Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଣାର୍କ ନାଟ୍ୟ ମଣ୍ଡପରେ ଆରମ୍ଭ ହେଲା ଚାରିଦିନିଆ ଝୁଲଣ ଉତ୍ସବ
ଆଜିର ଖବର

କୋଣାର୍କ ନାଟ୍ୟ ମଣ୍ଡପରେ ଆରମ୍ଭ ହେଲା ଚାରିଦିନିଆ ଝୁଲଣ ଉତ୍ସବ

August 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
କୋଣାର୍କ ନାଟ୍ୟ ମଣ୍ଡପରେ ଆରମ୍ଭ ହେଲା ଚାରିଦିନିଆ ଝୁଲଣ ଉତ୍ସବ

ପୁରୀ: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଥିବା କୋଣାର୍କ ନାଟ୍ୟ ମଣ୍ଡପରେ ଗତ ଗୁରୁବାର ସଂଧ୍ୟାରୁ ଆରମ୍ଭ ହୋଇଛି ଚାରିଦିନିଆ ଝୁଲଣ ଉତ୍ସବ। ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ ଭୁବନେଶ୍ବରର ଶୁଭଲକ୍ଷ୍ମୀ ନନ୍ଦୀ। ଏଥିରେ ସେ ରାଧାକୃଷ୍ଣ ପ୍ରେମ ଲୀଳାକୁ ନୃତ୍ୟ ରୂପ ଦେଇଥିଲେ।

ଏହାପରେ ଚେନ୍ନାଇର ଗୋପୁକିରଣ ସଦାଶିବନ ଏବଂ ଶ୍ରୀମତୀ ଆଶିଷ କିରଣ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ଆସନ୍ତା ରବିବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ଓଡିଶୀ ସହିତ ଭାରତନାଟ୍ୟମ, ମୋହିନୀଆଟ୍ଟମ, କୁଚୁପୁଡି ନୃତ୍ୟ ସହିତ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରାଯିବ।

ପ୍ରଥମ ସଂଧ୍ୟାରେ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପିକା ସ୍ନେହପ୍ରଭା ସାମନ୍ତରାୟ, ସମାଜସେବୀ ଶତରୂପା ଦାସ, ନାଟ୍ୟମଣ୍ଡପ ସମ୍ପାଦକ ଶିବାଶିଷ ପ୍ରଧାନ, ସୁଲୋଚନା ପ୍ରଧାନ, ରମଣୀ ରଂଜନ ଜେନା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହାପରେ ନାଟ୍ୟମଣ୍ଡପର ପ୍ରତିଷ୍ଠାତା ଗୁରୁ ଗଂଗାଧର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ନିରଂଜନ ପାଲତା, ଶତରୂପା ଖଣ୍ଡାୟତରାୟ ସଂଯୋଜନା କରିଥିବା ବେଳେ ଖଗେଶ୍ବର ଖଣ୍ଡାୟତ ରାୟ, ଗୁରୁ ଜୟକୃଷ୍ଣ ନାୟକ, ସୁଦେସ୍ନା ସାସମଲ୍, ସଂଜୀବନୀ ପ୍ରଧାନ ପ୍ରମୁଖ ନାଟ୍ୟ ମଣ୍ଡପର କର୍ମକର୍ତ୍ତା ପରିଚାଳନା କରିଥିଲେ।

କୋଣାର୍କ କୋଣାର୍କ ନାଟ୍ୟ ମଣ୍ଡପ ଝୁଲଣ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.