠାରୁ ଆୟୁର୍ବେଦିକ ସମ୍ଭାବନା ଛାତ୍ରଛାତ୍ରୀ ନେ ଆଶା କରୁଥିବା ବେଳେ ତାର ଅନିଶ୍ଚିତତା ଦେଖାଦେଇଛି ବୋଲି ସେମାନେ ପ୍ରକାଶ କରି ଚିନ୍ତା ପ୍ରକଟ କରିଛନ୍ତି।ରାଜ୍ୟ ରେ ଶାଶ୍ୱତ ଆୟୁର୍ବେଦିକ ଚିକିତ୍ସା ଓ ଶିକ୍ଷା ର ଅଧପତନ ଦେଖାଦେଇଛି ବୋଲି ସେମାନେ ଅଭିଯୋଗ କରି ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ର ର ଉତ୍କର୍ଷତା ବୃଦ୍ଧି ପାଇଁ ସେମାନେ ଆଜି ଶପଥଗ୍ରହଣ କରିବା ସହ ଆସନ୍ତା ଦିନରେ ସଂଗଠିତ ଭାବେ ଏହାର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି ଆହ୍ୱାନ ଦେଇଛନ୍ତି।

ଏହାକୁ ମଧ୍ୟ ଅଲ୍ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟସ ଆସୋସିଏସନ୍ ର ସଭାପତି ଡ଼ା ଶୁଭେନ୍ଦୁ କୁମାର ସାହୁ ,ଉପସଭାପତି ଡ଼ା ନଚିକେତା ଗୁପ୍ତା,ଗଣମାଧ୍ୟମ ସଂଯୋଜକ ଡ଼ା ସୌରଭ୍ ମହାରଣା ବିରୋଧ କରିବା ସହ ଏକ ସ୍ମାରକ ପତ୍ର ଆୟୁଷ ନିର୍ଦ୍ଦେଶକ ଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦେବା ସହ ଆସନ୍ତା ଦିନରେ ଆୟୁଷ ର ସମୃଦ୍ଧି ନିମନ୍ତେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026
Latest News

୫୭ ବର୍ଷ ବୟସରେ ପଦାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ: ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 26, 2026

ଆଉ ଏକ ଝଟକା ଦେଲା ବାଂଲାଦେଶ: ଭାରତଠାରୁ ଏହି ପ୍ରକଳ୍ପ ଛଡାଇ ନେଇ ଚୀନ୍ ସହିତ କଲା ବଡ଼ ଚୁକ୍ତି

June 26, 2026

ବିଜେପିର ରାଜନୈତିକ ଗଣନାକୁ ବିଚଳିତ କରିପାରେ ନୀତିଶ କୁମାରଙ୍କ ନିଷ୍ପତ୍ତି!; ବିରୋଧୀ ଦଳ ମଧ୍ୟ ସତର୍କ

June 26, 2026

ପ୍ରଥମ ଟି-୨୦ରେ ଇତିହାସ ରଚିବେ ବୈଭବ ସୂର୍ଯ୍ୟବଂଶୀ: ଡେବ୍ୟୁ ମ୍ୟାଚରେ କରିବେ ୬ଟି ବଡ଼ ରେକର୍ଡ

June 26, 2026

ବାଲି ମାଫିଆଙ୍କ ଦବଙ୍ଗଗିରି! ପୁଲିସ ସାମ୍ନାରେ ତହସିଲଦାରଙ୍କୁ ଧମକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.