Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଲିପ ଟ୍ରଫିରୁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କୁ ଛୁଟି: ଜାଣନ୍ତୁ କିଏ ପାଇଲେ ସ୍ଥାନ?
ଆଜିର ଖବର

ଦୁଲିପ ଟ୍ରଫିରୁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କୁ ଛୁଟି: ଜାଣନ୍ତୁ କିଏ ପାଇଲେ ସ୍ଥାନ?

August 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଦୁଲିପ ଟ୍ରଫି ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏ ସମ୍ପର୍କରେ ବିସିସିଆଇ ସୂଚନା ଦେଇଛି। ଜାଡେଜା ଟିମ୍ ବି ପାଇଁ ଖେଳିବାକୁ ଯାଉଥିଲେ। କିନ୍ତୁ ତାଙ୍କୁ ମୁକ୍ତ କରାଯାଇଛି। ଅସୁସ୍ଥତା ହେତୁ ସିରାଜ ଏବଂ ଉମରନ୍ ଖେଳିବାକୁ ସମର୍ଥ ହେବେ ନାହିଁ। ତେଣୁ ନବଦୀପ ସାଇନି ଏବଂ ଗୌରବ ଯାଦବଙ୍କୁ ସେମାନଙ୍କ ସ୍ଥାନରେ ସୁଯୋଗ ଦିଆଯାଇଛି।

ଦ୍ରୁତ ବୋଲର ସିରାଜ ଟିମ୍ ବିରେ ଥିଲେ। କିନ୍ତୁ ଏବେ ସେ ଅସୁସ୍ଥତା କାରଣରୁ ଖେଳିବାକୁ ସକ୍ଷମ ହେବେ ନାହିଁ। ଟିମ୍ ବିରେ ସିରାଜଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସୁଯୋଗ ଦିଆଯାଇଛି। ନବଦୀପ ଜଣେ ଅଭିଜ୍ଞ ବୋଲର ଏବଂ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଭିମନ୍ୟୁ ଇଶ୍ଵରନଙ୍କ ଅଧିନାୟକତ୍ୱରେ ନବଦୀପ ଟିମ୍ ବିରେ ଖେଳିବେ।

ଉମ୍ରାନ ମଲିକଙ୍କ ବିଷୟରେ କହିବାକୁ ଗଲେ ସେ ରୁତୁରାଜ ଗାଇକ୍ଵାଡଙ୍କ ଅଧିନାୟକତ୍ୱରେ ଟିମ୍ ସି ର ଏକ ଅଂଶ ଥିଲେ। ଉମରନ୍ ମଧ୍ୟ ଅସୁସ୍ଥ ଅଛନ୍ତି। ତେଣୁ ସେ ଖେଳିବାକୁ ସମର୍ଥ ହେବେ ନାହିଁ। ଉମରାନଙ୍କ ସ୍ଥାନରେ ଟିମ୍ ସି’ରେ ଗୌରବ ଯାଦବ ସ୍ଥାନ ପାଇଛନ୍ତି।

୨୦୨୪ ଦୂଲିପ୍ ଟ୍ରଫି ଅପଡେଟ୍ ଟିମ୍ –

ଭାରତ ବି: ଅଭିମନ୍ୟୁ ଇଶ୍ଵରନ୍ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ମୁଶୀର ଖାନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ୟଶ ଡାୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ଥି, ଏନ ଜଗଦିଶନ।

ଭାରତ ସି: ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ଅଭିଷେକ ପୋରେଲ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦରଜିତ୍, ହ୍ରିତିକ ଶୌକିନ୍, ମାନବ ସୂତାର, ଗୌରବ ଯାଦବ, ବିଶାକ୍ ବିଜୟକୁମାର, ଅଂଶୁଲ ଖମ୍ବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ ଜୁୟାଲ, ସନ୍ଦୀପ ୱାରିଅର୍।

Duleep Trophy 2024 Mohammed Siraj ravindra jadeja team india Umran Malik
Share. Facebook Twitter LinkedIn Email WhatsApp Copy Link

Related Posts

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026
Latest News

ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ

July 11, 2026

ମେଧା ବଗି କାରଖାନାରେ ଇଞ୍ଜିନିୟର ଓ ଉତ୍ପାଦନ ଦଳ ସହ ମତ ବିନିମୟ କଲେ ରେଳମନ୍ତ୍ରୀ

July 11, 2026

‘ଜୟପ୍ରକାଶ ନାରାୟଣ ପୁସ୍ତକାଳୟ’ର ଉଦ୍‌ଘାଟନ କଲେ ଅମିତ ଶାହ

July 11, 2026

“ଆମ ଦଳକୁ ବିଭାଜିତ କରିବାକୁ ଚେଷ୍ଟା, ବିଧାୟକଙ୍କୁ ୩୦ କୋଟି ଅଫର”: ଓମାର ଅବଦୁଲ୍ଲାଙ୍କ ଦାବି

July 11, 2026

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.