ଖୋର୍ଦ୍ଧା: ‘ସୁଭଦ୍ରା ଯୋଜନା’ ର ଜିଲ୍ଲାସ୍ତରୀୟ ବୈଠକ

Published: Aug 24, 2024, 6:33 pm IST

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଉପରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ମହିଳା ମାନଙ୍କ ବୟସ ୨୧ ବର୍ଷ କିମ୍ଵା ତଦୁର୍ଦ୍ଧ୍ବ ଏବଂ ୬୦ ବର୍ଷରୁ କମ ହୋଇଥିବା ଦରକାର। ଏହି ଯୋଜନାରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷ କୁ ୧୦,୦୦୦/- ଟଙ୍କା ଲେଖାଏଁ ୫ ବର୍ଷରେ ୫୦,୦୦୦ /- ଟଙ୍କା ପ୍ରଦାନ କରାଯାଇପାରିବ।

ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା କିମ୍ବା କୋୖଣସି ସରକାରୀ ଯୋଜନାରେ ମାସିକ ୧୫୦୦ ଟଙ୍କା କିମ୍ବା ବାର୍ଷିକ ୧୮୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହଁ।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳା ମାନେ ଅଙ୍ଗନବାଡି କେନ୍ଦ୍ର/ବ୍ଲକ୍ କାର୍ଯ୍ୟାଳୟ/ ଜନ ସେବାକେନ୍ଦ୍ର/ ମୋ ସେବାକେନ୍ଦ୍ର ଇତ୍ୟାଦିରେ ମାଗଣାରେ ଉପଲବ୍ଧ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏଥି ସହ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର (ଆଧାରରେ ଲିଙ୍କ୍ ହୋଇଥିବା) ଦେଇ ଆବେଦନ କରିପାରିବେ।

ଏହି ବୈଠକରେ ଭୂଵନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଉପ-ଜିଲ୍ଲାପାଳ ଖୋର୍ଦ୍ଧା ଦିପ୍ତି ରଞ୍ଜନ ସେଠି, ଜିଲ୍ଲାର ସମସ୍ତ ବିଡିଓ/ସମସ୍ତ ବିଭାଗୀୟ ଅଧିକାରୀ, ଡି ଆଇ ପି ଆର ଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଡ଼ି ହୋଇଥିଲେ।

Related posts