Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ
ଆଜିର ଖବର

“ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟ”ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

August 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ନିରନ୍ତର ବିକାଶ ଏବଂ ସାଧାରଣ ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ବୋଲି ଶନିବାର ଭର୍ଚ୍ଚୁଆଲ ପ୍ଲାଟଫର୍ମରେ  “ଥାର୍ଡ୍ ଭଏସ୍ ଅଫ୍ ଗ୍ଲୋବାଲ୍ ସମ୍ମିଟର ଶିକ୍ଷା ମନ୍ତ୍ରୀମାନଙ୍କ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ମାନବ ସମ୍ବଳ ବିକାଶକୁ ପ୍ରାଥମିକତା: ଗ୍ଲୋବାଲ ସାଉଥର ଦୃଷ୍ଟିକୋଣ” କଥାବସ୍ତୁ ଉପରେ ଆୟୋଜିତ ଏହି ଅଧିବେଶନରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗ୍ଲୋବାଲ ସାଉଥ ଔପନିବେଶିକ ଇତିହାସ, ସାମାଜିକ-ଆର୍ଥିକ ଆକାଂକ୍ଷା, ସମୃଦ୍ଧ ଜୀବନ୍ତ ସଂସ୍କୃତି ଏବଂ ଅପାର ସମ୍ଭାବନାର ଏକ ପରିଚୟକୁ ପ୍ରତିଫଳିତ କରୁଛି। ଏହି ପରିପ୍ରେକ୍ଷୀରେ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା କେବଳ ଦକ୍ଷତା ପ୍ରଦାନ ପାଇଁ ନୁହେଁ ବରଂ ପ୍ରତିଭାକୁ ଚିହ୍ନଟ  କରିବା, ଅଭିନବ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥିର ସମୁଦାୟ ଗଠନ ପାଇଁ ମଧ୍ୟ ମହତ୍ୱପୂର୍ଣ୍ଣ। ନିରନ୍ତର ବିକାଶ ପାଇଁ ଶିକ୍ଷା ଏକ ଶକ୍ତିଶାଳୀ ଉତ୍ପେରକ ଭାବରେ କାର୍ଯ୍ୟ କରିପାରିବ। ଶିକ୍ଷା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ପରିକଳ୍ପନାର ମୂଳଦୁଆ। ତାଙ୍କ ନେତୃତ୍ୱରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତି ଭାବରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହୋଇଛି। ଜାତୀୟ ଶିକ୍ଷାନୀତି  ଏକ ଦାର୍ଶନିକ ଦସ୍ତାବିଜ୍, ଯାହା ସର୍ବବ୍ୟାପୀ, ସର୍ବସ୍ପର୍ଶୀ ତଥା ବହମୁଖୀ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରେ। ଏହି ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।

ସ୍ଥାୟୀ ଉର୍ଜା  ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଗୁରୁତ୍ୱ ଦେଇ ଭାରତ ନିଜର ଗବେଷଣା ଅନୁଷ୍ଠାନ ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ କାର୍ଯ୍ୟ କରୁଛି। ଗବେଷଣା ପ୍ରଦର୍ଶନ(ରିସର୍ଚ୍ଚ ଆଉଟପୁଟ)ରେ ଭାରତର ମାନ ୫୪ ପ୍ରତିଶତକୁ ବୃଦ୍ଧି ଘଟିଛି, ଯାହା ବିଶ୍ୱ ତୁଳନାରେ ହାରାହାରି ଦୁଇଗୁଣରୁ ଅଧିକ। ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ଭାରତ ୭୬ରୁ ୪୦ତମ ସ୍ଥାନକୁ ବୃଦ୍ଧି ପାଇ ଏକ ଅଗ୍ରଣୀ ଗବେଷଣା କେନ୍ଦ୍ରରେ ପରିଣତ ହେଉଛି।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଭାରତ ଦେଶ ଓ ବିଦେଶରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଶିକ୍ଷକମାନଙ୍କର ବିଶ୍ୱସ୍ତରୀୟ ଚାହିଦାକୁ ପୂରଣ କରୁଛି। ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ତଥା ମାଗଣା ଶିକ୍ଷା ପ୍ରଦାନ ପାଇଁ ସ୍ୱୟମ୍ କାର୍ଯ୍ୟକ୍ରମ, ୨୦୦ ଡିଟିଏସ ଚ୍ୟାନେଲ, ୪୦୦ ରେଡିଓ ଷ୍ଟେସନ, ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଭର୍ଚ୍ଚୁଆଲ ଲ୍ୟାବ, ଭାରତୀୟ ସାଙ୍କେତିକ ଭା।ଷାରେ ଇ-କଣ୍ଟେଣ୍ଟ ଓ ଅଡିଓ ପୁସ୍ତକ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ଯଥେଷ୍ଟ ବୃଦ୍ଧି ପାଇଛି। ଷ୍ଟେମ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ୪୩ ପ୍ରତିଶତ ମହିଳା ଅଛନ୍ତି। ଆମେ ଶିଳ୍ପ ବିପ୍ଳବ ୪.୦ର ସମ୍ମୁଖୀନ ହେଉଥିବା ବେଳେ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ନିର୍ମାତା ଏବଂ ପରିଚାଳକ ହେବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ ଧର୍ମେନ୍ଦ୍ର ପ୍ରଧାନ ଶିଳ୍ପ ବିପ୍ଳବ ୪.୦
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ଟ୍ରେନ ଚଳାଚଳରେ ପରିବର୍ତ୍ତନ

August 21, 2025

ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ

August 21, 2025

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025
Latest News

ଖୋର୍ଦ୍ଧା ରୋଡ୍-ପଲାସା ସେକ୍ସନ ମଧ୍ୟରେ ଟ୍ରେନ ଚଳାଚଳରେ ପରିବର୍ତ୍ତନ

August 21, 2025

ସିକଲ୍ ସେଲ୍ ଏବଂ ଥାଲାସିମିଆ ପରିଚାଳନା ବୈଠକ

August 21, 2025

ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପ ଉପରେ ଅର୍ନ୍ତଜାତୀୟ ପରାମର୍ଶଦାତା ସଂସ୍ଥା ସହ ଆଲୋଚନା

August 21, 2025

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

August 21, 2025

୮୦ ତମ ରାଜ୍ୟ ପୁଲିସ ଫୁଟବଲ ପ୍ରତିଯୋଗିତା- ୨୦୨୫ ଉଦଘାଟିତ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.