Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନ ଗସ୍ତ କରିବ ଟିମ୍ ଇଣ୍ଡିଆ, ୫୦ ପ୍ରତିଶତ ହେଲା ନିଶ୍ଚିତ: ଏହି ପୂର୍ବତନ ଖେଳାଳିଙ୍କ ଦାବି
ଆଜିର ଖବର

ପାକିସ୍ତାନ ଗସ୍ତ କରିବ ଟିମ୍ ଇଣ୍ଡିଆ, ୫୦ ପ୍ରତିଶତ ହେଲା ନିଶ୍ଚିତ: ଏହି ପୂର୍ବତନ ଖେଳାଳିଙ୍କ ଦାବି

August 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରିବ। ଦୀର୍ଘ ସମୟ ପରେ ଏହି ଟୁର୍ଣ୍ଣାମେଣ୍ଟ ଫେରୁଛି। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏବେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ରସିଦ ଲତିଫଙ୍କ ପକ୍ଷରୁ ଦାବି କରାଯାଇଛି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଆସିବ ବୋଲି ୫୦ ପ୍ରତିଶତ ନିଶ୍ଚିତ ହୋଇଛି।

ଜୟ ଶାହା ଆଇସିସିର ଅଧ୍ୟକ୍ଷ ହେବା ପରେ ରଶିତ ଲତିଫ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆଇସିସି ଅଧ୍ୟକ୍ଷ ହେବାରେ ଜୟ ଶାହା ମଧ୍ୟ ପାକିସ୍ତାନର ସମର୍ଥନ ପାଇଛନ୍ତି।

ରସିଦ ଲତିଫ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ସୂଚନା ଦେଇ କହିଛନ୍ତି ଯେ, ଯଦି ଜୟ ଶାହା ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି, ତେବେ ଏହାର ଅର୍ଥ ହେଉଛି ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ସମର୍ଥନ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟିମ୍ ଇଣ୍ଡିଆ ପାକିସ୍ତାନ ଆସୁଛି ବୋଲି ୫୦ ପ୍ରତିଶତ ନିଶ୍ଚିତ ହୋଇଛି।

ଏହା ବ୍ୟତୀତ ପୂର୍ବତନ ପାକିସ୍ତାନୀ ଖେଳାଳି ଜୟ ଶାହାଙ୍କ ବିଷୟରେ କହିଛନ୍ତି ଯେ, “ବିସିସିଆଇ କିମ୍ବା ଆଇସିସି ପାଇଁ ହେଉ ଜୟ ଶାହାଙ୍କ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଲାଭଦାୟକ ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଜୟ ଶାହା ଆଇସିସିର ଚେୟାରମ୍ୟାନ୍ ହୋଇଛନ୍ତି। ଏବଂ ସେ ଡିସେମ୍ବର ୧ ତାରିଖରୁ ଦାୟିତ୍ଵ ଗ୍ରହଣ କରିବେ।

ସମସ୍ତ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତରେ ଟିମ୍ ଇଣ୍ଡିଆର କୌଣସି ଆଗ୍ରହ ନାହିଁ। ତେବେ ଅନେକ ରିପୋର୍ଟରେ ହାଇବ୍ରିଡ ମଡେଲ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। କୁହାଯାଇଥିଲା ଯେ, ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ମ୍ୟାଚ୍ ଏକ ନିରପେକ୍ଷ ସ୍ଥାନରେ ହାଇବ୍ରିଡ୍ ମଡେଲ୍ ଅଧୀନରେ କରାଯାଉ ବୋଲି ଟିମ୍ ଇଣ୍ଡିଆ ଚାହୁଁଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ ପାଇନାହିଁ। ବର୍ତ୍ତମାନ କେଉଁ ନିଷ୍ପତ୍ତି ବାହାରୁଛି ତାହା ଦେଖିବା ମଜାଦାର ହେବ।

ସୂଚନାଯୋଗ୍ୟ ଯେ, ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ୨୦୦୮ ରେ ଏସିଆ କପ୍ ପାଇଁ ପାକିସ୍ତାନ ଗସ୍ତ କରିଥିଲା।

Champions Trophy 2025 ICC Champions Trophy 2025 india pakistan
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026
Latest News

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.