Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

‘ନରେନ୍ଦ୍ର ମୋଦୀ ଭାରତୀୟ ଇତିହାସରେ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ’: ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍) ଅଧ୍ୟକ୍ଷ ଆଜି ଭାଇବ୍ରେଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ପ୍ରଶଂସା କରିଛନ୍ତି। ମୁକେଶ ଅମ୍ବାନୀ କହିଛନ୍ତି ଯେ, ଯେତେବେଳେ ପିଏମ ମୋଦୀ କଥା ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱ ଶୁଣନ୍ତି। ରାଜ୍ୟ ରାଜଧାନୀ ଗାନ୍ଧିନଗରରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ଆୟୋଜିତ ହେଉଛି, ସେଠାରେ ବ୍ୟବସାୟିକ ନେତାମାନେ ପହଞ୍ଚିଛନ୍ତି।

ଭାଇବ୍ରେଣ୍ଟ ଗୁଜୁରାଟ ସମ୍ମିଳନୀର ଉଦଘାଟନୀ ସମାରୋହରେ ଯୋଗ ଦେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ଅମ୍ବାନୀ ଏହି ସମ୍ମିଳନୀରେ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇଛନ୍ତି। ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଗୁଜରାଟର ଭାଇବ୍ରେଣ୍ଟ ସମ୍ମିଳନୀ ଆୟୋଜିତ ହେଉଛି। ଏହି ଶିଖର ସମ୍ମିଳନୀ ୨୦୦୩ ରେ ଆରମ୍ଭ ହୋଇଥିଲା। ପ୍ରଥମ ଶିଖର ସମ୍ମିଳନୀରେ ୭୦୦ ପ୍ରତିନିଧି ଏହାର ଅଂଶବିଶେଷ ଥିଲେ, କିନ୍ତୁ ବର୍ତ୍ତମାନ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିନିଧିଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅନଲାଇନ୍ ଏଜିଏମ୍‌ରେ ଯୋଡ଼ି ହେଲେ ରେକର୍ଡ ସଂଖ୍ୟକ ଅଂଶଧାରକ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍‌) ର ଅନ୍‌ଲାଇନ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ରେକର୍ଡ ୪ ଲକ୍ଷ ୩୦ ହଜାରରୁ ଅଧିକ ଅଂଶଧାରକ (ସେୟାରହୋଲଡର) ଯୋଡ଼ି ହୋଇଥିଲେ। ଏଜିଏମ୍‌ରେ ବହୁ ସଂଖ୍ୟାରେ ଅଂଶଧାରକ ଯୋଡ଼ିହେବା ସହ ପୂର୍ବରୁ ଥିବା ସବୁ ରେକର୍ଡ ଏଥର ଭଙ୍ଗ ହୋଇଛି। ୨୦୨୨ରେ ଅନୁଷ୍ଠିତ ଆର୍ଆଇଏଲ୍ ର ଏଜିଏମ୍‌ରେ ପ୍ରାୟ ୩ ଲକ୍ଷ ୯୦ ହଜାର ଲୋକ ସାମିଲ ହୋଇଥିଲେ। କୋଭିଡ୍ ମହାମାରୀ ସମୟରୁ କମ୍ପାନୀ ଭର୍ଚୁଆଲ୍ ମାଧ୍ୟମରେ ଏଜିଏମ୍ ଆୟୋଜନ କରୁଛି।

ଲକ୍ଷ ଲକ୍ଷ ଅଂଶଧାରକ ଯେଭଳି ସୁବିଧାରେ ଏଜିଏମ୍‌ରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ କଂପାନି ପକ୍ଷରୁ ବିଭିନ୍ନ ବୈଷୟିକ ବ୍ୟବସ୍ଥା କରାଯାଇଥିଲା । ଭିଡିଓ କଲିଂ ଆପ୍ “ଜିଓମିଟ୍‌’ରେ ଅନୁଷ୍ଠିତ ହୋଇଥିବା କଂପାନିର ଏଜିଏମ୍ ପାଇଁ ମୁକବଧୀରମାନଙ୍କ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥଲା। ଅଂଶଧାରକମାନଙ୍କ ସାମ୍ନାରେ କମ୍ପାନୀ ଯେଉଁ ସବୁ ପ୍ରସ୍ତାବ ରଖିଥିଲା ତାହାକୁ ସାଙ୍କେତିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଥିଲା।

