ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ, ଜାଣନ୍ତୁ କେତେବେଳେ ରହିଛି ପୂଜା ବିଧି

Published: Aug 26, 2024, 7:07 am IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ହିନ୍ଦୁ ଧର୍ମରେ ଏହି ପର୍ବ ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ। ଏହିଦିନ ରାତିରେ ପ୍ରଭୃ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ। ଅର୍ଥାତ ଭାଦ୍ରବ ମାସ ଅଷ୍ଟମୀ ତିଥିରେ କୃଷ୍ଣ କାରାଗାରରେ ଦେବକୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। ଏହିଦିନ କୃଷ୍ଣ ଭକ୍ତମାନ ଉପବାସ ରହି ବ୍ରତ ପାଳନ କରିଥାନ୍ତି।

ଚଳିତ ବର୍ଷ ଏହି ଅଷ୍ଟମୀ ତିଥୀ ଦୁଇଦିନ ଧରି ରହୁଛି। ହେଲେ ହିନ୍ଦୁ ପଞ୍ଜିକା ଅନୁସାରେ ନିମ୍ନ ଲିଖିତ ଅନୁସାରେ ପୂଜା ବିଧି କରାଯିବ।

ଅଷ୍ଟମୀ ତିଥି ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଭୋର ୩:୩୯ ମିନିଟ

ଅଷ୍ଟମୀ ତିଥି ସମାପ୍ତ – ଅଗଷ୍ଟ ୨୭, ୨୦୨୪ –  ଭୋର ୨:୧୯

ରୋହିଣୀ ନକ୍ଷତ୍ର ଆରମ୍ଭ – ଅଗଷ୍ଟ ୨୬, ୨୦୨୪ – ଅପରାହ୍ନ ୩:୫୫ ମିନିଟ

ରୋହିଣୀ ନକ୍ଷତ୍ର ସମାପ୍ତ – ଅଗଷ୍ଟ ୨୭, ୨୦୨୪ – ଅପରାହ୍ନ ୩:୩୮ ମିନିଟ

ନିଶିତା ପୂଜା ସମୟ – ଅଗଷ୍ଟ ୨୭, ୨୦୨୪ – ରାତି ୧୨:୦୧ ମିନିଟ ରୁ ୧୨:୪୫ ମିନିଟ

ମଧ୍ୟରାତ୍ରି ଶୁଭ ମୁହୁରତ – ରାତି ୧୨:୨୩ ମିନିଟ, ଅଗଷ୍ଟ ୨୭ ତାରିଖ

ପାରାୟଣ ଭାଙ୍ଗିବା ସମୟ – ଅଗଷ୍ଟ ୨୭, ୨୦୨୪ – ରାତି ୧୨:୪୫ ମିନିଟ ପରେ

Related posts