Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳକୁ ଗଲେ ଡିଜିପି
ଆଜିର ଖବର

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳକୁ ଗଲେ ଡିଜିପି

August 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା, ଘଟଣାସ୍ଥଳକୁ ଗଲେ ଡିଜିପି

ଖୋର୍ଦ୍ଧା : ଗ୍ୟାରେଜ ଭିତରେ ପଶି ଜଣେ ଯୁବକଙ୍କୁ ଖଣ୍ତାରେ ହାଣି ହତ୍ୟା କରାଯାଇଛି। ପୁର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖୋର୍ଦ୍ଧା ମକୁନ୍ଦ ପ୍ରସାଦ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦ ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ସେକ୍‌ ସାଜିଦ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଲୋକେ ମକୁନ୍ଦପ୍ରସାଦ ନିକଟରେ ମୃତଦେହ ରଖି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେହି ଘଟଣା ପରେ ଖୋର୍ଦ୍ଧା ପୋଡା ସାହିରେ କିଛି ଯୁବକ ପଶି ବାଇକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ଘଟଣା ଅତି ସମ୍ବେଦନଶୀଳ ଆଡକୁ ଗତି କରୁଥିବା ଜଣାପଡିବା ପାରେ ଘଟଣା ସ୍ଥଳରେ ପୋଲିସ ଡ଼ିଜି ୱାଇ.ବି ଖୁରାନିଆ, ଅତିରିକ୍ତ ପୋଲିସ ମହାନିର୍ଦେଶକ ରାମକୃଷ୍ଣ ଶର୍ମା,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ, ଡିଆଇଜି କ୍ରାଇମ, ଉପଜିଲ୍ଲାପାଳ, ଷଷ୍ଠ ବାଟାଲିଆନ କାମାଣ୍ଡାଣ୍ଟ, ଅତିରିକ୍ତ ଏସପିଙ୍କ ସହ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଅନ୍ୟପକ୍ଷରେ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନୁରୂପ ଭାବେ ମୁକୁନ୍ଦପ୍ରସାଦ ମୌଜାରେ ୧୬୩ BNSS ଲାଗୁ କରିଛନ୍ତି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି। ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ଏବଂ ୧ ଓ ୩ ନଂ ୱାର୍ଡର କିଛି ଅଞ୍ଚଳରେ ୧୬୩ BNSS ଲାଗୁ ହୋଇଛି। ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି।

khorda
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.