ପଞ୍ଜାବର ଲୁଧିଆନା ସହରରୁ ଏଜିଏମ୍‌ରେ ଯୋଡ଼ି ହୋଇଥିବା ଦୃଷ୍ଟିବାଧିତ ଅଂଶଧାରକ ଲାଲ ସିଂହ ଠାକୁର ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ‘ରିଲାଏନ୍ସ ପକ୍ଷରୁ ଏଜିଏମ୍ ପାଇଁ ମୁକ-ବଧୀର ଓ ଦୃଷ୍ଟିବାଧିତ ମାନଙ୍କ ପାଇଁ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ଅଂଶଧାରକ ଭାବେ ମୁଁ ମୋ କଥା କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିପାରିଥିଲି ଏବଂ ଏଥିପାଇଁ କୌଣସି ଅସୁବିଧା ହୋଇନଥିଲା ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରବକ୍ତା କହିଛନ୍ତି ଯେ, “ଅଧିକରୁ ଅଧିକ ଅଂଶଧାରକ ଏଜିଏମ୍‌ରେ ସାମିଲ ହେବା କମ୍ପାନୀ ପ୍ରତି ସେମାନଙ୍କ ରହିଥିବା ବିଶ୍ୱାସକୁ ଦର୍ଶାଉଛି । ଜିଓମିଟ୍‌ରେ ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଯୋଡ଼ି ହେବା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ବଡ଼ ଉପଲବ୍ଧି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆମ ବୈଷୟିକ ଟିମ୍ ଦିନରାତି କାର୍ଯ୍ୟ କରିଥିଲେ ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ରମାଗତ ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ କମ୍ପାନୀର ବାର୍ଷିକ ରିପୋର୍ଟ ଜାରି କରାଯାଇଛି।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଲଗାତାର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି। ତିନି ବର୍ଷ ଧରି କୌଣସି ବେତନ ନନେଇ ସେ କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। କୋଭିଡ୍ ମହାମାରୀରେ ବ୍ୟବସାୟ ପ୍ରଭାବିତ ହୋଇଥିବା ସମୟରେ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁକେଶ ସ୍ୱଇଚ୍ଛାରେ ବେତନ ନେବେ ନାହିଁ ବୋଲି ଘୋଷଣା କରିଥିଲେ। ୨୦୨୨-୨୩ ଆର୍ôଥକ ବର୍ଷରେ ମଧ୍ୟ ତାଙ୍କ ବେତନ ଶୂନ ରହିଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ବେତନ ନୁହେଁ, ବିଗତ ତିନି ବର୍ଷରେ ମୁକେଶ ଭତ୍ତା, ଅନ୍ୟାନ୍ୟ ଲାଭ, ସେବାନିବୃତ ଲାଭ, କମିସନ କିମ୍ବା ଷ୍ଟକ ବିକଳ୍ପ ବି ନେଇନାହାନ୍ତି। ସେ ବ୍ୟକ୍ତିଗତ ଉଦାହରଣ ସୃଷ୍ଟି କରି ପୂର୍ବରୁ ନିଜ ବେତନକୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ସୀମିତ ରଖି ୨୦୦୮-୦୯ ରୁ ବାର୍ଷିକ ୧୫ କୋଟି ଟଙ୍କାର ବେତନ ନେଉଥିଲେ।

