Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦ ରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ
ଆଜିର ଖବର

ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦ ରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ

August 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ଼ାକ୍ତରୀ ଛାତ୍ରୀଙ୍କ ହତ୍ୟା ପ୍ରତିବାଦ ରେ ରାଜ୍ୟ ବ୍ୟାପି ଆୟୁଷ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ୨୪ଘଣ୍ଟିଆ ଆନ୍ଦୋଳନ

ଭୁବନେଶ୍ୱର: କଲକତାର ରାଧା ଗୋବିନ୍ଦ କର(ଆର ଜି କର)ମେଡ଼ିକାଲ କଲେଜ ରେ ଜଣେ ସ୍ନାତକୋତ୍ତର ଡ଼ାକ୍ତରୀ ଛାତ୍ରୀ ଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦେଶ ବ୍ୟାପି ଆନ୍ଦୋଳନ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ଯଥା ଭୁବନେଶ୍ୱର ସ୍ଥିତ ଡା ଅଭିନ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ, ରାଉଲକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଓ ରିସର୍ଚ୍ଚ ଏବଂ ତିନି ଆୟୁର୍ବେଦିକ କଲେଜ ଯଥା ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବ୍ରହ୍ମପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ, ବଲାଙ୍ଗୀର ସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ହସ୍ପିଟାଲ ରେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ସକାଳ୬ଟାରୁ ୨୪ଘଣ୍ଟିଆ ଆନ୍ଦୋଳନ ଆରମ୍ଭ ହୋଇଛି।ସମସ୍ତ ଡ଼ାକ୍ତରୀ ଛାତ୍ର ଛାତ୍ରୀ ଭୁବନେଶ୍ୱର ହୋମିଓପ୍ୟାଥିକ କଲେଜ ରୁ ଶୋଭାଯାତ୍ରାରେ ଆସି ପି ଏମ ଜି ଠାରେ ପ୍ରତିବାଦ ସଭା କରିଥିଲେ।

ଏହି ଘଟଣାରେ ସି ବି ଆଇ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ, ଘଟଣାରେ ସଂପୃକ୍ତ ଥିବା ସମସ୍ତ ଆସାମୀ ଙ୍କୁ କଠୋର ଦଣ୍ଡ ବିଧାନ, କର୍ତ୍ତବ୍ୟ ସମ୍ପାଦନ ସମୟରେ ଡ଼ାକ୍ତରୀ ଓ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସୁରକ୍ଷା ପ୍ରଦାନ,ଦେଶରେ ସ୍ଵାସ୍ଥ୍ୟ ସୁରକ୍ଷା ଆଇନ କୁ କଡାକଡି କରିବା ଆଦି ଦାବୀ ନେଇ ରାଜ୍ୟ ବ୍ୟାପି ଆୟୁଷ ଡାକରୀ ଛାତ୍ର ସଙ୍ଘ ରାଜରାସ୍ତାକୁ ଓଲ୍ହାଇଛନ୍ତି।ସଙ୍ଘ ର ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ସାଧାରଣ ସମ୍ପାଦକସୁବ୍ରତ କୁମାର ସାମଲ, ଉପ ସଭାପତି, ଡା ନାଚିକେତା ଗୁପ୍ତା,ମିଡିଆ ପ୍ରବକ୍ତା ଡା ସୌରଭ ମହାରଣା ପ୍ରମୁଖ ଏକ ଦାବୀ ପତ୍ର ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ରାଜ୍ୟ ଆୟୁଷ ନିର୍ଦେଶକ, କେନ୍ଦ୍ର ମେଡ଼ିକାଲ ଆସୋସିଏସନ ଆଦିଙ୍କୁ ପ୍ରେରଣ କରି ଘଟଣା କୁ ନିନ୍ଦା କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି।

ଆୟୁଷ ଡ଼ାକ୍ତର ଡାକ୍ତର ଧର୍ମଘଟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.