Categories
ବିଶେଷ ଖବର

ଅର୍ଥନୈତିକ ଅପରାଧୀଙ୍କ ହାତରେ ହାତକଡ଼ି ପଡ଼ିବ ନାହିଁ: ଆଇନରେ ସଂଶୋଧନ ଆଣିଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧରେ ଗିରଫ ହୋଇଥିବା ଲୋକଙ୍କୁ ହାତକଡ଼ି ପକାଇ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧରେ ଗିରଫ ବ୍ୟକ୍ତିଙ୍କ ସହ ଯୋଡ଼ିବା ଉଚିତ ନୁହେଁ ବୋଲି ସଂସଦୀୟ କମିଟି ସୁପାରିସ କରିଛି।

ବିଜେପି ସାଂସଦ ବ୍ରଜଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ମଧ୍ୟ ଗିରଫ ହେବାର ପ୍ରଥମ ୧୫ ଦିନ ପରେ ଜଣେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରଖିବା ପ୍ରସଙ୍ଗରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି।

ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍-୨୦୨୩) ବିଲ ସହ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍-୨୦୨୩) ଏବଂ ଭାରତୀୟ ସକ୍ଷମ ସାଧନା (ବିଏସ୍ଏ-୨୦୨୩) ବିଲ ସହିତ ଅଗଷ୍ଟ ୧୧ ତାରିଖରେ ଲୋକସଭାରେ ଆଗତ ହୋଇଥିଲା।

ଏହି ତିନିଟି ପ୍ରସ୍ତାବିତ ଆଇନ ଯଥାକ୍ରମେ କ୍ରିମିନାଲ ପ୍ରୋସିଜର କୋଡ୍ ଆକ୍ଟ, ୧୮୯୮, ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨କୁ ବଦଳାଇବାକୁ ଚାହୁଁଛି।

ସଂସଦୀୟ କମିଟି ଉଲ୍ଲେଖ କରିଛି ଯେ ବିନ୍‍ଏସ୍‍ଏସ୍‍ର ଧାରା ୪୩(୩)ରେ ଦର୍ଶାଯାଇଥିବା ହାତକଡ଼ିର ବ୍ୟବହାର ଉପଯୁକ୍ତଭାବେ ଜଘନ୍ୟ ଅପରାଧରେ ସୀମିତ ରହିଛି, ଯାହାଦ୍ୱାରା ଗୁରୁତର ଅପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କ ପଳାୟନକୁ ରୋକାଯାଇପାରିବ ଏବଂ ଗିରଫ ସମୟରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ ହେବ।

ତେବେ ଅର୍ଥନୈତିକ ଅପରାଧକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ନୁହେଁ ବୋଲି କମିଟି ମତ ରଖିଛି। ଏହାର କାରଣ ହେଉଛି ‘ଅର୍ଥନୈତିକ ଅପରାଧ’ ଶବ୍ଦଟି ଛୋଟଠାରୁ ଆରମ୍ଭ କରି ଗମ୍ଭୀର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଅପରାଧକୁ ଅନ୍ତର୍ଭୁକ୍ତ କରେ ଏବଂ ତେଣୁ, ଏହି ଶ୍ରେଣୀ ଅଧୀନରେ ଆସୁଥିବା ସମସ୍ତ ମାମଲାରେ ହାତକଡ଼ି ପ୍ରୟୋଗ ପାଇଁ ଏହା ଉପଯୁକ୍ତ ହୋଇନପାରେ। ତେଣୁ ଧାରା ୪୩(୩)ରେ ଉପଯୁକ୍ତ ସଂଶୋଧନ କରାଯାଇ ‘ଅର୍ଥନୈତିକ ଅପରାଧ’ ଶବ୍ଦକୁ ହଟାଇବାକୁ କମିଟି ସୁପାରିସ କରିଛି।

ବିଏନ୍‍ଏସ୍‍ଏସ୍‍ର ଧାରା ୪୩(୩)ରେ କୁହାଯାଇଛି, ଅପରାଧର ପ୍ରକୃତି ଓ ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀ ଅଭ୍ୟାସଗତ, ହାଜତରୁ ଫେରାର ହୋଇଯାଇଥିବା, ସଂଗଠିତ ଅପରାଧ, ଆତଙ୍କବାଦୀ କାର୍ଯ୍ୟ, ନିଶା ଦ୍ରବ୍ୟ ସମ୍ବନ୍ଧୀୟ ଅପରାଧ କିମ୍ବା ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅପରାଧ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସମୟରେ ହାତକଡ଼ି ବ୍ୟବହାର କରିପାରିବେ। ହତ୍ୟା, ଦୁଷ୍କର୍ମ, ଏସିଡ୍ ଆକ୍ରମଣ, ମୁଦ୍ରା ଓ ନୋଟ୍ ନକଲି କରିବା, ମାନବ ଚାଲାଣ, ଶିଶୁଙ୍କ ବିରୋଧରେ ଯୌନ ଅପରାଧ, ରାଜ୍ୟ ବିରୋଧରେ ଅପରାଧ, ସାର୍ବଭୌମତ୍ୱ, ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ କିମ୍ବା ଅର୍ଥନୈତିକ ଅପରାଧ।

