ମହିଳା ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦ ରେ ନୀରବ ଶୋଭାଯାତ୍ରା

Published: Aug 16, 2024, 5:53 pm IST

ଭୁବନେଶ୍ବର: ପଶ୍ଚିମବଙ୍ଗ କଲିକତା ସ୍ଥିତ ଆରଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଗତ୯ତାରିଖ ରାତ୍ରି ରେ କର୍ତ୍ତବ୍ୟ ରତ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଡା ମୌମିତା ଦେବନାଥ ଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ଡ଼ା ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ର ଅଧ୍ୟକ୍ଷ ପ୍ରଫେସର ଡ଼ା ଜ୍ଞାନରଞ୍ଜନ ମହାନ୍ତି ଙ୍କ ସହ ଅଧ୍ୟାପକ ଡା ପ୍ରିୟଙ୍କା ପତି,ଅଧ୍ୟାପକ ଡା ସୁଧୀର ଦାସ, ପିଜିଟି ଡା ପ୍ରିୟଙ୍କା ପ୍ରିୟଦର୍ଶିନୀ ,ଡା ଆଶିଷ କୁମାର ମହାନ୍ତି,ସମସ୍ତ କର୍ମଚାରୀ, ଛାତ୍ର ସଂସଦ ସଭାପତି ସମୃଧା ଦାସ, ରାଜ୍ୟ ଆୟୁଷ ଛାତ୍ର ସଂସଦ ସଭାପତି ଡ଼ା ଶୁଭେନ୍ଦୁ କୁମାର ସାହୁ, ଉପସଭାପତି ଡ଼ା ନଚିକେତା ଗୁପ୍ତା,ଡା ଚିନ୍ମୟୀ ସାହୁ, ଡା ମୌସୁମୀ ପ୍ରିୟଦର୍ଶିନୀ, ଡା ସୌମ୍ୟ ଦର୍ଶନ ସାହୁ ଏବଂ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନିରବ ଶୋଭାଯାତ୍ରାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ମହମବତୀ ଧରି ନିରବ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ। ଏହା ସହ ଭାରତୀୟ ଜନତା ପାର୍ଟି ପ୍ରଦେଶ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ନିର୍ମମ ଘଟଣା କୁ ତୀବ୍ର ନିନ୍ଦା କରିଥିଲେ ଏବଂ ଦୋଷୀକୁ କଠୋର ରୁ କଠୋର ଦଣ୍ଡ ଦିଆଯିବ ପାଇଁ ସମସ୍ତେ ଦାବି କରିଥିଲେ।

Related posts