Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲାଣ୍ଡ ଓ ୟୁକ୍ରେନ୍ ଗଣତନ୍ତ୍ରକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
ଆଜିର ଖବର

ପୋଲାଣ୍ଡ ଓ ୟୁକ୍ରେନ୍ ଗଣତନ୍ତ୍ରକୁ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

August 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋଲାଣ୍ଡ ଏବଂ ୟୁକ୍ରେନ୍ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ”ମୁଁ ଆଜି ପୋଲାଣ୍ଡ ଏବଂ ୟୁକ୍ରେନ୍ ଗଣତନ୍ତ୍ରକୁ ସରକାରୀ ଗସ୍ତରେ ଯାଉଛି।

ଆମର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଅବସରରେ ମୋର ପୋଲାଣ୍ଡ ଗସ୍ତ ହେଉଛି। ପୋଲାଣ୍ଡ ମଧ୍ୟ ୟୁରୋପର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗୀ। ଗଣତନ୍ତ୍ର ଓ ବହୁଳବାଦ ପ୍ରତି ଆମର ପାରସ୍ପରିକ ପ୍ରତିବଦ୍ଧତା ଆମ ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି। ଆମର ଭାଗୀଦାରୀକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏବଂ ରାଷ୍ଟ୍ରପତି ଆଣ୍ଡରଜେଜ୍‍ ଡୁଡାଙ୍କୁ ଭେଟିବାକୁ ଆଗ୍ରହୀ। ମୁଁ ପୋଲାଣ୍ଡରେ ଥିବା ଭାରତୀୟ ସୁମଦାୟର ସଦସ୍ୟମାନଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରିବି।

ପୋଲାଣ୍ଡରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ନିମନ୍ତ୍ରଣକ୍ରମେ ମୁଁ ୟୁକ୍ରେନ ଗସ୍ତ କରିବି। ଏହା ହେଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ। ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଏବଂ ଚାଲିଥିବା ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଦୃଷ୍ଟିକୋଣ ସେୟାର କରିବା ପାଇଁ ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ପୂର୍ବ ଆଲୋଚନାକୁ ବିକଶିତ କରିବାର ସୁଯୋଗ କୁ ଅପେକ୍ଷା କରିଛି। ଜଣେ ବନ୍ଧୁ ଏବଂ ସହଯୋଗୀ ଭାବରେ ଆମେ ଆଶା କରୁଛୁ ଯେ ଶୀଘ୍ର ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରିବ।

ମୋର ବିଶ୍ୱାସ ଯେ ଏହି ଗସ୍ତ ଦୁଇ ଦେଶ ସହିତ ବ୍ୟାପକ ଯୋଗାଯୋଗର ଏକ ସ୍ୱାଭାବିକ ନିରନ୍ତରତା ଭାବରେ କାର୍ଯ୍ୟ କରିବ ଏବଂ ଆଗାମୀ ବର୍ଷଗୁଡ଼ିକରେ ମଜଭୁତ ଏବଂ ଅଧିକ ଦୃଢ ସମ୍ପର୍କପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ସହାୟକ ହେବ।”

narendra modi Poland UKRAIN
Share. Facebook Twitter LinkedIn Email WhatsApp Copy Link

Related Posts

ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

January 2, 2026

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026
Latest News

ପବିତ୍ର ପିପ୍ରାହୱା ଅବଶେଷର ଅର୍ନ୍ତଜାତୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

January 2, 2026

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

January 2, 2026

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ: ନିର୍ଣ୍ଣାୟକ ମୋଡ଼ରେ ପହଁଚିଲା ଧନୁଯାତ୍ରାର ନାଟକ

January 2, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ସଚିବସ୍ତରୀୟ ବୈଠକ

January 2, 2026

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.