ତେବେ ଅଭିଯୁକ୍ତଙ୍କ ଆଚରଣ କାରଣରୁ କିମ୍ବା ତଦନ୍ତକାରୀ ଅଧିକାରୀଙ୍କ ନିୟନ୍ତ୍ରଣ ବାହାରେ ଥିବା ବାହ୍ୟ ପରିସ୍ଥିତି କାରଣରୁ ପ୍ରଥମ ୧୫ ଦିନ ମଧ୍ୟରେ ହେପାଜତ ନିଆଯାଇ ନ ଥିବା ସ୍ପଷ୍ଟ ହୋଇନଥିବାରୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଧାରାର ଅପବ୍ୟବହାର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହି ଧାରାର ବ୍ୟାଖ୍ୟାରେ ଅଧିକ ସ୍ପଷ୍ଟତା ଆଣିବା ପାଇଁ ଉପଯୁକ୍ତ ସଂଶୋଧନ ଆଣିବାକୁ କମିଟି ସୁପାରିସ କରିଛି। ବିଏନ୍‍ଏସ୍‍ଏସ୍‍ର ଧାରା ୪୮୨ରେ ‘ପ୍ରଥମ ପନ୍ଦର ଦିନ ପରେ ଅଭିଯୁକ୍ତଙ୍କୁ ପୁଲିସ ହେପାଜତରେ ରହିବାଆବଶ୍ୟକ ହୋଇପାରେ’ ଶବ୍ଦ ଯୋଡ଼ାଯାଇପାରିବ ବୋଲି କମିସନ ସୁପାରିସ କରିଛନ୍ତି।

ବର୍ତ୍ତମାନର କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି) ଅନୁଯାୟୀ, କେବଳ ପ୍ରଥମ ୧୫ ଦିନ, ସର୍ବାଧିକ ୧୫ ଦିନ ପାଇଁ ପୋଲିସ ହେପାଜତ ଦାବି କରାଯାଇପାରିବ ଏବଂ ମଞ୍ଜୁର କରାଯାଇପାରିବ।

ଏହି ଧାରାରେ ପୋଲିସ ହେପାଜତ ପାଇଁ ସମୁଦାୟ ୧୫ ଦିନର ସମୟ ଧାର୍ଯ୍ୟ କରାଯାଇଛି, କିନ୍ତୁ କର୍ତ୍ତୃପକ୍ଷ ପ୍ରାରମ୍ଭିକ ୪୦ ଦିନ (୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବହନ କରୁଥିବା ଅପରାଧ ପାଇଁ) କିମ୍ବା ପ୍ରଥମ ୬୦ ଦିନ (୧୦ ବର୍ଷରୁ ଅଧିକ ଦଣ୍ଡ ଥିବା ଅପରାଧ ପାଇଁ) ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କିମ୍ବା କୌଣସି ଅଂଶରେ ବ୍ୟବହାର କରିବାକୁ ଅନୁମତି ଦେଇଥାଏ। ସଂସଦୀୟ କମିଟିର ରିପୋର୍ଟ ଶୁକ୍ରବାର ରାଜ୍ୟସଭାରେ ଦାଖଲ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାଚୁଣୀ: ମାନସିକ ଅନଗ୍ରସର ମହିଳାଙ୍କୁ ଧର୍ଷଣ ଅଭିଯୋଗ, ଅଭିଯୁକ୍ତ ଗିରଫ୍

ନାଚୁଣୀ: ମାନସିକ ଅନଗ୍ରସର ମହିଳାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଘଟଣାରେ ଅଜା ବୟସର ବ୍ୟକ୍ତିଙ୍କୁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ କରି ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଛି ପୋଲିସ୍।

