Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତକ ମହିଳା ଡାକ୍ତରଙ୍କ ପରିଚୟ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ସାମାଜିକ ଗଣମାଧ୍ୟମ
ଆଜିର ଖବର

ମୃତକ ମହିଳା ଡାକ୍ତରଙ୍କ ପରିଚୟ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ସାମାଜିକ ଗଣମାଧ୍ୟମ

August 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟ
"ବୁଦ୍ଧିଜୀବୀମାନେ ଆତଙ୍କବାଦୀ ହୋଇଗଲେ ଅଧିକ ବିପଦପୂର୍ଣ୍ଣ ହୋଇଯାଆନ୍ତି": ସୁପ୍ରିମକୋର୍ଟରେ କହିଲା ପୋଲିସ

ନୂଆଦିଲ୍ଲୀ: ଆର୍‌ଜି କର ମେଡିକାଲ କଲେଜ ଘଟଣାରେ ମୃତକଙ୍କ ନାମ ଓ ଫଟୋ ପ୍ରସାରଣ ଶୀର୍ଷକ ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକୁ ୨୦ ଅଗଷ୍ଟ ୨୦୨୪ରେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କହିଛି।

ମୃତକଙ୍କ ନାମ ସହ ମୃତକଙ୍କ ଫଟୋ ଓ ଭିଡିଓ କ୍ଲିପ୍ କୁ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଓ ବୈଦ୍ୟୁତିକ ଗଣମାଧ୍ୟମରୁ ତୁରନ୍ତ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଘଟଣା ସହ ଜଡ଼ିତ ସମ୍ବେଦନଶୀଳ ବିଷୟବସ୍ତୁର ପ୍ରସାରଣକୁ ନେଇ ଉଦବେଗ ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅଦାଲତଙ୍କ ଆଦେଶର କାର୍ଯ୍ୟକାରୀ ପାରାଗ୍ରାଫ୍‌ ନିମ୍ନରେ ଦିଆଗଲା:

ମୃତଦେହ ଉଦ୍ଧାର ପରେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ମୃତକଙ୍କ ପରିଚୟ ଓ ମୃତଦେହର ଫଟୋ ପ୍ରକାଶ କରିବାକୁ ଉଦ୍ୟମ କରୁଥିବାରୁ ଏହି ଅଦାଲତ ଏକ ଆଦେଶ ଜାରି କରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଆଦେଶକୁ ପାଳନ କରି ଉପରୋକ୍ତ ଘଟଣାରେ ମୃତକଙ୍କ ନାମ, ଫଟୋ ଏବଂ ଭିଡିଓ କ୍ଲିପ୍ କୁ ତୁରନ୍ତ ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଏବଂ ବୈଦ୍ୟୁତିକ ଗଣମାଧ୍ୟମରୁ ହଟାଇବାକୁ ଆମେ ନିର୍ଦ୍ଦେଶ ଦେଉଛୁ।

ଏହି ଆଦେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଛି। ତେଣୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ଏହି ଆଦେଶକୁ ପାଳନ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ଏଭଳି ସମ୍ବେଦନଶୀଳ ସୂଚନାକୁ ଆଉ ପ୍ରସାରିତ ନ କରିବା ନିଶ୍ଚିତ କରନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରିବାରେ ବିଫଳ ହେଲେ ଆଇନଗତ ପରିଣାମ ଏବଂ ପରବର୍ତ୍ତୀ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ।

ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ cyberlaw-legal@meity.gov.in ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ଜବାବରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇବେ।

ସାମାଜିକ ଗଣମାଧ୍ୟମ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.