Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓଏୟାରଫାଇବର ପ୍ରତି ୩୦ ଦିନରେ ଦଶ ଲକ୍ଷ ଘରେ ପହଞ୍ଚିବ: ମୁକେଶ ଅମ୍ବାନୀ
ଆଜିର ଖବର

ଜିଓଏୟାରଫାଇବର ପ୍ରତି ୩୦ ଦିନରେ ଦଶ ଲକ୍ଷ ଘରେ ପହଞ୍ଚିବ: ମୁକେଶ ଅମ୍ବାନୀ

September 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନିର ୪୭ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରି ଜିଓଏୟାରଫାଇବରକୁ ନେଇ ଉତ୍ସାହଜନକ ଘୋଷଣା କରିଛନ୍ତି। ସାରା ଦେଶରେ ଜିଓଏୟାରଫାଇବରର ଗ୍ରହଣୀୟତାକୁ ଦୃତ ଗତିରେ ଆଗକୁ ବଢାଇବା ଲାଗି କମ୍ପାନିର ରହିଥିବା ଯୋଜନା ବିଷୟରେ ସେ ସୂଚନା ଦେଇଛନ୍ତି। କମ୍ପାନି ପ୍ରତି ୩୦ ଦିନରେ ୧୦ ଲକ୍ଷ ପରିବାର ପାଖରେ ଜିଓ ଏୟାରଫାଇବର ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ରେକର୍ଡ ସମୟ ଭିତରେ କମ୍ପାନି ୧୦ କୋଟି ଜିଓ ଏୟାରଫାଇବର ଗ୍ରାହକ ସ୍ତରରେ ପହଞ୍ଚିବ ବୋଲି ଶ୍ରୀ ଅମ୍ବାନୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି।

ଜିଓଏୟାରଫାଇବର ହେଉଛି ଜିଓର ୫ଜି-ଭିତ୍ତିକ ଗୃହ ବ୍ରଡ୍‌ବ୍ୟାଣ୍ଡ୍ ସେବା ଯାହାକୁ କମ୍ପାନି ପକ୍ଷରୁ ୨୦୨୩ ଅକ୍ଟୋବରରେ ଆରମ୍ଭ କରାଯାଇଛି। ମାତ୍ର ଛଅ ମାସ ମଧ୍ୟରେ ଜିଓ ଏୟାରଫାଇବରର ପ୍ରଥମ ୧୦ ଲକ୍ଷରୁ ଅଧିକ ଗ୍ରାହକ ସୃଷ୍ଟି ହୋଇଥିଲେ। ସାରା ବିଶ୍ୱରେ ଏହା ଥିଲା ଦ୍ରୁତତମ ମାଇଲଖୁଣ୍ଟ। ଅନ୍ୟ କୌଣସି ସ୍ଥଳରେ ଏଭଳି କମ୍ ସମୟ ଭିତରେ ଗୃହ ବ୍ରଡବ୍ୟାଣ୍ଡ ସେବାରେ ଏଭଳି ଗ୍ରହଣୀୟତା ଦେଖିବାକୁ ମିଳିନଥିଲା। ଜିଓଏୟାରଫାଇବର୍ ଜରିଆରେ ଏହି ମାଇଲଖୁଣ୍ଟକୁ ଭାରତ ହାସଲ କରିବା ସହିତ ଏହାର ଦ୍ରୁତ ଗତିରେ ସମ୍ପ୍ରସାରଣ ଜାରି ରଖିଛି।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଏହା ହେଉଛି ଆରମ୍ଭ ମାତ୍ର। ଆମର ଡିପ୍‌-ଟେକ୍ ଦକ୍ଷତାକୁ ବ୍ୟବହାର କରି ଏବଂ ଆମ ପ୍ରତିଟି ପ୍ରକ୍ରିୟାରେ ନିରନ୍ତର ଉନ୍ନତି ଆଣି ଆମେ ମାତ୍ର ୧୦୦ ଦିନ ଭିତରେ ପରବର୍ତ୍ତୀ ଦଶ ଲକ୍ଷ ଘରେ ଜିଓ ଏୟାରଫାଇବର ସେବା ପହଞ୍ଚାଇଛୁ। ଆମେ ପ୍ରତି ୩୦ ଦିନରେ ଏକ ନିୟୁତ ନୂଆ ଘରକୁ ଜିଓ ଏୟାରଫାଇବର ସହିତ ଯୋଡ଼ିବାକୁ ଲକ୍ଷ୍ୟ ନେଇ କାମ କରୁଛୁ। ଏଭଳି ଗତିକୁ ବଜାୟ ରଖି ରେକର୍ଡ ବେଗରେ ୧୦ କୋଟି ଗୃହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ନେଇ ଆମର ଦୃଢ଼ ବିଶ୍ୱାସ ରହିଛି ବୋଲି ସେ କହିଛନ୍ତି।

ଏଥିସହିତ ଜିଓ ପକ୍ଷରୁ ଦେଶର ଦୁଇ କୋଟିରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ୧୫ ଲକ୍ଷ ସ୍କୁଲ ଓ କଲେଜ, ୭୦୦୦୦ରୁ ଅଧିକ ହସ୍ପିଟାଲ୍ ଏବଂ ୧୨ ଲକ୍ଷରୁ ଅଧିକ ଡାକ୍ତରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ ଏବଂ ସେମାନଙ୍କୁ ସଂଯୋଗ ପ୍ରଦାନ କରି ଆମେ ଏକ ଆହୁରି ଦୃଢ଼ ଓ ଅଧିକ ସ୍ଥିର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ଅମ୍ବାନୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସାରା ଓଡ଼ିଶାରେ ଡିଜିଟାଲ୍ ଅନ୍ତର୍ଭୂକ୍ତିକରଣକୁ ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଓ ପରିସରକୁ ଏହାର ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ନିରବଛିନ୍ନ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି । ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି ।

ଆର୍‌ଆଇଏଲ୍‌ ଜିଓଏୟାରଫାଇବ‍ର ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026
Latest News

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.