ସୂଚନା ଅନୁଯାୟୀ, ନାଚୁଣୀ ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ମହିଳା ଘର ବାରଣ୍ଡାରେ ଶୋଇଥିବା ବେଳେ ସେହି ଗ୍ରାମର କିଶୋର ତରାଇ (୫୭) ମହିଳାଙ୍କୁ ଫୁସୁଲାଇ ଏକ ନିକାଞ୍ଚନ ସ୍ଥାନକୁ ନେଇଥିଲେ। ସେଠାରେ ନିଜର କାମନା ଚରିତାର୍ଥ କରିବା ଉଦ୍ଦେଶ୍ୟରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଜଣଙ୍କ ଘଟଣା ସମ୍ପର୍କରେ ଘରେ କହିବା ପରେ ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ନାଚୁଣୀ ଥାନା ପୋଲିସ୍ ଗ୍ରାମରେ ତୁରନ୍ତ ଚଢ଼ାଉ କରି ଅଭିଯୁକ୍ତ କିଶୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅନ୍ତଃସତ୍ତ୍ଵା ଅଭିଯୋଗରେ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ନିକଟସ୍ଥ ଏକ ଗ୍ରାମର ଜନୈକା ନାବାଳିକା ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାଖଲ ପାଇଁ ସଦର ଥାନାକୁ ଆସିଥିଲା। ସେତେବେଳେ ତା’ର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିବାରୁ ସଦର ଥାନା ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ।

ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୋଲିସ ରାଜେନ୍ଦ୍ର କୁମାର ପଲେଇ ନାମକ ଜଣେ ଯୁବକକୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ଗିରଫ ଯୁବକ ଓ ଜନ୍ମିତ ଶିଶୁର ଡି ଏନ୍ ଏ ପରୀକ୍ଷା କରାଯିବ ବୋଲି ସଦର ପୋଲିସଙ୍କ ନିକଟରୁ ପ୍ରକାଶ।

Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ‘ଦୁଷ୍କର୍ମ’ ଅଭିଯୋଗ: ଅଭିଯୁକ୍ତକୁ ଗିରଫ କଲା ପୋଲିସ

ୱାଶିଂଟନ୍: ଆମେରିକାର ନ୍ୟୁ ଜର୍ସିରୁ ଲଣ୍ଡନ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ବ୍ରିଟେନରେ ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିମାନର ଅନ୍ୟ ଯାତ୍ରୀମାନେ ଘଟଣା ସମୟରେ ଶୋଇଥିଲେ। ଏହି ଘଟଣା ପରେ ପୀଡିତା ମହିଳା ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଏହା ପରେ ବିମାନ କର୍ମଚାରୀମାନେ ବ୍ରିଟିଶ ପୋଲିସକୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଏବଂ ପୀଡିତା ବିଜିନେସ କ୍ଳାସରେ ଥିଲେ। ନ୍ୟୁ ଜର୍ସିରୁ ଲଣ୍ଡନକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ପ୍ରାୟ ୭ଘଣ୍ଟା ଲାଗେ।

ବ୍ରିଟେନର ହିଥ୍ରୋରେ ବିମାନ ଅବତରଣ କରିବା ପରେ ପୋଲିସ କର୍ମଚାରୀମାନେ ବିମାନରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ। ଯଦିଓ ଏହି ମାମଲା ଗତ ସପ୍ତାହରୁ ହୋଇଛି, ପୀଡିତା ଏବଂ ଅଭିଯୁକ୍ତଙ୍କ ବୟସ ୪୦ ବର୍ଷ ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ଏବଂ ଅଭିଯୁକ୍ତ ଦ୍ୱୟ ବ୍ରିଟେନର ବାସିନ୍ଦା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୬ ଅଭିଯୁକ୍ତ ଗିରଫ, ୩ ଫେରାର

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଡୋମ୍ବିଭଲି ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୫ ବର୍ଷର ନାବାଳିକାକୁ ୨୯ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ରାଜନୀତି ତୀବ୍ର ହେବାରେ ଲାଗିଛି ଏବଂ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି।

ଏହି ପରିପ୍ରେକ୍ଷୀରେ ଡୋମ୍ବିଭାଲିର ମାନପାଡା ପୋଲିସ ଷ୍ଟେସନରେ ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ଦୁଇ ନାବାଳିକାଙ୍କ ସମେତ ୨୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କିଛି ଅଭିଯୁକ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସମ୍ପର୍କୀୟ। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟରେ ହାଜର କରିଛି, ସେଠାରୁ ସେମାନଙ୍କୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ନାବାଳକ ଅଭିଯୁକ୍ତମାନଙ୍କୁ ରିମାଣ୍ଡ ରୁମକୁ ପଠାଯାଇଛି।

ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଆଠ ମାସ ଧରି ତାଙ୍କୁ ଯୌନ ଶୋଷଣ କରିଥିଲେ। ପ୍ରେମିକ ତାଙ୍କୁ ଦୁଷ୍କର୍ମ କରିବାର ଭିଡିଓ ପ୍ରସ୍ତୁତ କରି ବ୍ଲାକ ମେଲ କରିଥିଲେ। ପ୍ରେମିକଜଣଙ୍କ ନିଜ ସାଙ୍ଗମାନଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହି ଭିଡିଓ ଦେଖାଇବା ପରେ ବାକି ବନ୍ଧୁମାନେ ତାଙ୍କୁ ବଦଲାପୁର, ରାବାଲେ, ମୁର୍ବାଦ୍ ଏବଂ ଡୋମ୍ବିଭଲିର ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ଦୁଷ୍କର୍ମ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୀଡିତାଙ୍କୁ ବିଶ୍ୱାସରେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ମନପାଡା ପୋଲିସ ଏପର୍ଯ୍ୟନ୍ତ ୨୬ ଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରୁ ଦୁଇଜଣ ନାବାଳକ। ନାବାଳିକାଙ୍କୁ ଚିକିତ୍ସା ପାଇଁ ଥାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ସମ୍ବେଦନଶୀଳ ଘଟଣା ପରେ ରାଜ୍ୟର ରାଜନୀତିରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଏନସିପି ନେତା ବିଦ୍ୟା ଚହ୍ଵାନ ଥାନେ ଜିଲ୍ଲାର ମନପାଡା ପୋଲିସ ଷ୍ଟେସନରେ ପହଞ୍ଚି ଏହି ଗ୍ୟାଙ୍ଗର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରିବା ବିଷୟରେ କହିଥିଲେ। ସେହିଭଳି ବିଜେପି ନେତା ଚିତ୍ରା ୱାଘ ଶିବସେନା ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଡୋମ୍ବିଭଲି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଆଉ କେତେ ଦୁଷ୍କର୍ମ ପରେ ମହାରାଷ୍ଟ୍ର ସରକାର ନିଦରୁ ଉଠିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଷ୍କର୍ମକାରୀଙ୍କୁ ସହଯୋଗ କରୁଛି ପୋଲିସ୍‌: ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗତ ୨୯.୧୨.୨୦୨୦ ତାରିଖରେ ସଦରଥାନା ଅନ୍ତର୍ଗତ ଜଗଦଳପୁର ଭଣ୍ଡାରୀ ସାହିରେ ଜନୈକ ଅନ୍ଧୁଣୀ ଝିଅଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା। ହେଲେ ଅଭିଯୋଗକାରୀଙ୍କୁ ପୋଲିସ୍ ନାନା ଅପଦସ୍ଥ କରୁଥିବା ନେଇ ଆଜି ପୀଡ଼ିତ ପରିବାର ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ୨୯ ତାରିଖ ଦିନ ଉପରୋକ୍ତ ଗ୍ରାମର ଜନୈକ ଅନ୍ଧୁଣୀ ଝିଅ ଶୌଚପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ସାହିର ଅସାମାଜିକ ଯୁବକ ହରି ଡ଼ାକୁଆ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା। ଯୁବତୀଟିର ପାଟିଶୁଣି ଦୁଇଭାଇ ବଂଚାଇବାକୁ ଆସିଥିବାବେଳେ ଦୁଷ୍କର୍ମକାରୀ ଗ୍ରାମର ହରିଡ଼ାକୁଆ ଉଭୟଙ୍କୁ ଆକ୍ରମଣ ମଧ୍ୟ କରିଥିଲା।

ଏନେଇ ଥାନାରେ ଦୁଇଟି ମାମଲା ହୋଇଥିବାବେଳେ ପୋଲିସ୍ ହରି ଡ଼ାକୁଆକୁ ଗିରଫ କରିଥିଲା। ତେବେ ହରି ଡ଼ାକୁଆ ଦେଇଥିବା ମାମଲାରେ ସଦରଥାନା ଏସ୍‌ଆଇ ଏସ୍‌କେ ପାଣିଗ୍ରାହୀ ଦୁଷ୍କର୍ମକାରୀଙ୍କୁ ସାହାଯ୍ୟ କରି ବାରମ୍ବାର ପୀଡ଼ିତ ପରିବାରକୁ ଥାନାକୁ ଡ଼କାଇ ହଇରାଣ କରିବା ସହ ଦୁଷ୍କର୍ମ ହୋଇନଥିବା ନେଇ କେସକୁ ରଫାଦଫା କରିବାକୁ ବାଧ୍ୟ କରୁଥିବା ନେଇ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର।

