Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଆକର୍ଷଣୀୟ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ସମୂହର ଶୁଭାରମ୍ଭ
ଆଜିର ଖବର

ଜିଓ ପକ୍ଷରୁ ଆକର୍ଷଣୀୟ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ସମୂହର ଶୁଭାରମ୍ଭ

August 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ /ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ୟୁଏଇ, ଥାଇଲ୍ୟାଣ୍ଡ, କାନାଡା, ସାଉଦି ଆରବ, ୟୁରୋପ ଏବଂ କାରିବିୟାନ୍ ଦ୍ୱୀପପୁଞ୍ଜ ଭଳି ଦେଶଗୁଡିକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସର୍ବୋତ୍ତମ ଆନ୍ତର୍ଜାତୀୟ ରୋମିଂ ପ୍ୟାକ ସମୂହ ଆରମ୍ଭ କରାଯାଇଛି। ଅଧିକ ଡାଟା, କମ୍ ଦର ଏବଂ ଅତିରିକ୍ତ ଫିଚର ସହିତ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନୂତନ ପ୍ୟାକ ଗୁଡିକର ପରିକଳ୍ପନା କରାଯାଇଛି।

ୟୁଏଇ, କାନାଡା, ଥାଇଲ୍ୟାଣ୍ଡ, ଏବଂ ସାଉଦି ଆରବ ପାଇଁ ଜିଓର ପ୍ୟାକ୍ ଅସୀମିତ ଇନକମିଙ୍ଗ ଏସଏମଏସ, ସ୍ଥାନୀୟ ଏବଂ ଆନ୍ତର୍ଜାତୀୟ ଆଉଟଗୋଇଙ୍ଗ କଲ୍ ଏବଂ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଡାଟା ପ୍ୟାକ୍ ସରିଯିବା ପରେ ମଧ୍ୟ ଉପଭୋକ୍ତାମାନେ ୬୪ କେବିପିଏସ ସ୍ପିଡ଼ରେ ଅସୀମିତ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଏଥି ସହିତ ଯେକୌଣସି ଦେଶରୁ ଆସୁଥିବା ଇନକମିଙ୍ଗ କଲ୍ ଗ୍ରହଣ କରାଯାଇପାରିବ ଏବଂ ୱାଇ-ଫାଇ କଲିଂ ମାଧ୍ୟମରେ ନିରବଛିନ୍ନ ଯୋଗାଯୋଗ ଉପଲବ୍ଧ ହୋଇପାରିବ।

ଜିଓ କାରିବିୟାନ୍ ଦ୍ୱୀପପୁଞ୍ଜର ୨୪ ଟି ଦେଶ ପାଇଁ ସ୍ୱତନ୍ତ୍ର ପ୍ୟାକ୍ ନେଇଆସିଛି, ଯେଉଁଥିରେ ୩୮୫୧ ଟଙ୍କା ପ୍ଲାନରେ ଇନଫ୍ଲାଇଟ୍ ସୁବିଧା ମଧ୍ୟ ଅନ୍ତର୍ଭୁକ୍ତ ରହିଛି ଏବଂ ଅସୀମିତ ଏସଏମଏସ, ତଥା ସ୍ଥାନୀୟ ଏବଂ ଭାରତକୁ ଆଉଟଗୋଇଙ୍ଗ କଲ୍ ସୁବିଧା ରହିଛି। ୟୁରୋପର ୩୨ ଟି ଦେଶ ପାଇଁ ରହିଥିବା ପ୍ୟାକ୍ ମଧ୍ୟ ସମାନ ସୁବିଧା ସାଙ୍ଗକୁ ମାଗଣା ଇନଫ୍ଲାଇଟ୍ ସେବା ପ୍ରଦାନ କରୁଛି। ଏଥିରେ ଅସୀମିତ ଇନକମିଙ୍ଗ ଏସଏମଏସ, ହାଇ ସ୍ପିଡ୍ ଡାଟା ଏବଂ ଯେକୌଣସି ଦେଶରୁ ଆସୁଥିବା ଇନକମିଙ୍ଗ କଲ୍ ଗ୍ରହଣ ସୁବିଧା ରହିଛି।

ବିଦେଶ ଯାତ୍ରା କରୁଥିବା ଗ୍ରାହକଙ୍କ ସୁବିଧା ପାଇଁ ଜିଓ ୩୨ ଟି ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଦରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି, ଯାହା ବିଦେଶ ଭ୍ରମଣ ସମୟରେ ସଂଯୁକ୍ତ ରହିବା ଦିଗରେ ଅଧିକ ସୁଲଭ ହୋଇଛି।

jio କାନାଡା ଜିଓ ଥାଇଲ୍ୟାଣ୍ଡ ୟୁଏଇ ୟୁରୋପ ରିଲାଏନ୍ସ ଜିଓ ସାଉଦି ଆରବ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026
Latest News

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.