Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା
ଆଜିର ଖବର

ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟା ଆଜି ନୂଆଦିଲ୍ଲୀଠାରେ ‘ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ’ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ରିସେଟ୍ କାର୍ଯ୍ୟକ୍ରମ ସମ୍ପର୍କରେ ଡକ୍ଟର ମାଣ୍ଡଭୀୟା କହିଛନ୍ତି, ଦେଶ ପାଇଁ ଖେଳିଥିବା ଏବଂ ଦେଶ ପାଇଁ ଗୌରବ ଆଣିଥିବା ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ସଶକ୍ତ କରିବା ପାଇଁ ରିସେଟ୍ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ଏହି କାର୍ଯ୍ୟକ୍ରମ ଅବସରପ୍ରାପ୍ତ ଆଥଲେଟ୍‌ ମାନଙ୍କୁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ ସଶକ୍ତ କରିବା ସହ ସେମାନଙ୍କୁ ଅଧିକ ରୋଜଗାରକ୍ଷମ କରି ସେମାନଙ୍କ କ୍ୟାରିୟର ବିକାଶ ଯାତ୍ରାରେ ସହଯୋଗ କରିବ।

ସେ ଉଲ୍ଲେଖ କରିଥିଲେ ଯେ, ରିସେଟ୍ କାର୍ଯ୍ୟକ୍ରମ ପିଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବ ଏବଂ ଆମର ଅବସରପ୍ରାପ୍ତ ଆଥଲେଟମାନଙ୍କର ଅନନ୍ୟ ଦକ୍ଷତା ନୂତନ ପିଢ଼ିର ଆଶାୟୀ ଆଥଲେଟ୍‌ ମାନଙ୍କୁ ଉପକୃତ କରିବ। ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଭବିଷ୍ୟତର ଚାମ୍ପିୟନମାନଙ୍କୁ ପ୍ରୋତ୍ସାହିତ କରିବା ତଥା ଭାରତରେ କ୍ରୀଡ଼ାର ଅଭିବୃଦ୍ଧି ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଏକ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସମସ୍ତ ଅବସରପ୍ରାପ୍ତ କ୍ରୀଡ଼ାବିତ୍ ଏହି ପଦକ୍ଷେପ ପାଇଁ ଆବେଦନ କରିବା ସହ ଦେଶର କ୍ରୀଡ଼ା ଇକୋସିଷ୍ଟମରେ ସକ୍ରିୟ ଭାବେ ଯୋଗଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଆମର ଅବସରପ୍ରାପ୍ତ କ୍ରୀଡ଼ାବିତମାନଙ୍କୁ ସମସ୍ତ ସମ୍ଭବ ଉପାୟରେ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।

ରିସେଟ୍ କାର୍ଯ୍ୟକ୍ରମ ଆମର ଅବସରପ୍ରାପ୍ତ ଆଥଲେଟ୍‌ ମାନଙ୍କର ଅମୂଲ୍ୟ ଅଭିଜ୍ଞତା ଏବଂ ଦକ୍ଷତାକୁ ଚିହ୍ନିବା ଏବଂ ବ୍ୟବହାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରତିନିଧିତ୍ୱ କରିଥାଏ।

ସକ୍ରିୟ କ୍ରୀଡ଼ା କ୍ୟାରିୟରରୁ ଅବସର ନେଇଥିବା ଏବଂ ୨୦-୫୦ ବର୍ଷ ବୟସ ମଧ୍ୟରେ ଥିବା ତଥା ଅନ୍ତର୍ଜାତୀୟ ପଦକ/ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣକାରୀ କିମ୍ବା ଜାତୀୟ ପଦକ ବିଜେତା/ରାଜ୍ୟ ପଦକ ବିଜେତା/ଜାତୀୟ କ୍ରୀଡ଼ା ମହାସଂଘ/ଭାରତୀୟ ଅଲିମ୍ପିକ୍ସ ସଂଘ/ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀ ଥିବା ଖେଳାଳିମାନେ ରିସେଟ୍ କାର୍ଯ୍ୟକ୍ରମ ଅଧୀନରେ ପାଠ୍ୟକ୍ରମ ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ। ଏକ ଉତ୍ସର୍ଗୀକୃତ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦ୍ୱାଦଶ ଓ ତା’ଠାରୁ ଅଧିକ ଶ୍ରେଣୀ ଏବଂ ଏକାଦଶ ଓ ତା’ଠାରୁ କମ୍ ଶ୍ରେଣୀ କୁ ଆଧାର କରି ଏହି କାର୍ଯ୍ୟକ୍ରମ ଦୁଇଟି ସ୍ତରର ହେବ।

ରିସେଟ୍ କାର୍ଯ୍ୟକ୍ରମର ଏହି ପାଇଲଟ୍ ପର୍ଯ୍ୟାୟ ପାଇଁ ଲକ୍ଷ୍ମୀବାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ (ଏଲଏନଆଇପିଇ) ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଅନୁଷ୍ଠାନ ହେବ।

ଏହି କାର୍ଯ୍ୟକ୍ରମକୁ ହାଇବ୍ରିଡ୍‌ ମୋଡରେ ଉପସ୍ଥାପନ କରାଯିବ, ଯେଉଁଥିରେ କ୍ଷେତ୍ରସ୍ତରୀୟ ବା ଅନ୍‌ଗ୍ରାଉଣ୍ଡ ପ୍ରଶିକ୍ଷଣ ଓ ଇଣ୍ଟର୍ଣ୍ଣସିପ୍‌ ସହିତ ଏକ ସମର୍ପିତ ପୋର୍ଟାଲ ଜରିଆରେ ସ୍ୱ-ଗତିରେ ଶିଖିବା ସାମିଲ ରହିବ।

କ୍ରୀଡ଼ା ସଂଗଠନ, ଖେଳ ପ୍ରତିଯୋଗିତା/ପ୍ରଶିକ୍ଷଣ ଶିବିର ଏବଂ ଲିଗ୍‌ଗୁଡ଼ିକରେ ଇଣ୍ଟର୍ଣ୍ଣସିପ୍‌ ପ୍ରଦାନ କରାଯିବ। ଏହାବ୍ୟତୀତ ପାଠକ୍ରମର ସଫଳ ସମାପନ ପରେ ପ୍ଲେସ୍‌ମେଣ୍ଟ ସହାୟତା, ଉଦ୍ୟମିତା ସହ ଜଡ଼ିତ ଉଦ୍ୟୋଗ ପାଇଁ ମାର୍ଗଦର୍ଶନ ଆଦି ପ୍ରଦାନ କରାଯିବ।
https://lnipe.edu.in/resetprogram/ ପୋର୍ଟାଲରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଉପଯୁକ୍ତ ମୂଲ୍ୟାୟନ ପରେ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ଏଥିପାଇଁ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025

ଆଜି ନଭେମ୍ବର ୧୦ ତାରିଖ ସୋମବାରରେ ଆଠଟି ରାଶି ପ୍ରତି ମହାଦେବଙ୍କର ରହିଛି ଆଶୀର୍ବାଦ

November 10, 2025
Latest News

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025

ଆଜି ନଭେମ୍ବର ୧୦ ତାରିଖ ସୋମବାରରେ ଆଠଟି ରାଶି ପ୍ରତି ମହାଦେବଙ୍କର ରହିଛି ଆଶୀର୍ବାଦ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.