ପୋଲିସ୍‌ଠାରୁ ସାହାସ ପାଇ ହରିଡ଼ାକୁଆଙ୍କ ପରିବାର ବର୍ଗ ପୀଡ଼ିତ ପରିବାରକୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି। ଘଟଣାଟିକୁ ଚପାଇ ଦେବାକୁ ଏବଂ କମ ଦଫା ଲଗାଇବାକୁ ଶାସକ ଦଳର ଜଣେ ନେତା ଓ ଗ୍ରାମର କିଛି କୁଜି ନେତା ସହ ସଦରଥାନା ପୋଲିସ୍ ମିଳିତ ହୋଇ ଏଭଳି କାମ କରୁଛନ୍ତି। ଏଣୁ ତଦନ୍ତର ନିରପେକ୍ଷତା କିଛି ରହିବ ନାହିଁ। ଏହି ଘଟଣାଟିର ଉଚିତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ଧୁଣୀ ଝିଅଟିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପୀଡ଼ିତ ପରିବାର ଏସ୍‌ପିଙ୍କୁ ଦାବି କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ବାହାର ରାଜ୍ୟକୁ ବିକ୍ରି ଉଦ୍ୟମ ବିଫଳ

କନ୍ଦର୍ପ ବେହେରା
ରେଢାଖୋଲ: ଜନୈକା ନାବାଳିକାକୁ ରେଢାଖୋଲ ଥାନା ଅଂଚଳର ଜଣେ ବିବାହିତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ବିକ୍ରି କରିବା ଅଭିଯୋଗରେ କିସିଣ୍ଡା ଥାନାରେ ସଂପୃକ୍ତ ନାବାଳିକା ଆଜି ଲିଖିତାକାରରେ ଅଭିଯୋଗ କରିଥିବା ଜଣାପଡିଛି।

କିସିଣ୍ଡା ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ସାମପୁର ଗ୍ରାମର ବସନ୍ତ ସାହୁ ନାମକ ଯୁବକ ଗତ ତା ୨୫ ନଭେମ୍ବରରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମକୁ ଯାଇ ଜନୈକା ୧୭ ବର୍ଷ ବୟସର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ବସ୍‌ରେ ରେଢାଖୋଲକୁ ଅପହରଣ କରିଆଣି ଭଡାଘରେ ରଖିଥିଲା। ସେ ଦିନ ରାତିରେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ନାବାଳିକା ଥାନାରେ ମଧ୍ୟ ଅଭିଯୋଗ କରିଛି। ଏପରିକି ବିବାହିତ ଯୁବକ ଜଣଙ୍କ ତାର ପତ୍ନୀ ସହ ମିଶି ବାହାର ରାଜ୍ୟକୁ ବିକ୍ରି କରିବା ସଂପର୍କରେ କଥାବାର୍ତ୍ତା କରୁଥିବା ନାବାଳିକା ଜଣଙ୍କ ଜାଣିପାରିଥିଲା। ଯା ଫଳରେ ସେ ବିଚଳିତ ହୋଇ ପଡିଥିଲା।

ନାବାଳିକା ଜଣଙ୍କ ଘରୁ ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଓ ତାର ସ୍ତ୍ରୀ ଘର ଭିତରେ ୫ ଘଂଟା କାଳ ବନ୍ଦ କୋଠରୀ ଭିତରେ ତାଲା ମାରି ପଳାଇଯାଇଥିଲେ। ନାବାଳିକା ଜଣକର ଆର୍ତଚିକ୍ତାର ଶୁଣି ଘର ମାଲିକ ଓ ପଡିଶା ଘର ଲୋକେ ଧାଇଁ ଆସି ତାକୁ ଉଦ୍ଧାର କରିଥିଲେ। ୨୭ ନଭେମ୍ବର ସକାଳେ ନାବାଳିକା ଲିଖିତାକାରରେ ରେଢାଖୋଲ ଥାନାରେ ଅଭିଯାଗ କରିଥିଲା।

ନାବାଳିକାର ଘର କିସିଣ୍ଡା ଥାନା ଅଞ୍ଚଳର ହୋଇଥିବାରୁ ରେଢାଖୋଲ ପୋଲିସ୍ କିସିଣ୍ଡା ଥାନାକୁ ଯାଇ ଅଭିଯୋଗ କରିବାକୁ କହିଥିଲା। ତେବେ ଆଜି ସକାଳେ (୨୭ ନଭେମ୍ବର)ନାବାଳିକା କିସିଣ୍ଡା ଥାନାକୁ ଯାଇ ଅଭିଯୋଗ କରିବା ପରେ କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ଘଟଣାଟିକୁ ଗୁରୁତ୍ୱର ସହ ନେଇ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଙ୍କ ସହ ମିଶି ଏହାର ତଦନ୍ତ କରୁଥିବା ନିଜେ କିସିଣ୍ଡା ଥାନାଧିକାରୀ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି। ଆଜି ରେଢାଖୋଲ ଡାକ୍ତରଖାନାରେ ନାବାଳିକାର ଡାକ୍ତରିମାଇନା କରାଯାଇଛି। ଅଭିିଯୁକ୍ତ ବିବାହିତ ଯୁବକ ଫେରାର ଥିବା ପୋଲିସ୍ କହିଛି।

