ବାଲୁଗାଁରେ ପ୍ରତିଷ୍ଠିତ ଆୟୁର୍ବେଦିକ କଂପାନୀ ଝାଣ୍ଡୁ ପକ୍ଷରୁ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Published: Aug 25, 2024, 6:18 pm IST

ବାଲୁଗାଁ: ଦେଶର ପୁରାତନ ଆୟୁର୍ବେଦିକ ଔଷଧ ନିର୍ମାତା ଝାଣ୍ଡୁ ତରଫରୁ ଆଜି ପୂର୍ବାହ୍ନ ରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସ୍ଥିତ ହୋଟେଲ ଦିଗନ୍ତିକା ସଭାକକ୍ଷ ରେ କମ୍ପାନୀ ର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସୁରକ୍ଷା ରେ ଆୟୁର୍ବେଦିକ ତଥ୍ୟ ଓ ଔଷଧର ଉପଯୋଗୀତା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଆୟୁର୍ବେଦିକ ଚିକିତ୍ସାର ଦାର୍ଶନିକ ଓ ବୈଜ୍ଞାନିକ ପୃଷ୍ଟ ଭୁମି ଉପରେ ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡା ଦେବରାଜ ଦାସ, ଓଡ଼ିଶା ଆୟୁଷ ବିକାଶ ପରିଷଦ ସଂପାଦକ ଡା ତ୍ରୈଲୋକ୍ୟ ନାଥ ମହାରଣା, ଡା ସ୍ୱପ୍ନାରାଣୀ ପଟ୍ଟନାୟକ, ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଙ୍ଘ ସଭାପତି ଡା ସଞ୍ଜୟ ମହାପାତ୍ର, ରାଜ୍ୟ ଆୟୁଷ ସଂଘ ପରିଚାଳନା କମିଟି ସଦସ୍ୟ ଡା ବିଦ୍ୟା ପଟ୍ଟନାୟକ, ଡା ସୃଜନୀ ପ୍ରଜ୍ଞା ଦାସ, ଡା ମାନସ ଦୀକ୍ଷିତ, ଡା ବେବି ସିଲନ, ଡା ନର୍ମଦା ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ପ୍ରତିକ ଚଳଣିରେ ଦେଖାଦେଇଥିବା ଦୁରାରୋଗ୍ୟ ବ୍ୟାଧି ମଧୁମେହ, ହୃଦରୋଗ, ମାନସିକ ଅବସାଦ, ଉଚ୍ଚରକ୍ତଚାପ,ବିଭିନ୍ନ ସନ୍ଧି ବାତ ରୋଗ, ଓଜ କ୍ଷୟ,ଏବଂ ସ୍ତ୍ରୀ ରୋଗ ରେ ବିଭିନ୍ନ ପ୍ରଦର ରୋଗ, ଜରାୟୁ ଗତ ଆଦି ରୋଗ ରେ ଆୟୁର୍ବେଦିକର ଶାସ୍ତ୍ରୀୟ ଔଷଧ ସେବନ କଲେ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ।

ଏଥି ସହିତ ଆୟୁର୍ବେଦ ର ଶାସ୍ତ୍ରୀୟ ଔଷଧ ଓ ସ୍ୱାସ୍ଥ୍ୟ ପରାମର୍ଶ କୁ ପାଶ୍ଚାତ୍ୟ ବୈଜ୍ଞାନିକ ମାନେ କିଭଳି ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଉପସ୍ଥିତ ଆୟୁର୍ବେଦ ଡାକ୍ତର ମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଝାଣ୍ଡୁ କମ୍ପାନୀ ପକ୍ଷରୁ ବିଶୁଦ୍ଧ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ନେଇ ଏକ ଡ଼କୁମେଣ୍ଟ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟରେ ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉପସ୍ଥିତ ଡାକ୍ତର ଙ୍କୁ ମାନପତ୍ର ଓ ଔପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts