Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପହୁଲ ଖାନ ମାମଲାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଓ୍ବଓ୍ବେସୀ, ଉତ୍ତର ରଖିଲେ ଗେହଲଟ୍‌
ଆଜିର ଖବର

ପହୁଲ ଖାନ ମାମଲାକୁ ନେଇ କଂଗ୍ରେସକୁ ଟାର୍ଗେଟ କଲେ ଓ୍ବଓ୍ବେସୀ, ଉତ୍ତର ରଖିଲେ ଗେହଲଟ୍‌

June 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅସଦୁଦ୍ଦିନ ଓୱେସି
ନୀତିଶ ସରକାରଙ୍କୁ ସମର୍ଥନ କରିବେ ଅସଦୁଦ୍ଦିନ ଓୱେସି!: ରଖିଲେ ଏହି ସର୍ତ୍ତ

ରାଜସ୍ଥାନ ପୁଲିସ ଦ୍ୱାରା ମବ ଲିଚିଙ୍ଗରେ ଶିକାର ହୋଇଥିବା ମୃତକ ପହଲୁ ଖାନଙ୍କ ବିରୋଧରେ ଗୋ ତସ୍କରୀ ମାମଲାରେ ଚାର୍ଜସିଟ୍ ଦାୟର କରିବା ପରେ ଏହା ଏବେ ରାଜନୈତିକ ମାହୋଲକୁ ସରଗରମ କରିଛି। ପେହଲୁ ଖାନ୍‌ଙ୍କ ନାଁରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଛି ବେଆଇନ ଗୋଚାଲାଣ ମାମଲା। ୨୦୧୭ ମସିହାରେ ପେହଲୁ ‘ଗୋ ରକ୍ଷକ’ଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଆସୁଥିଲା। କିନ୍ତୁ ପେହଲୁ ଖାନ୍‌ ଏବଂ ତାଙ୍କ ଦୁଇ ପୁଅ ନାମରେ ପୁଲିସ୍‌ ଏବେ ବେଆଇନ ଗୋଚାଲାଣ ମାମଲା ରୁଜୁ କରିଛି। ପୁଲିସ୍‌ ଚାର୍ଜଶିଟ୍‌ରେ ପେହଲୁ ଖାନ୍‌ର ପୁଅ ଇର୍ସାଦ୍‌ ଏବଂ ଆରିଫ୍‌ଙ୍କ ନାମରେ ଗୋସୁରକ୍ଷା ସମ୍ବନ୍ଧୀୟ ଆଇନ (ରାଜସ୍ଥାନ ବୋଭାଇନ୍‌ ଆନିମଲ)ର ଧାରା ୫,୮ ଏବଂ୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ମୃତ ପେହଲୁ ଖାନ୍‌ଙ୍କ ନାମରେ ଏହି ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହି ଖବର ପ୍ରସାରଣ ହେବା ପରେ ଓ୍ବଓ୍ବୈସୀ ରାଜସ୍ଥାନ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ଏଆଇଏମଆଇଏମର ମୁଖ୍ୟ ଆଶାଉଦ୍ଦୀନ ଓଓ୍ବେସୀ କଂଗ୍ରେସକୁ ବିଜେପିର ନକଲ ବୋଲି କହିଛନ୍ତି। ସେ ରାଜସ୍ଥାନର ମୁସଲମାନଙ୍କୁ ସମ୍ବୋଧନ କରି କହିଛନ୍ତି କି, ଶାସନରେ ଆସିବା ପରେ କଂଗ୍ରେସ ମଧ୍ୟ ବିଜେପିର ନକଲ କରୁଛି। ଏଭଳି ଲୋକଙ୍କୁ ସଙ୍ଗଠନରୁ ବାହାର କରନ୍ତୁ। କଂଗ୍ରେସ ଦଳ ହେଉଛି ଦଲାଲ। ମୁସଲମାନଙ୍କୁ ନିଜର ସ୍ୱତନ୍ତ୍ର ରାଜନୈତିକ ପ୍ଲାଟଫର୍ମ ପ୍ରସ୍ତୁତ କରିବା ଦରକାର। ୭୦ ବର୍ଷର ଲମ୍ବା ସମୟ ବିତି ଯାଇଛି ଏବେ ପରିବର୍ତ୍ତନ ଆବଶ୍ୟକ।

ତେବେ ଏହି ମାମଲାରେ ମତ ରଖିଛନ୍ତି ରାଜସ୍ଥାନ ସରକାର ଗେହଲଟ। ସେ ପୁଣି କହିଛନ୍ତି କି, ଏହି ମାମଲାର ଯାଂଚ୍ ପ୍ରଥମେ ବିଜେପି ସରକାରଙ୍କ ସମୟରେ ହୋଇଥିଲା ଏବଂ ଚାର୍ଜସିଟ ରଖାଯାଇଥିଲା। ଯଦି ଯାଂଚରେ କୌଣସୀ ପ୍ରକାରର ତ୍ରୁଟି ଦେଖାଯିବ ତେବେ ପୁଣି ଥରେ କେସର ଯାଂଚ୍ କରାଯିବ। ତେବେ ପହଲୁ ଖାନଙ୍କ ବିରୋଧରେ ଗତ ବର୍ଷ ଡିସେମ୍ବର ୩୦ରେ ଚାର୍ଜସିଟ ପ୍ରସ୍ତୁତ କରାଯାଇଥିଲା। ଏହାର ୧୩ ଦିନ ପରେ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ସରକାର ଶାସନରେ ଆସିଥିଲା। ରାଜ୍ୟରେ ପୂର୍ବରୁ ଥିବା ସରକାରଙ୍କ ସମୟରେ ଏହି ମାମଲାରେ ଦୁଇଟି ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପ୍ରଥମଟି ଯେଉଁମାନେ ଖାନଙ୍କୁ ପିଟିପିଟି ହତ୍ୟା କରିଥିଲେ ଏବଂ ଅନ୍ୟଟି ପହଲୁ ଖାନର ପରିବାର ବିରୋଧରେ ଗୋତସ୍କରୀର ଅଭିଯୋଗ। ତେବେ ଏହା ପୂର୍ବରୁ ପହଲୁ ଖାନର ଗୋତସ୍କରୀ ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ପୁଲିସ କ୍ଲିନଚିଟ୍ ଦେଇ ସାରିଛି। ହରିୟାଣାରେ ଡାଏରୀର ବ୍ୟବସାୟ କରୁଥିବା ପହଲୁ ଖାନ ଉପରେ ଅପ୍ରେଲ ୧ରେ ଅଲବରରେ ବେହରୋଡ ନିକଟରେ ଗୋରକ୍ଷକମାନେ ଆକ୍ରମଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026
Latest News

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.