କିସିଣ୍ଡା ଥାନା କେସ୍ ନଂ୬୭ ତା ୨୮/୧୧/୨୦୨୦ ୟୁ/ଏସ୍‌-୩୬୩/୩୬୬-ଏ/୩୪୨/୩୭୬(୨)(ଏନ୍‌)ଆଇପିସି, ଆର୍‌/ଡବ୍ଲୁ ସେକ୍ସନ୬ ର ପିଓସିଏସଓ ଆକ୍ଟରେ କେସ୍ ରୁଜୁ ହୋଇ ଏହାର ତଦନ୍ତ ଚାଲିଛି ବୋଲି କିସିଣ୍ଡା ଥାନାଧିକାରୀ ଚିତ୍ତରଞ୍ଜନ ନାଏକ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ସମଦା ରୋଡସ୍ଥିତ ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜ୍ୱର ପୀଡିତାଙ୍କୁ ଦୁଷ୍କର୍ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଡାକ୍ତରଖାନା ଅଧିକାରୀ ତଥା କିଛି ବାହାର କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଭରୱାରୀ ଅଞ୍ଚଳର ଏକ ଗ୍ରାମରେ ରହୁଥିବା ନାବାଳିକାଙ୍କୁ ଜ୍ୱର ହେତୁ ମନଞ୍ଜପୁରର ସମଦା ରୋଡରେ ଥିବା ନ୍ୟୁ ତେଜାମାଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନା ଅପରେଟର ତାଙ୍କଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ତିନି କିସ୍ତିରେ ଜମା କରିଛନ୍ତି। ଏପରିକି ଝିଅର ଅବସ୍ଥା ନ ସୁଧୁରିବା ପରେ ମଧ୍ୟ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି।

ଅପରପକ୍ଷରେ ଯୁବତୀଙ୍କ ପିତା ଅଭିଯୋଗ କିରି କହିଛନ୍ତି ଯେ, ଡାକ୍ତରଖାନାର ଷ୍ଟାପ୍‌ମାନେ ଦୁଷ୍କର୍ମ କରିବା ପରେ ଘଟଣା ପ୍ରଘଟ ହେବା ଭୟରେ ତାଙ୍କ ଝିଅର ହତ୍ୟା କରିଛନ୍ତି । ତେବେ ଘଟଣାଟି ସାମ୍ନାକୁ ଆସିବା ପରେ  ଜିଲ୍ଲା ମାଜିଷ୍ଟ୍ରେଟ୍ ଅମିତ କୁମାର ସିଂ ଏଡିଏମ୍ ଡକ୍ଟର ବିଶ୍ରାମଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠନ କରି ଏହାର ତଦନ୍ତ କରିଥିଲେ । ସଦର କୋଟୱାଲୀ ପୋଲିସ ଏହି ମାମଲାରେ ଡାକ୍ତରଖାନା ପ୍ରଶାସକ ତଥା କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

 ପୁଣି ଥରେ ସେହି ହାଥରସ, 4 ବର୍ଷର ଝିଅକୁ ଦୁଷ୍କର୍ମ କରି ଜଣେ ଗିରଫ

ହାଥରସ୍, ପୁଣିଥରେ ହାଥରସ୍ ଚର୍ଚ୍ଚାକୁ ଆସିଛି। ଏଥର ଜଣେ 4 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଏଥିସହିତ ଏକ ମାମଲା ମଧ୍ୟ ଋଜୁ କରିଛି। ଏହି ଘଟଣାଟି ଗତକାଲି ଘଟିଛି ବୋଲି ପୋଲିସ କହିଛି। ଝିଅର ପରିବାର ଲୋକେ ଆଜି ଜାଣିବା ପରେ ପୋଲିସ ଖବର ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ତେବେ ଗିରଫ ବ୍ୟକ୍ତି ଝିଅର ସଂପର୍କୀୟ ହେବ ବୋଲି ଜଣାପଡିଛି।

ମାସେ ତଳେ ଏହି ହାଥରସରେ ଜଣେ 19 ବର୍ଷିୟା ଝିଅକୁ 4 ଜଣ ଗଣ ଦୁଷ୍କର୍ମ କରିଥିଲେ। ଏହି 4 ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ଥିତି ଏପରି ହେଲା ଯେ, ଉତ୍ତର ପ୍ରଦେଶ ସରକାର ସିବିଆଇ ତଦନ୍ତ ଦେବାକୁ ବାଧ୍ୟ ହେଲେ। ସେ ଘଟଣାର ଉତ୍ତାପ ନ ଥମୁଣୁ ବର୍ତ୍ତମାନ ଏହି ନୂଆ ଘଟଣା ପରିସ୍ଥିତିକୁ ପୁଣି ଗୋଳମାଳିଆ କରିଦେଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କଲେଜ ପରିସରରେ 10 ଛାତ୍ରଙ୍କ ସମ୍ମୁଖରେ ଜଣେ ନାବାଳିକାକୁ ଦୁଷ୍କର୍ମ, ମୋବାଇଲରେ କଲେ ରେକର୍ଡିଂ

