Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀପ ଟ୍ରଫି-୨୦୨୪: ରୋହିତ-କୋହଲିଙ୍କୁ ବିଶ୍ରାମ, ଗିଲ-ଅଭିମନ୍ୟୁ-ରୁତୁରାଜ-ଆୟର ହେଲେ ଅଧିନାୟକ
ଆଜିର ଖବର

ଦିଲ୍ଲୀପ ଟ୍ରଫି-୨୦୨୪: ରୋହିତ-କୋହଲିଙ୍କୁ ବିଶ୍ରାମ, ଗିଲ-ଅଭିମନ୍ୟୁ-ରୁତୁରାଜ-ଆୟର ହେଲେ ଅଧିନାୟକ

August 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ଘରୋଇ ସିରିଜ ଦିଲ୍ଲୀପ ଟ୍ରଫି ପାଇଁ ସମସ୍ତ ଚାରୋଟି ଦଳ ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ, ପୂର୍ବରୁ ଦିଲ୍ଲୀପ ଟ୍ରଫିରେ ଉଭୟଙ୍କୁ ଚୟନ କରାଯିବ ବୋଲି ପୂର୍ବରୁ ଖବର ଆସିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଶୁଭମାନ ଗିଲ, ରୁତୁରାଜ ଗାଇକ୍ଵାଡ, ଶ୍ରେୟସ ଆୟର ଏବଂ ଅଭିମନ୍ୟୁ ଈଶ୍ବରନଙ୍କୁ ଅଧିନାୟକ କରାଯାଇଛି। ପ୍ରକାଶ ଯେ, ବର୍ତ୍ତମାନ ଦଳଗୁଡିକ କେବଳ ପ୍ରଥମ ରାଉଣ୍ଡ ପାଇଁ ଘୋଷିତ ହୋଇଛି।

ଏଥର ଟିମ୍ ଇଣ୍ଡିଆର ଅନେକ ତାରକା ଖେଳାଳିଙ୍କୁ ଦିଲ୍ଲୀପ ଟ୍ରଫିରେ ଦେଖିବାକୁ ମିଳିବ। ଏଥିରେ ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, କେ.ଏଲ୍ ରାହୁଲ, ମହମ୍ମଦ ସିରାଜ, ଇଶାନ କିଶାନ, ସରଫରାଜ ଖାନ, ରୁତୁରାଜ ଗାଇକ୍ଵାଡ, ଶ୍ରେୟସ ଆୟର, ମୟଙ୍କ ଅଗ୍ରୱାଲ, ରିଆନ ପରାଗ, ଧ୍ରୁଭ ଜୁରେଲ, ଶିବମ ଦୁବେ, ତିଲକ ବର୍ମା, ଆବେଶ ଖାନ, ଯଶସ୍ଵୀ ଜୟସ୍ଵାଲ ଏବଂ ମୁକେଶ କୁମାର ସାମିଲ।

ତେବେ ଏଥର ବିସିସିଆଇ ଦିଲ୍ଲୀପ ଟ୍ରଫିର ଫର୍ମାଟ୍ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ଘରୋଇ ଟୁର୍ଣ୍ଣାମେଣ୍ଟ ଜୋନାଲ ଫର୍ମାଟରେ ଖେଳାଯାଇଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ଚାରିଟି ଦଳ ଅଂଶଗ୍ରହଣ କରିବେ। ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ, ଇଣ୍ଡିଆ-ବି, ଇଣ୍ଡିଆ-ସି ଏବଂ ଇଣ୍ଡିଆ-ଡି ନାମକ ଚାରିଟି ଦଳ ଖେଳିବେ। ଏହି ସମସ୍ତ ଦଳ ଘୋଷଣା କରାଯାଇଛି।

ଇଣ୍ଡିଆ ଏ ଦଳ: ଶୁଭମାନ ଗିଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ରିୟାନ ପରାଗ, ଧ୍ରୁଭ ଜୁରେଲ, କେ.ଏଲ ରାହୁଲ, ତିଲକ ବର୍ମା, ଶିବମ ଦୁବେ, ତନୁଶ କୋଟିୟନ, କୁଲଦୀପ ଯାଦବ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣ, ଖଲିଲ ଅହମ୍ମଦ, ଆବେଶ ଖାନ, ବିଦୱତ କୱରପ୍ପା, କୁମାର କୁଶାଗ୍ରା ଏବଂ ଶାସ୍ଵତ ରାୱତ।

ଭାରତ-ବି ଦଳ: ଅଭିମନ୍ୟୁ ଇଶ୍ଵରନ୍ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ମୁଶୀର ଖାନ, ନୀତୀଶ କୁମାର ରେଡ୍ଡୀ *, ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଯଶ ଦୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ତି, ଏନ ଜଗଦିସନ (ୱିକେଟ୍ କିପର)।

ଭାରତ-ସି ଦଳ: ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପଟିଦାର, ଅଭିଷେକ ପୋରେଲ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦରଜିତ୍, ହ୍ରିତିକ ଶୌକିନ୍, ମାନବ ସୂତାର, ଉମରନ୍ ମଲିକ୍, ବିଶାକ୍ ବିଜୟକୁମାର, ଅନସୁଲ ଖମ୍ବୋଜ, ହିମାଂଶୁ ଚୌହାନ , ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ୍ ଜୁୟାଲ୍ (ୱିକେଟ୍ କିପର), ସନ୍ଦୀପ ୱାରିଅର୍।

ଇଣ୍ଡିଆ-ଡି ଦଳ: ଶ୍ରେୟସ୍ ଆୟର (ଅଧିନାୟକ), ଅଥର୍ବ ତାୟଡେ, ୟଶ ଦୁବେ, ଦେବଦତ୍ତ ପଡିକ୍କଲ, ଇଶାନ କିଶନ (ୱିକେଟ୍ କିପର), ରିକି ଭୁଇ, ସାରଂଶ ଜୈନ, ଅକ୍ସର ପଟେଲ, ଅର୍ଶଦୀପ ସିଂ, ଆଦିତ୍ୟ ଠାକରେ, ହର୍ଷିତ ରାଣା, ତୁଷାର ଦେଶପାଣ୍ଡେ, କେ.ଏସ୍ ଭରତ (ୱିକେଟ୍ କିପର), ସୌରଭ କୁମାର।

Duleep Trophy 2024 Duleep Trophy 2024 All Teams Rohit Sharma Ruturaj Gaikwad shreyas iyer Shubman Gill Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.