Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷି ଅଧିକାରୀ ଖାଇଗଲେ ଅଦା ମଞ୍ଜି!: କୃଷି ସଚିବଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ
ଆଜିର ଖବର

କୃଷି ଅଧିକାରୀ ଖାଇଗଲେ ଅଦା ମଞ୍ଜି!: କୃଷି ସଚିବଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ

August 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଅଧିକାରୀ ଭୂତଚାଷୀଙ୍କୁ ଅଦା ବିହନ ବଂଟାଯିବା ଘଟଣାର ତଦନ୍ତ ଧର୍ମକୁ ଆଖିଠାର ସଦୃଶ ହୋଇଛି। ଅଦା ଚାଷ ଜମିରେ ଚାଷୀଙ୍କୁ ଠିଆ କରି ଫଟୋ ଉଠାଇବା ପରିବର୍ତ୍ତେ କଦଳୀ ବୁଦା ମୂଳେ ଫଟୋ ଉଠାଇ ହରଡ଼ ଘଣାରେ ପଡ଼ିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ। ତତ୍‌ସହିତ ଜଣେ ଚାଷୀକୁ ଗରେଇ ପଂଚାୟତରେ ଠିଆ କରି ଫଟୋ ଉଠାଇବା ସହ ସେହି ଚାଷୀ ଗୋରଡ଼ ପଂଚାୟତରେ ଫଟୋ ଉଠାଯାଇଛି।

ସେହିପରି ଜିଓଟେକ୍‌ରେ ରହିଥିବା ସମୟ ମଧ୍ୟ ଦୁଇ ପଂଚାୟତରେ ଏକ ପ୍ରକାର ଅଛି। ତେବେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ଆଜି ଜିଲ୍ଲା କୃଷି ଅଧିକାରୀ ତଥା ଅଦା ବିହନ ବଂଟନ ଘଟଣାର ତଦନ୍ତକାରୀ ଅଫିସର ଅନିଲ୍ କୁମାର ସେଠିଙ୍କ ବିରୁଦ୍ଧରେ କୃଷି ସଚିବଙ୍କୁ ନବ ନିର୍ମାଣ କୃଷକ ସଂଗଠନ ନେତା ବିଷ୍ଣୁ ଚରଣ ସ୍ୱାଇଁ ସାକ୍ଷାତ କରି ଲିଖିତ ଜଣାଇଛନ୍ତି ଯେ, ୭ ଗୁଂଠ ଯାଗାରେ ଅଦା ଚାଷ ପାଇଁ ଜଣେ ଚାଷୀଙ୍କୁ ସରକାର ୭୦ କେଜି ଅଦା ମଞ୍ଜି ଦିଆଯାଉଛି। ମାତ୍ର ବାସ୍ତବରେ ଚାଷୀ ଜଣଙ୍କ ୭ ଗୁଂଠ ଜାଗାରେ ଚାଷ ନ କରି ଶାଗ ପଟାଳି ଭଳି ଜାଗାରେ କିଛି ମଞ୍ଜି ଲଗାଇ ଆଉ ସବୁ ବିକ୍ରି କରିଦେଇଛନ୍ତି।

ଏଥିରେ ସହକାରୀ କୃଷି ନିର୍ଦ୍ଦେଶକ ଓ ବ୍ଲକ୍ କୃଷି ଅଧିକାରୀ ସାମିଲ୍ ରହିଛନ୍ତି। ସଂପୃକ୍ତ ଅଧିକାରୀ ଜଣଙ୍କ ନିଜ ପ୍ରିୟାପ୍ରୀତିଙ୍କ ନାମରେ ଅନେକ ଲାଭ ଦାୟକ ଯୋଜନା କରି ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରିଥିବା ନେଇ ସଂଗୀନ୍ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ୨୪ ଘଂଟା ମଧ୍ୟରେ ଦୁର୍ନିତୀଖୋର୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କୃଷି ସଚିବ କହିଥିବା ଶ୍ରୀଯୁକ୍ତ ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, କୁଜଙ୍ଗ ବ୍ଲକ୍ ୨୮ ଗୋଟି ପଂଚାୟତର ୨୦ ଜଣ ଚାଷୀଙ୍କ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୪ କ୍ୱିଂଟାଲ ଅଦା ମଞ୍ଜି ଆସିଥିଲା। ମାତ୍ର ଅସାଧୂ କର୍ମଚାରୀ ବାସ୍ତବରେ ଚାଷକରୁଥିବା ସଫଳ ଚାଷୀଙ୍କୁ ଏହି ଅଦା ମଞ୍ଜି ପ୍ରଦାନ ନ କରି କିଛି ବେପାରୀ ଓ ଥିଲାବାଲାଙ୍କୁ ଅଦା ବିହନ ବିକ୍ରି କରିଦେଇଥିଲେ। ଏ ନେଇ ଅଦା ମଞ୍ଜି ବଂଟନ ଅନିୟମିତତା ନେଇ କୃଷି ମନ୍ତ୍ରୀ, କୃଷି ସଚିବ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଜିଲ୍ଲାପାଳଙ୍କୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଥିଲା। ଫଳରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଅନିଲ୍ କୁମାର ସେଠୀ ଓ ବିରିଡ଼ି ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ସ୍ମରଣୀକା ଦାସ ମିଳିତଭାବେ କୁଜଙ୍ଗ ବ୍ଲକ୍ ଗସ୍ତ କରି ଚାଷୀଙ୍କ ତାଲିକା ସଂଗ୍ରହ କରିବା ସହିତ ଚାଷ କରାଯାଇଥିବା ଜମି ପରିଦର୍ଶନ କରିଥିଲେ।

ତେବେ ଏହି ପରିଦର୍ଶନ ସମୟରେ କିଛି ଅଦା ଚାଷ ହୋଇଥିବା ଜମିର ଫଟୋ ଉଠାଇବା ପରିବର୍ତ୍ତେ କଦଳୀ ବୁଦାମୁଳେ ଫଟୋ ଉଠାଇ ଫସିଥିଲେ। ଏହି ଫଟୋ ଉଠାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଧିକାରୀ ଦ୍ୱୟଙ୍କୁ ସମାଲୋଚନା କରାଯାଇଥିଲା। ତେବେ ଆଜି ନବ ନିର୍ମାଣ କୃଷକ ସଂଗଠନ ନେତା ବିଷ୍ଣୁ ସ୍ୱାଇଁ କୃଷି ସଚିବଙ୍କୁ ଭେଟି ଉକ୍ତ ଅଧିକାରୀ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଦୁର୍ନିତୀଖୋର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବିକରିଛନ୍ତି।

ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ଏଭଳି ଯୋଜନାରେ କେତେ ଚାଷୀ ସଫଳ ହୋଇଛନ୍ତି ତଥା କେତେଜଣ ସ୍ୱାବଲମ୍ବୀ ହେଲେଣି ତାହାର କିଛି ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ତାଲିକା ନଥିବାରୁ ଏହି ଯୋଜନା ସବୁ ଭେଳିକି ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛି।

ନବ ନିର୍ମାଣ କୃଷକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.