Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?
ବିଶେଷ ଖବର

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଖାଳ ଦିବସ
ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଏହା କୌଣସି ପୁରାଣ ବା ଇତିହାସରେ ନ ଥିଲେ ମଧ୍ୟ ଆନୁଷ୍ଠନିକ ଭାବେ ଏହା ୨୦୧୧ ମସିହାରୁ ପାଳିତ ହୋଇ ଆସୁଛି। କିଛି ପଖାଳ ପ୍ରିୟ ଓଡିଆ ପ୍ରଥମେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥିଲେ। ଏହାପରେ ଦେଖାଦେଖି ହୋଇ ସାରା ଓଡିଶାରେ ଏହି ଦିନ ପଖାଳ ଦିବସ ଭାବେ ପାଳନ କରାଯାଉଛି।

ଓଡିଆମାନଙ୍କର ପଖାଳ ପ୍ରତି ରହିଥିବା ଆଗ୍ରହ ଏହି ଦିବସର ମହତକୁ ବଢାଇ ଦେଲା। ଯାହା ଫଳରେ ୨୦୧୫ ମସିହା ମାର୍ଚ୍ଚ ମାସରେ ଏହି ପଖାଳ ଦିବସ ଟୁଇଟରରେ ଟ୍ରେଣ୍ଡ କରିଥିଲା। ଏହାକୁ ଓଡିଶା ବାହାରେ ପଖାଳ ପ୍ରିୟ ବ୍ୟକ୍ତିମାନେ ଦେଖିବା ପରେ ସେମାନେ ମଧ୍ୟ ପଖାଳ ଦିବସକୁ ଆନନ୍ଦ ସହ ପାଳନ ଆରମ୍ଭ କଲେ। ଏପରିକି ଦେଶ ବାହାରେ ମଧ୍ୟ ପଖାଳପ୍ରିୟମାନେ ଏହି ଦିନ ପଖାଳ ଖାଇ ଦିବସକୁ ପାଳନ କଲେ।

ପ୍ରକୃତରେ ମାର୍ଚ୍ଚ ୨୦ ତାରିଖରେ ଏହାକୁ ପାଳନ କରିବାର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ସୂର୍ଯ୍ୟଙ୍କ ଗତିବିଧିକୁ ଲକ୍ଷ ରଖି ପ୍ରାୟ ମାର୍ଚ୍ଚ ୨୧ ତାରିଖ ପରଠାରୁ ଦିନର ଅବଧି ବୃଦ୍ଧି ପାଇ ଖରାର ପ୍ରକୋପ ଆରମ୍ଭ ହୋଇଥାଏ। ହେଲେ ମାର୍ଚ୍ଚ ୨୦ ତାରିଖରେ ଦିନ ଓ ରାତି ପୁରା ସମାନ ରହିଥାଏ। ତା ପରଦିନ ଖରା ଆରମ୍ଭ ହେଉଥିବାରୁ ଆଉ ଦିନ ବଡ ରହୁଥିବାରୁ ଏହି ଦିନରୁ ପଖାଳ ଖାଇ ଦିବସର ଶୁଭାରମ୍ଭ କରାଯାଇଛି।

ଏହାର ଲୋକପ୍ରିୟତାକୁ ଦେଖି ତାରକା ହୋଟେଲଗୁଡିକ ମଧ୍ୟ ବ୍ୟବସାୟିକ ଦୃଷ୍ଟିରଖି ଏହି ଦିବସକୁ ପାଳନ ଆରମ୍ଭ କଲେ। ତାରକା ହୋଟେଲରୁ କଂସାବେଲାରେ ପଖାଳ ସହିତ ଶୁଖୁଆ ଭଜା, ଶାଗଭଜା, ବଡିଚୁରା, ବାଇଗଣ ପୋଡା ପ୍ରଭୃତି ଖାଣ୍ଟି ଓଡିଆ ଖାଦ୍ୟ ଗ୍ରାହକଙ୍କୁ ପରଷି ଦେଲେ। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ହୋଟେଲ ତରଫରୁ ବିଜ୍ଞାପନ ମଧ୍ୟ ଦିଆଗଲା। ଫଳରେ ସହରୀ ଲୋକେ ତାରକା ହୋଟେଲରେ ପଖାଳ ଖାଇବା ମଜା ମଧ୍ୟ ନେଲେ।

ଆଜି ପଖାଳ ଦିବସ ଓଡିଆ କ୍ୟାଲେଣ୍ଡର ଏକ ମହତପୂର୍ଣ୍ଣ ଦିବସ ଭାବେ ପରିଗଣତି ହୋଇଯାଇଛି।

ପଖାଳ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ

August 7, 2026

ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

August 7, 2026

FCRA ଉପରେ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଆପତ୍ତି: ଭାରତ ଦେଲା କଡ଼ା ଜବାବ

August 7, 2026
Latest News

ନୂଆଦିଲ୍ଲୀରେ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଭିଜନ ଉପସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ

August 7, 2026

ଗ୍ରାହକଙ୍କ ପାଇଁ ମାଗଣା ରହିବ UPI

August 7, 2026

ସୌମ୍ୟ ରଞ୍ଜନ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ

August 7, 2026

ସୋଆ ଯୁକ୍ତଦୁଇ ମହାବିଦ୍ୟାଳୟରେ ନିଶା ମୁକ୍ତ ପ୍ରତିଜ୍ଞା ଅଭିଯାନ କର୍ମଶାଳା

August 7, 2026

ଅରୁଣାଚଳ ପ୍ରଦେଶର ସ୍ଥାନଗୁଡ଼ିକୁ ସର୍ଭେ ଅଫ୍ ଇଣ୍ଡିଆ ମାନଚିତ୍ରରେ ଔପଚାରିକ ସ୍ୱୀକୃତି

August 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.