Categories
ଆଜିର ଖବର

ଡିଏଭି ଚନ୍ଦ୍ରଶେଖରପୁରରେ ଲିଟରେଚର୍‍ କନ୍‍କ୍ଲେଭ ୨.୦ ଆୟୋଜିତ

ଭୁବନେଶ୍ୱର: ମାନବ ସମାଜର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ଆଧ୍ୟାତ୍ମିକତା ଓ ଆଧୁନିକତାର ଉତ୍ତମ ସମନ୍ୱୟ ଏକାନ୍ତ କାମ୍ୟ। ସାହିତ୍ୟ ମାଧ୍ୟମରେଏହା ସୁଗମ ହୋଇପାରିବ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରରେ ଆୟୋଜିତ ଲିଟରେଚର୍‍ କନ୍‍କ୍ଲେଭ୍‍ର ଦ୍ୱିତୀୟ ସଂସ୍କରଣରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।

‘ଆଧ୍ୟାତ୍ମିକତା ଓ ଆଧୁନିକତା – ଶାଶ୍ୱତସାହିତ୍ୟ ପ୍ରସଙ୍ଗ’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ଦାଶବେନହୁର, ପ୍ରଫେସର ଅମୂଲ୍ୟ ପୁରୋହିତ ଓ ପ୍ରଫେସର ରମାକାନ୍ତ ମିଶ୍ର ଯୋଗଦେଇ ବିଶ୍ୱ ଓ ଭାରତୀୟ ସାହିତ୍ୟରୁ ଉଦାହରଣ ମାଧ୍ୟମରେ ଦୃଷ୍ଟିକୋଣ ପ୍ରାଞ୍ଜଳ କରିଥିଲେ । ସମାଜ ପାଇଁ ପରାର୍ଥ ଭାବନାବହନ କରୁଥିବା ଉଚ୍ଚାଙ୍ଗ ସାହିତ୍ୟ କାଳଜୟୀ ହୋଇଥାଏ ବୋଲି ଏଥିରେ ମତୈକ୍ୟ ପ୍ରକାଶ ପାଇଥିଲା।

ବିଦ୍ୟାଳୟ ଅଧ୍ୟକ୍ଷାଡ.ସୁଜାତା ସାହୁ ଏହି ମହୋତ୍ସବ ଆୟୋଜନର ଭୂମିକା ଓ ସୁଦୂର ପ୍ରସାରୀ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସାର୍ଥକ ଶଙ୍କର ଭଗତଙ୍କ ସଂଯୋଜନାରେ ସମ୍ପନ୍ନ ଏହି ଆଲୋଚନା ସଭାରେ ଅଧ୍ୟାପକ ମୟୂଖ ମିଶ୍ର ପ୍ରସଙ୍ଗ ସମୀକ୍ଷା କରିଥିଲେ।

ପାଞ୍ଚଜଣ ବିଦ୍ୟାର୍ଥୀଙ୍କ ଲିଖିତ ପୁସ୍ତକମାନ ଇତ୍ୟବସରରେ ଉନ୍ମୋଚିତ ହୋଇଥିଲା । ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଶ୍ଲୋକ,କବିତା ଆବୃତ୍ତି,ସର୍ବଧର୍ମ ପ୍ରାର୍ଥନା, ପୁସ୍ତକ ସମୀକ୍ଷା, ଗଳ୍ପକଥନ, ପୁସ୍ତକ ପ୍ରଦର୍ଶନ, ନୃତ୍ୟାଭିନୟ ଓ ନାଟିକା ପରିବେଷଣ ଆଦି ସମାହିତ ହୋଇଥିଲା।

ବିଦ୍ୟାଳୟ ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟଙ୍କ ବ୍ୟବସ୍ଥାପନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିହାରିକା ଗନ୍ତାୟତ, ଭାରତୀ ପ୍ରଧାନ, ଡେଜିରାଣୀ ମିଶ୍ର, ଜୟଶ୍ରୀ ମହାପାତ୍ର, ରୁପେଶ ସାହୁ, ସୁଶାନ୍ତ ପ୍ରଧାନ, କଲ୍ୟାଣୀ ପଣ୍ଡା, ସି.ଜ୍ୟୋତି, ଚିତ୍ରାଙ୍ଗଦା ମହାପାତ୍ର, ସ୍ୱାଗତିକା ବିଶ୍ୱାଳ, ସୁମିତ୍ରା ହାଲ୍‍ଦାର୍‍, ଦିଲୀପ ପାଲ୍‍ ପ୍ରମୁଖ ଶିକ୍ଷକଶିକ୍ଷୟିତ୍ରୀଗଣ ଉଲ୍ଲେଖନୀୟ ସହାୟତା କରିଥିଲେ।

Categories
ଆଞ୍ଚଳିକ

ଡିଏଭି ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର: କୌଣସି ସଫଳତା ସଂଯୋଗବଶତଃ ମିଳେ ନାହିଁ। ଆକସ୍ମିକ ଭାବରେ ଲବ୍ଧ ସାଫଲ୍ୟ କ୍ଷଣସ୍ଥାୟୀ। କଠିନ ପରିଶ୍ରମ ଓ ସାଧନା ଜରିଆରେ ମିଳିଥିବା ସଫଳତା ଦୀର୍ଘସ୍ଥାୟୀ ଓ ଫଳପ୍ରଦ ହୋଇଥାଏ ବୋଲି ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ୩୪ତମ ପ୍ରତିଷ୍ଠା ଦିବସ ସମାରୋହରେ ଅଭିଭାଷଣ ପ୍ରଦାନ କରି ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମତପ୍ରକାଶ କରିଛନ୍ତି।

ଏସିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ପବ୍ଲିକ୍‍ ହେଲ୍‍ଥର ଭାଇସ୍‍-ଚାନସେଲର୍‍ ପ୍ରଫେସର ଦାଶ ମହାଭାରତ ଠାରୁ ଆରମ୍ଭ କରି ସମସାମୟିକ ଘଟଣାବଳୀରୁ ଏକାଧିକ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ କୃତସଂକଳ୍ପ ଭାବରେ ଲକ୍ଷ୍ୟହାସଲ ଦିଗରେ ଆଗେଇଯିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟକୁ ଜାତୀୟ ଚରିତ୍ରର ଦର୍ପଣ ସହ ତୁଳନା କରି ପ୍ରଫେସର ଦାଶ ଏହା ସତତ ସ୍ୱଚ୍ଛ ଓ ସମୁଜ୍ଜ୍ୱଳ ହେବା ଉଚିତ ବୋଲି କହିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ସମାହିତ ଏହି ମନୋଜ୍ଞ ଉତ୍ସବରେ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀ, ମାଡାମ୍‍ ଦାଶ, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍‍ ମଦନମୋହନ ପଣ୍ଡା, ଡିଏଭି ୟୁନିଟ୍‍-୮ ଚେୟାରମ୍ୟାନ୍‍ ବିଜୟ ପଟ୍ଟନାୟକ, ଡିଏଭି ସହକାରୀ ଆଞ୍ଚଳିକ ଅଧିକାରୀଗଣ ଡ. ସୁଜାତା, ଏ. କେ. ଭୋଇ, ଈପ୍‍ସିତା ଦାସ, ଡିଏଭି ଅନୁଷ୍ଠାନସମୂହର ଅଧ୍ୟକ୍ଷଅଧ୍ୟକ୍ଷା ଅତିଥିରୂପେ ମଞ୍ଚାସୀନ ଥିଲେ। ଇତ୍ୟବସରରେ, ବିଦ୍ୟାଳୟର ପରୀକ୍ଷାଫଳ ଟାବ୍‍ଲଏଡ୍‍ ‘ଇପୋକ’ ଉନ୍ମେଚିତ ହୋଇଥିଲା।

ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଇନ୍ଦିରା ଭଟ୍ଟାଚାର୍ଯ୍ୟ ବିଦ୍ୟାଳୟର ସାଫଲ୍ୟମଣ୍ଡିତ ବିବରଣୀ ଉପସ୍ଥାପନ କରିବାସହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ନୃତ୍ୟସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଏଇ ଆମ ରତ୍ନମଣ୍ଡପ’, ଲୋକନୃତ୍ୟ ‘ମାଟି ଆମର ମାଆ’, ସୁସ୍ଥ ଶରୀର ଓ ମନ ପାଇଁ ଯୋଗାସନ ପ୍ରଦର୍ଶନ ଆଦି ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା। ନିରବଚ୍ଛିନ୍ନ ୨୫ବର୍ଷ ସେବା ପ୍ରଦାନ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ।

ପୂର୍ବାହ୍ଣରେ, ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ.ସି. ଶତପଥୀଙ୍କ ପୌରୋହିତ୍ୟରେ ବୈଦିକ ଯଜ୍ଞାନୁଷ୍ଠାନ ଆୟୋଜିତ ହୋଇଥିଲା। ଶିକ୍ଷକ ଲକ୍ଷ୍ମୀଧର ରାଉତରାୟ, ଈଶା ଶତପଥୀ, ସି.ଜ୍ୟୋତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀ, ଅଭିଭାବକ, ଆମନ୍ତ୍ରିତ ଅତିଥିଗଣ ବହୁସଂଖ୍ୟାରେ ସମୁଦାୟ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

Categories
ଆଞ୍ଚଳିକ

ଅଭିନେତା ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଡିଏଭି ଚନ୍ଦ୍ରଶେଖରପୁର

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠନ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଡିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁର ତରଫରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍କୁଲ ପରିସରରେ ଅଧ୍ୟକ୍ଷ କେ ସି ଶତପଥୀ, ଶିକ୍ଷକଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ଶୋକ ପ୍ରକାଶ କରିଛନ୍ତି।

ଏହି ଉପଲକ୍ଷେ ଅଧ୍ୟକ୍ଷ କହିଛନ୍ତି ଯେ ମିହିର ଦାସ ଓଡିଆ ଚଳଚିତ୍ରର ଜଣେ ବହୁମୁଖି ପ୍ରତିଭା ଥିଲା। ସେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛନ୍ତି ତାହା ଆଉ କେବେ ବି ପୁରଣ ହୋଇପାରିବ ନାହିଁ। ତାଙ୍କର ଏପରି ଅକାଳ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଦୁଃଖଦାୟକ ବୋଲି ସେ କହିଛନ୍ତି।