କମ୍ପାନୀର ବାର୍ଷିକ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ନିଖିଲ ମେସ୍‌ୱାନିଙ୍କ ଦରମା ୨୦୨୨-୨୩ରେ ୧ କୋଟି ଟଙ୍କା ବଢ଼ି ୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ବାର୍ଷିକ ୨୫ କୋଟି ଟଙ୍କା ଦରମାରେ ହିତଲ ମେସ୍‌ୱାନି ବି କମ୍ପାନୀରେ କାମ କରୁଛନ୍ତି। ତୈଳ ଓ ଗ୍ୟାସ୍ ବ୍ୟବସାୟ ସହ ଜଡ଼ିତ ପି.ଏମ୍‌. ପ୍ରସାଦଙ୍କ ବେତନ ୨୦୨୧-୨୨ରେ ୧୧.୮୯ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ରେ ୧୩.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ହେଉଛି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ । ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସରକାରୀ ରାଜକୋଷରେ ୫ ଲକ୍ଷ ୬୩ କୋଟି ଟଙ୍କା ଜମା କରିଛି। ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ ଓ ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ବାବଦରେ କମ୍ପାନୀ ଏହି ଟଙ୍କା ଜମା କରିଛି। ୨୦୨୨-୨୩ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ବିଗତ ତିନି ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫%ରୁ ଅଧିକ।

ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ରିଲାଏନ୍ସ ୯୫,୧୬୭ ନିଯୁକ୍ତି ସୃଷ୍ଟି କରିବା ସହିତ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୨.୪୫ ଲକ୍ଷ ରିଲାଏନ୍ସ ରିଟେଲ୍‌ରେ କାମ କରୁଛନ୍ତି। ରିଲାଏନ୍ସ ରିଟେଲ୍ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲାଗାତାର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ମଧ୍ୟ କଂପାନି ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ “ଏମ୍‌ଆଇ ଏମିରେଟ୍‌ସ’ ଓ “ଏମ୍‌ଆଇ କେପ୍ ଟାଉନ୍‌’ ଉନ୍ମୋଚିତ

ମୁମ୍ବାଇ/ ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସର ପୃଷ୍ଠପୋଷକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ୱାନ୍ ପରିବାରରେ ସାମିଲ ହୋଇଥିବା ଦୁଇ ନୂଆ ଫ୍ରାଂଚାଇଜିର ନାମ ଓ ବ୍ରାଣ୍ଡ୍ ପରିଚୟ ଘୋଷଣା କରାଯାଇଛି। ୟୁଏଇ ଆନ୍ତର୍ଜାତିକ ଲିଗ୍ ଟି୨୦ରେ “ଏମ୍‌ଆଇ ଏମିରେଟ୍‌ସ’ ଓ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ପାଇଁ “ଏମ୍‌ଆଇ କେପ୍ ଟାଉନ୍‌’ ନାମ ଘୋଷଣା କରାଯାଇଛି ଯାହା ଟିମ୍‌ର ଚର୍ଚ୍ଚିତ ନୀଳ ଓ ସୁବର୍ଣ୍ଣ ରଙ୍ଗର ଜର୍ସି ପରିଧାନ କରିବେ।

