Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୋଗାଣ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଓଡିଶା ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା
ଆଜିର ଖବର

ଯୋଗାଣ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ: ଓଡିଶା ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ଆଲୋଚନା

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାରି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବା ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶ୍ରୀ ପାତ୍ର ଦିଲ୍ଲୀସ୍ଥିତ ରେଳ ଭବନରେ ଭେଟିବା ସହ ରାଜ୍ୟରେ ରେଳ ଯୋଗାଯୋଗ ସୁଦୃଢ଼ୀକାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଢେଙ୍କାନାଳ ରୁ ଯୋରନ୍ଦା,ଯୋରନ୍ଦା ଠାରୁ କପିଳାସ,କପିଳାସ ରୁ ଯାଜପୁର ରୋଡ(ଇସ୍ପାତ ନଗର) ସହ ରେଳ ସଂଯୋଗ ବ୍ୟବସ୍ଥା କରିବା ପାଇଁ ଅବଗତ କରାଇଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ଓ ଓଡିଶାର ବିକାଶକୁ ତ୍ୱରାନିତ କରିବା ପାଇଁ ସମର୍ପିତ ଓ ନିଶ୍ଚିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବ୍ୟବଧାନରେ ରାଜ୍ୟରେ ରେଳ ସଂଯୋଗୀକରଣର ଆହୁରି ଉନ୍ନତି ହେବ ବୋଲି ରେଳ ମନ୍ତ୍ରୀ ଅବଗତ କରାଇଥିଲେ।

ଏତଦବ୍ୟତୀତ ଶ୍ରୀ ପାତ୍ର ତାଙ୍କର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ସାକ୍ଷାତ କରିବା ସହ ରାଜ୍ୟକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗକୁ ନେବା ପାଇଁ ଆଲୋଚନା କରିଥିଲେ। ରାଜ୍ୟରେ ସାଇନ୍ସ ସିଟି, ସାଇନ୍ସ ପାର୍କ ଏବଂ ବାୟୋଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଡଃ ସିଂଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉନ୍ନତିକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପଠାଣି ସାମନ୍ତଙ୍କ ଜ୍ୟୋତିବିଜ୍ଞାନ ଉପରେ ଅଧିକ ଗବେଷଣା କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର ଅନୁରୋଧ କରିଥିଲେ। ଏ ସମସ୍ତ ଦାବିକୁ ବିଚାରକୁ ନେବା ସହ ରାଜ୍ୟର ଡବଲ ଇଂଜିନ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିଲେ।
ମନ୍ତ୍ରୀ ଶ୍ରୀ ପାତ୍ର ଉଭୟ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେଫୁଲ ତୋଡ଼ା, ଉପଢୌକନ ଦେଇ ସମ୍ମାନିତ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ର ଓ ପ୍ରସାଦ ପ୍ରଦାନ କରିଥିଲେ।

ଅଶ୍ବିନୀ ବୈଷ୍ଣବ କୃଷ୍ଣ ଚନ୍ଦ୍ର ପାତ୍ର ଦିଲ୍ଲୀ ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଟିଇଆରରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ

April 4, 2026

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026
Latest News

ଆଇଟିଇଆରରେ “ଚକ୍ରବ୍ୟୁହ” ଓ “ଜେନେସିସ” ଉଦ୍ଘାଟିତ

April 4, 2026

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

April 4, 2026

IIHT ରେ ଫ୍ୟାସନ ଶୋ ଓ ହ୍ୟାଣ୍ଡଲୁମ୍ ପ୍ରଦର୍ଶନୀ ଆୟୋଜିତ

April 4, 2026

‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’: ମୋଟ ୫୭ଟି ପଦକ ସହ ଚାମ୍ପିୟନ ହେଲା ‘ଟିମ୍ ଓଡ଼ିଶା’

April 4, 2026

ପଶ୍ଚିମ ଏସିଆର ପରିସ୍ଥିତି ଉପରେ ସରକାରଙ୍କ ପଦକ୍ଷେପ: ଏଲପିଜି ବଣ୍ଟନକୁ ପ୍ରାଥମିକତା

April 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.