ଝାନସୀ, ଉତ୍ତରପ୍ରଦେଶର ଝାନସୀ କଲେଜ ପରିସରରେ ରାଜ୍ୟର ଏକ ପଲିଟେକ୍ନିକ୍ କଲେଜର ଜଣେ ଛାତ୍ର 17 ବର୍ଷର ଜଣେ ବାଳିକାକୁ ଦୁଷ୍କର୍ମ କରିଛି। ସେହି ଦଶ୍ୟକୁ ଆଉ 10 ଜଣ ଛାତ୍ର ଦେଖିବା ସହିତ ଆପତ୍ତିଜନକ ଭିଡିଓ ମଧ୍ୟ କରିଥିଲେ । ଏ ଭଳି ଏକ ଘଟଣାକୁ ନେଇ ଝାନସୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କାରଣ ଏହି ସମୟରେ କଲେଜରେ ପୋଲିସର କଡା ସୁରକ୍ଷା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଚାଲିଥିଲା।

ପୀଡିତା ଅଭିଯୋଗ କରିଛନ୍ତି ଯେ ରବିବାର ଦିନ ପଲିଟେକ୍ନିକ୍ କଲେଜର ପ୍ରାୟ 10 ଜଣ ଛାତ୍ର ତାଙ୍କୁ କ୍ୟାମ୍ପସ ଭିତରକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସର ପ୍ରବଳ ସୁରକ୍ଷା ମଧ୍ୟରେ ରାଜ୍ୟ ସିଭିଲ ସେବା (ପିସିଏସ୍) ପରୀକ୍ଷା କରାଯାଉଥିବା ବେଳେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଛି। ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି ବୋଲି ଝାନସୀ ପୋଲିସ କହିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ନାବାଳିକାକୁ ଜଣେ ନାବାଳକଙ୍କ ଦୁଷ୍କର୍ମ ଅଭିଯୋଗ, ନିଜ ଦେହରେ ନିଆଁ ଲଗାଇଦେଲେ ପିଡିତା

ଭୋପାଳ, ମଧ୍ୟ ପ୍ରଦେଶର ରିୱା ସହରରେ ଜଣେ ନାବାଳିକାକୁ ଜଣେ ନାବାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ନାବାଳିକା ନିଜ ଦେହରେ ନିଆଁ ଲଗାଇଥିବାର ଜଣାପଡିଛି। ଏହି ଘଟଣାରେ ପୋଲିସ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

ଘଟଣାରୁ ପ୍ରକାଶ ଯେ, ଉଭୟ ନାବାଳକ ଏବଂ ନାବାଳିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଗତକାଲି ନାବାଳକ ପିଡିତାଙ୍କୁ ଭୁଲେଇ ଆଣି ଦୁଷ୍କର୍ମ କରିଛି। ଏଥିରେ ପିଡିତା ରାଜି ନ ଥିଲେ ମଧ୍ୟ ନାବାଳକର ଧମକରେ ସେ ଭୟଭିତ ହୋଇପଡିଥିଲା। ତେବେ ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ରିୱା ଡିଏସପି ବିପି ସିଂ କହିଛନ୍ତି। ନାବାଳିକା ଜଣଙ୍କ ବର୍ତ୍ତମାନ ଡାକ୍ତଖାନାରେ ଚିକିତ୍ସିତ ହେଉଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରୋଗରୁ ଭଲହେବା ପାଇଁ ଗୁଣିଆ ପାଖକୁ ଆସିଥିବା ବାଳିକା ଦୁଷ୍କର୍ମର ହେଲେ ଶିକାର

