Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନମାର୍ଗର ସ୍ୱତନ୍ତ୍ର ଉତ୍ସବ, ସାମ୍ପ୍ରତିକ ସ୍ଥିତିରେ ନିଛକ ସାମ୍ବାଦିକତାର ଆବଶ୍ୟକ ରହିଛି
ଆଜିର ଖବର

ସନମାର୍ଗର ସ୍ୱତନ୍ତ୍ର ଉତ୍ସବ, ସାମ୍ପ୍ରତିକ ସ୍ଥିତିରେ ନିଛକ ସାମ୍ବାଦିକତାର ଆବଶ୍ୟକ ରହିଛି

August 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସନମାର୍ଗର ସ୍ୱତନ୍ତ୍ର ଉତ୍ସବ, ସାମ୍ପ୍ରତିକ ସ୍ଥିତିରେ ନିଛକ ସାମ୍ବାଦିକତାର ଆବଶ୍ୟକ ରହିଛି

ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ। ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା। ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା।

ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍‍। ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗରେ କେଉଁ ବର୍ଗଙ୍କ ପାଇଁ କ’ଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍‍। ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍‍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଦୈନିକ ଜାତୀୟ ହିନ୍ଦୀ ଖବର କାଗଜ ସନମାର୍ଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ମୁଦ୍ରଣ ସଂସ୍ଥା ବର୍ତମାନ ସମୟରେ ତିଷ୍ଠି ରହିବା କଷ୍ଟକର, ହେଲେ ଏହି ମୁଦ୍ରଣ ସଂସ୍ଥା କେବେବି ବନ୍ଦ ହେବ ନାହିଁ। ଖାଲି ସେତିକି ନୁହେଁ ଏବେ ନିଛକ ସାମ୍ୱାଦିକତାର ଆବଶ୍ୟକତା ରହିଛି। ହେଲେ କେତେଜଣ ତାହାକୁ ବାନ୍ଧି ରଖିଛନ୍ତି, ସର୍ବଦା ନିଛକ, ନିରପେକ୍ଷ ଓ ସତ୍ୟ ଖବର ପ୍ରକାଶ ହେଲେ ନିଶ୍ଚିତ ସମାଜର ମଙ୍ଗଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହିସହିତ କହିଥିଲେଯେ, ସନମାର୍ଗ ଏବେ ସୁଯୋଗ୍ୟ ପ୍ରତିଦ୍ବନ୍ଦୀ ଭାବେ ଉଭା ହୋଇଥିବାରୁ ଅଭିନନ୍ଦନ ବୋଲି ମତ ରଖିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ଵତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ସନମାର୍ଗରେ ସର୍ବଦା ଅନୁସନ୍ଧାନମୂଳକ ଓ ସତ୍ୟ ଖବର ଉପସ୍ଥାପନା କରାଯାଉ। କାରଣ ସାମ୍ବାଦିକମାନଙ୍କ କାମ ହେଲା- ସତ୍ୟ, ନିର୍ଭିକ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରିବା। ଏହାଦ୍ୱାରା ସମାଜର ମଙ୍ଗଳ ହେବ. ସମ୍ମାନିତ ଅତିଥି ଭାବେ ସମାଜର ପ୍ରକାଶକ ଡ. ପ୍ରଭାଷ ଆଚାର୍ଯ୍ୟ, ବିଶିଷ୍ଠ ବ୍ୟକ୍ତି ଅଜୟ ଅଗ୍ରୱାଲ ଯୋଗଦେଇ ଥିବାବେଳେ ସନମାର୍ଗର ସମ୍ପାଦକ ରାମକୃଷ୍ଣ ଖଣ୍ଡଲୱାଲ ଅତିଥି ପରିଚୟ ଦେଇଥିବା ବେଳେ ସାମ୍ବାଦିକ ଅଶୋକ ପାଣ୍ଡେ ଧନ୍ୟବାଦ ଦେଇଥିଲେ. ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଓ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅପରାହ୍ନରେ ସଡ଼କ ସୁରକ୍ଷା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଡ଼ିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ, ଛତିଆ ଏଚଏମଭି ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ୍ୟ ସାଦିକ ହୁସାନୀ ସ୍ଦଦ,ଦୌଡ଼ରାଣୀ ଅମିତା ସିଂହ, ଅଟୋ ମହାସଂଘର ମହାସଚିବ ପଦ୍ମ୍ୟୁନ ସାମଲ,ଇନ୍ସୁରାନ୍ସ ସିଏଫପି ଜ୍ୟୋତି ପଟ୍ଟନାୟକ, କିଶନ ଖଣ୍ଡଲୱାଲ ଯୋଗଦେଥିବା ବେଳେ ସନମାର୍ଗର ବ୍ୟୁରୋ ଚି଼ଫ ହରପସାଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସନମାର୍ଗର ଏଚ ଆର ରୂଚି ଖଣ୍ଡ୍ରୱାଲ ଧନ୍ୟବାଦ ଦେଇଥିଲେ। ସାନ୍ଧ୍ୟରେ ଫେମ ଫେଷ୍ଟ ଓ ରଙ୍ଗାରଙ୍ଗ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

August 31, 2026

ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲା ପାର୍ଲାମେଣ୍ଟ ଯୁଗ୍ମ କମିଟି

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026
Latest News

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

August 31, 2026

ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଲା ପାର୍ଲାମେଣ୍ଟ ଯୁଗ୍ମ କମିଟି

August 31, 2026

ପ୍ରତିଷ୍ଠିତ ଶିଳ୍ପପତି ସୁବ୍ରତ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ଦେଲେ ବଡ ଦାୟିତ୍ବ, ସେ ହେବେ……

August 31, 2026

ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଗସ୍ତ ଅବସରରେ ଆନୁଷ୍ଠାନିକ ଆଲୋଚନା

August 31, 2026

ନିଟ୍-ପିଜିରେ ବୈଷୟିକ ତ୍ରୁଟି: ପ୍ରଭାବିତ ପ୍ରାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ରେ ପରୀକ୍ଷା

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.