ପବିତ୍ର ଜନ୍ମାଷ୍ଠମୀରେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ ସୁନ୍ଦର ବେଶଭୂଷା ହୋଇ ପାଳନ କଲେ ଉତ୍ସବ

Published: Aug 26, 2024, 7:20 am IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଭାଦ୍ରବ ମାସ ଅଷ୍ଠମୀ ତିଥୀରେ ଦେବକୀଙ୍କ ଗର୍ଭରୁ କାରାଗାର ଭିତରେ କୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଭାଦ୍ରବ ଅଷ୍ଟମୀକୁ ଜନ୍ମାଷ୍ଠମୀ ଭାବେ ପାଳନ କରାଯାଉଛି। ଏହିଦିନ କୃଷ୍ଣ ଭକ୍ତମାନେ ଦିନସାରା ଉପବାସ ରହି ଏହି ଦିନକୁ ପାଳନ କରିଥାନ୍ତି।

ଛାତ୍ରଛାତ୍ରୀଙ୍କ ଭିତରେ କୃଷ୍ଣ ପ୍ରେମ ପରିପ୍ରକାଶ କରିବା ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲରେ ଶନିବାର ଦିନ ପାଳନ ହୋଇଛି ଜନ୍ମାଷ୍ଠମୀ। ଛାତ୍ରଛାତ୍ରୀମାନେ କୃଷ୍ଣ, ରାଧା ଆଉ ଗୋପୀଙ୍କ ବେଶ ହୋଇ କୃଷ୍ଣଙ୍କ ବିଭିନ୍ନ ଲୀଳାକୁ ନାଟ୍ୟ ରୂପରେ ପରି ପ୍ରକାଶ କରିଥିଲେ।

Related posts