ସଂପୃକ୍ତ ଅଂଚଳର ସ୍ଥାନ ଆଧାରରେ ଏହି ଦୁଇ ଟିମ୍‌ର ନାମକୁ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ଭାବେ ଚୟନ କରାଯାଇଛି। ଏମ୍‌ଆଇ ଏମିରେଟ୍‌ସ (ମାଇଁ ଏମିରେଟ୍‌ସ) ଓ ମାଇଁ କେପ୍ ଟାଉନ୍ ଉଭୟ ଏମରିରେଟ୍‌ସ ଓ କେପ୍ ଟାଉନ୍‌ର କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସମର୍ପିତ। ଏହି ଦୁଇ ନୂଆ ଫ୍ରାଂଚାଇଜି ପ୍ରସିଦ୍ଧ ମୁମ୍ବାଇ ଇଣ୍ଡିଆନ୍ସର ପରିଚୟକୁ ଗ୍ରହଣ କରିବେ ଏବଂ ସ୍ଥାନୀୟ ଭାବ ସହ ଯୋଡ଼ି ହୋଇରହିବେ। ୱାନ୍ ପରିବାରର ବିଶ୍ୱସ୍ତରୀୟ ସମ୍ପ୍ରସାରଣ ସହିତ ଏହି ଲିଗ୍‌ଗୁଡ଼ିକ ପାଇଁ କ୍ରିକେଟ୍ ଫ୍ରାଂଚାଇଜିରେ ସବୁଠୁ ପସନ୍ଦର ଟିମ୍‌ରେ ହେବାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସହାୟକ ହୋଇଥିବା ନୈତିକତା ଓ ମୂଲ୍ୟବୋଧ ଆଣିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦେଶିକା ନୀତା ଏମ୍ ଅମ୍ବାନି କହିଛନ୍ତି ଯେ, “ଆମ ୱାନ ପରିବାରରେ ନୂତନ ଭାବେ ଯୋଡ଼ି ହୋଇଥିବା ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍‌କୁ ସ୍ୱାଗତ କରି ମୁଁ ବେଶ ଆନନ୍ଦିତ। ଆମ ପାଇଁ ଏମ୍‌ଆଇ ହେଉଛି କ୍ରିକେଟ୍‌ଠାରୁ ଆହୁରି ବହୁତ କିଛି। ଏହା ସ୍ୱପ୍ନ ଦେଖିବାର ଦକ୍ଷତା, ନିର୍ଭିକ ରହିବା ଓ ଜୀବନରେ ସକାରାତ୍ମକ ଭାବ ରଖିବାର ପ୍ରତୀକ। ମୁଁ ନିଶ୍ଚିତ ଯେ ଉଭୟ ଏମ୍‌ଆଇ ଏମିରେଟ୍‌ସ ଓ ଏମ୍‌ଆଇ କେପ୍ ଟାଉନ୍ ସମାନ ନୈତିକତାକୁ ଗ୍ରହଣ କରିବେ ଏବଂ ଏମ୍‌ଆଇର ବିଶ୍ୱସ୍ତରୀୟ କ୍ରିକେଟ୍ ପରମ୍ପରାକୁ ଆହୁରି ଉଚ୍ଚ ସୋପାନରେ ପହଂଚାଇବେ।’’

ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ପୃଷ୍ଠପୋଷକତା, କ୍ରୀଡ଼ା ପ୍ରାଯୋଜନା, କନ୍‌ସଲ୍‌ଟାନ୍ସି ଏବଂ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଶିଳ୍ପର ଶ୍ରେଷ୍ଠ ପରମ୍ପରା ଓ ବ୍ୟବସ୍ଥା ଆଣି କ୍ରୀଡ଼ା ପରିବ୍ୟବସ୍ଥାର ଅଭ୍ୟୁଦୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ କରିବା ସହିତ ଉଭୟ ଟିମ୍‌ର ସୋସିଆଲ ମିଡିଆ ହାଣ୍ଡେଲ୍ ମଧ୍ୟ ସକ୍ରିୟ ହୋଇଛି।

Categories
ଆଜିର ଖବର ବ୍ୟବସାୟ

ରିଲାଏନ୍ସ ଓ ସନମିନା ଭାରତରେ ନିର୍ମାଣ କରିବେ ବିଶ୍ଵସ୍ତରୀୟ ଇଲୋକଟ୍ରୋନିକ୍ସ ମାନୁଫାକ୍ଚରିଂ ହବ୍