ମିର୍ଜାପୁର,ସାଧାରଣତଃ ଦେହ ଖରାପ ହେଲେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ହେଲେ ଯେଉଁମାନେ ଅନ୍ଧବିଶ୍ବାସର ବଶବର୍ତ୍ତି ସେମାନେ ଗୁଣି ଗାରେଡିକୁ ବିଶ୍ବାସ କରନ୍ତି। ହେଲେ ପରିଶେଷରେ ସେହି ଗୁଣିଆମାନଙ୍କ ଦ୍ବାରା ସେମାନେ ପ୍ରତାରିତ ହୁଅନ୍ତି। ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଛି। ସେଠାରେ ଜଣେ ବାଳିକା ରୋଗ ଭଲ ହେବା ପାଇଁ ଜଣେ ଗୁଣିଆ ପାଖକୁ ଆସିଥିଲେ। ହେଲେ ଗୁଣିଆ ଝଡାଫୁଙ୍କା ନାମରେ ବାଳିକାଙ୍କୁ ଏକାନ୍ତ ସ୍ଥାନରେ ନେଇ ଦୁଷ୍କର୍ମ କରିଛି। ଏ ନେଇ ବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଗୁଣିଆକୁ ଗିରଫ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମହିଳାଙ୍କୁ ଦୁଷ୍କର୍ମ କରି ଭଣ୍ଡବାବା ଗିରଫ

ଇନ୍ଦୋର: ମଧ୍ୟପ୍ରଦେଶର ଭୋପାଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କୁ ସନ୍ତାନ ପ୍ରାପ୍ତି କରାଇବା ନାଁରେ ଦୁଷ୍କର୍ମ କରାଯାଇଛି । ପରେ ପୋଲିସରେ ଅଭିଯୋଗ କରାଯିବା ପରେ ଉକ୍ତ ଭଣ୍ଡ ବାବାକୁ ଗିରଫ କରାଯାଇଛି । ଏହା ସହିତ ଉକ୍ତ ମହିଳାଙ୍କ ସ୍ୱାମୀ ଏବଂ ଶାଶୁ ଘର ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ମହିଳାଙ୍କର ସନ୍ତାନ ସନ୍ତତି ନ ହେବାରୁ ଡାକ୍ତରଙ୍କୁ ଦେଖାଇବା ପରିବର୍ତ୍ତେ ଉକ୍ତ ବାବାଙ୍କ ନିକଟକୁ ଶାଶୁ ଘର ଲୋକ ନେଇଥିଲେ । ଏପରିକି ଦୁଷ୍କର୍ମ ପରେ ମଧ୍ୟ ସେମାନେ ଚୁପ ରହିଥିଲେ । ପରେ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଶାଶୁ ଘର ଲୋକଙ୍କ ସହିତ ଭଣ୍ଡବାବାକୁ ଗିରଫ କରିଛି। ସମସ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମର ନିଜର ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ଜନୈକା ମହିଳାଙ୍କୁ ସେହିଗ୍ରାମର ଜନୈକ ଯୁବକ ଦୁଷ୍କର୍ମ କରିଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଆଜି ପୁଲିସ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କ ଗିରଫ କରିବା ସହିତ ତାଙ୍କୁ ବିଚାରବିଭାଗୀୟ ଅଦାଲତରେ ଉପସ୍ଥିତ କରାଯାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶଯେ,କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାନଗାଁ ଗ୍ରାମର ଜନୈକା ଯୁବତୀଙ୍କର ବିବାହ ବରଗଡ଼ ଜିଲ୍ଲାରେ ହୋଇଥିଲା। ତାଙ୍କର ମଧ୍ୟ ଏକ ସନ୍ତାନ ରହିଛି। ମାତ୍ର ସମ୍ପୃକ୍ତ ଯୁବତୀ  କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗ୍ରାମକୁ ତାଙ୍କର ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ପୂର୍ବାହ୍ନ ସମୟରେ ନିକଟସ୍ଥ ମହାନଦୀକୁ ଗାଧୋଇବାକୁ ଯାଉଥିବାବେଳେ ସେହି ଗ୍ରାମର ବାବାଜୀ ବେହେରାଙ୍କ ପୁତ୍ର ସୌଭାଗ୍ୟ ବେହେରା ତାଙ୍କୁ ନିଛାଟିଆ ସ୍ଥାନରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିବାନେଇ ସମ୍ପୃକ୍ତ ଯୁବତୀ ଥାନାରେ ଲିଖିତଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୬୦/୨୦ ସଙ୍ଖ୍ୟାରେ ୩୬୩, ୩୫୪(ଏ), ୩୫୪(ବି), ୩୭୬, ୫୧୧, ୩୭୯, ୫୦୬ ଭାରତୀୟ ପିଙ୍ଗଳ କୋର୍ଡ଼ର ଦଫା ଆଧାରରେ ମାମଲା ରୁଜୁ କରାଯାଇଛି ।

ସେହିପରି ଭାବେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରିବା ସହିତ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଥିଲେ। ମାତ୍ର ସେଠାରେ ତାଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ତାଙ୍କୁ ସ୍ଥାନୀୟ ସମାଗୋଳ ଜେଲ ହାଜାତକୁ ପଠାଇ ଦିଆଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିନ୍ତି ।