Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶୀୟ ଦିବସ ପାଳିତ
ଆଜିର ଖବର

ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରଥମ ଜାତୀୟ ମହାକାଶୀୟ ଦିବସ ପାଳିତ

August 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଶୁକ୍ରବାର ସାରା ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ। ଗତବର୍ଷ ଆଜିର ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଥିଲା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଭାରତର ମୁନ୍‌ ମିଶନ ଚନ୍ଦ୍ରଯାନ-୩ । ପ୍ରତିଟି ଭାରତୀୟଙ୍କ ଛାତି ଖୁସିରେ ଫୁଲି ଉଠିଥିଲା। ଯାହା କୌଣସି ଦେଶ କରିବାରେ ସକ୍ଷମ ହୋଇନଥିଲା ତାହା କରି ଦେଖାଇଥିଲା ଭାରତ।

ଦେଶରେ ବିଶ୍ବର ଏକ ନମ୍ବର ଦେଶ ଭାବେ ବିଶ୍ବବିଦିତ ହୋଇଥିଲା ଭାରତ  ଏହି ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆଜି ଦେଶ ପାଳିଛି ପ୍ରଥମ ଜାତୀୟ ମହାକାଶ ଦିବସ। ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଥିଲା।

ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଛୁଇଁବା ପରେ ସାରା ଦେଶରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିଲା। ପ୍ରତିଟି ଭାରତୀୟ ଗର୍ବିତ ଅନୁଭବ କରୁଥିଲେ। ପ୍ରତିଟି ଦେଶ ଏହି ଉପଲବ୍ଧି ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଥିଲେ। ଅଗଷ୍ଟ ୨୬ ତାରିଖରେ ISRO କମାଣ୍ଡ ନେଟୱାର୍କ ମିଶନ କଣ୍ଟ୍ରୋଲ କମ୍ପ୍ଲେକ୍ସରେ ପହଞ୍ଚିଥିଲେ ମୋଦି। ସେଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଇସ୍ରୋର ସଫଳତା ଗାଥାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖରେ ଜାତୀୟ ମହାକାଶ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଥମ ଥର ଦେଶର ସବୁଆଡେ ଆଜି ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ରଣପୁର ବ୍ଲକର ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏହା ସହିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଚାଲିଥିବା ପ୍ରୟୋଗ ତାଲିମ କେନ୍ଦ୍ରରେ ମଧ୍ୟ ଏହି ଜାତୀୟ ଦିବସ ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ନିର୍ଦ୍ଦେଶରେ ପାଳିତ ହୋଇଥିଲା। ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ତାଲିମ କେନ୍ଦ୍ରରେ ଏହି ଅବସରରେ ପ୍ରୋଜେକ୍ଟର, ସ୍ମାର୍ଟ ବୋର୍ଡ, ଲାପଟପ, ଟାଵଲେଟ, କମ୍ପ୍ୟୁଟର ମାଧ୍ୟମରେ ଚନ୍ଦ୍ରାୟାନ-୩ ର ଭିଡିଓ ଦେଖା ଯାଇଥିଲା। ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ଚନ୍ଦ୍ରାୟାନ-୩ର ମଡେଲ ଓ ଡ୍ରଇଁ ପ୍ରତିଯୋଗିତା କରାଯାଇଥିଲା।

ଚନ୍ଦ୍ରଯାନ-୩ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026
Latest News

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.