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ପୂର୍ଣ୍ଣ ମାଲିକାନାରେ ଥିବା କଂପାନି ରିଲାଏନ୍ସ ଷ୍ଟ୍ରାଟେଜିକ୍ ବିଜନେସ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଏସବିଭିଏଲ୍‌) ଏବଂ ସନମିନା କର୍ପୋରେସନ ଭାରତରେ ଏକ ଇଲେକ୍ଟ୍ରୋନିକ୍ସ ହବ୍ ନିର୍ମାଣ କରିବା ଲାଗି ଯୌଥ ଉଦ୍ୟୋଗ ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ସନମିନାର ଭାରତୀୟ ୟୁନିଟ୍‌ରେ ରିଲାଏନ୍ସ ୧୬୭୦ କୋଟି ଟଙ୍କା ନିବେଶ କରିବ। ସେହି ଯୌଥ ଉଦ୍ୟୋଗରେ ରିଲାଏନ୍ସର ୫୦.୧ ପ୍ରତିଶତ ଅଂଶଧନ ରହିବ। କିନ୍ତୁ ପରିଚାଳନା ସନମିନାର ଏବେ ରହିଥିବା ଟିମ୍ ପାଖରେ ରହିବ।

ଏହି ଯୌଥ ଉଦ୍ୟୋଗ ଟେଲିକମ୍ ନେଟୱର୍କିଂ ଯଥା ୫ଜି, କ୍ଲାଉଡ୍ ଭିତିଭୂମି, ହାଇପରସ୍କେଲ୍ ଡାଟା ସେଂଟରକୁ ପ୍ରାଥମିକତା ପ୍ରଦାନ କରିବ। ଏହା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ, ଔଦ୍ୟୋଗିକ ଓ ପ୍ରତିରକ୍ଷା ତଥା ଏରୋସ୍ପେସ୍ ଭଳି ଉଦ୍ୟୋଗ ପାଇଁ ଏହା ଉଚ୍ଚ ପ୍ରଯୁକ୍ତି ବିଶିଷ୍ଟ ହାର୍ଡଓୟାର ତିଆରି କରିବ। କଂପାନି ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମେକ୍ ଇନ୍ ଇଣ୍ଡିଆ’ ଭିଜନର ଅନୁପୂରକ ବୋଲି କହିଛି। ଏହି ଯୌଥ ଉଦ୍ୟୋଗ ସେବା ପ୍ରଦାନ କରିବା ଜାରି ରଖିବ ଏବଂ ଏହା ବ୍ୟତୀତ ଏକ ଅତ୍ୟାଧୁନିକ “ମାନୁଫାକ୍‌ଚରିଂ ଟେକ୍ନୋଲୋଜି ସେଂଟର ଅଫ୍ ଏକ୍ସିଲେନ୍ସ’ ତିଆରି କରାଯିବ ଯାହା ଭାରତରେ ଉତ୍ପାଦ ବିକାଶ ଏବଂ ହାର୍ଡଓୟାର ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ଆଗକୁ ବଢ଼ାଇବ।

ଆର୍‌ଏସ୍‌ବିଭିଏଲ୍ ପାଖରେ ଯୌଥ ଉଦ୍ୟୋଗର ୫୦.୧% ଅଂଶଧନ ରହିବ ଏବଂ ବଳକା ୪୯.୯ ପ୍ରତିଶତ ଅଂଶଧନ ସନମିନା ପାଖରେ ରହିବ। ସନମିନାର ଭାରତରେ ଥିବା ସଂସ୍ଥାର ସେୟାରରେ ୧,୬୭୦ କୋଟି ଟଙ୍କା ନିବେଶ କରି ଆଏସବିଭିଏଲ୍ ଏହି ମାଲିକାନା ହାସଲ କରିବ। ଏହି ନିବେଶ ସନମିନାକୁ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସହାୟକ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁ ନିର୍ମାଣ ସନମିନାର ଚେନ୍ନାଇରେ ଥିବା ୧୦୦ ଏକର ପରିସରରେ ଆରମ୍ଭ କରାଯିବ। ଭବିଷ୍ୟତରେ ତାହାର ସମ୍ପ୍ରସାରଣ ମଧ୍ୟ କରାଯିବ।

ସନମିନାର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁରେ ସୋଲା କହିଛନ୍ତି ଯେ, “ଭାରତରେ ସମନ୍ୱିତ ମାନୁଫାକ୍‌ଚରିଂ କଂପାନି ସ୍ଥାପନ କରିବା ଏବଂ ରିଲାଏନ୍ସ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି। ଏହି ଯୌଥ ଉଦ୍ୟୋଗ ଉଭୟ ଘରୋଇ ଓ ରପ୍ତାନି ବଜାରର ଆବଶ୍ୟକତାକୁ ପୂରଣ କରିବ ଏବଂ ଭାରତ ସରକାରଙ୍କ “ମେକ୍ ଇନ୍ ଇଣ୍ଡିଆ’ ଲାଗି ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ।”

ରିଲାଏନ୍ସ ଜିଓର ନିର୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ଭାରତରେ ହାଇ-ଟେକ୍ ମାନୁଫାକ୍‌ଚରିଂକୁ ମହତ୍ୱପୂର୍ଣ୍ଣ ବଜାର ପର୍ଯ୍ୟନ୍ତ ପହଂଚାଇବା ଲାଗି ସନମିନା ସହିତ କାର୍ଯ୍ୟ କରିବାରେ ଆମକୁ ବହୁତ ଖୁସି ମିଳିବ। ଭାରତର ବିକାଶ ଓ ସୁରକ୍ଷା ପାଇଁ ଆତ୍ମନିର୍ଭର ହେବା ଆବଶ୍ୟକ। ଟେଲିକମ୍‌, ଆଇଟି, ଡାଟା ସେଂଟର, କ୍ଲାଉଡ୍‌, ୫ଜି, ନୂତନ ଶକ୍ତି ଏବଂ ଅନ୍ୟାନ୍ୟ ଉଦ୍ୟୋଗର ଇଲେକ୍ଟ୍ରୋନିକ୍ସ ମାନୁଫାକ୍‌ଚରିଂରେ ଆତ୍ମନିର୍ଭର ହେବା ଜରୁରୀ, କାରଣ ଆମେ ଏକ ନୂଆ ଡିଜିଟାଲ୍ ଆର୍ଥିକ ବ୍ୟବସ୍ଥାରେ ଆଗକୁ ବଢ଼ୁଛେ। ଏହି ସହଯୋଗିତା ଜରିଆରେ ଆମେ ଭାରତ ଓ ବିଶ୍ୱର ଚାହିଦାକୁ ପୂରଣ କରିବା ସହ ଭାରତରେ ନବସୃଜନ ଓ ପ୍ରତିଭାକୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛୁ।’’

Categories
ବିଶେଷ ଖବର ବ୍ୟବସାୟ

BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ଅହମଦାବାଦ/ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ ।

କାର୍ବନମୁକ୍ତ ଏବଂ ଏକ ସବୁଜ ପରିବେଶ ପାଇଁ ଆର୍‌ଆଇଏଲ୍ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କ୍ଷେତ୍ରରେ ରହିଥିବା ଦୂରଦୃଷ୍ଟିର ପଥ ଅନୂସରଣ କରୁଛି । ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି କଚ୍ଛ୍‌, ବଣସକଣ୍ଠା ଓ ଧୋଲେରାରେ ଜମି ସନ୍ଧାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଅଛି । କଚ୍ଛ୍‌ରେ ୪.୫ ଲକ୍ଷ ଏକର ଜମି ଯୋଗାଇ ଦେବାକୁ କଂପାନି ଅନୁରୋଧ କରିଛି ।

ନୂତନ ଶକ୍ତି ଉତ୍ପାଦନ-ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହାମଧ୍ୟରେ ରହିଛି ୧) ସୋଲାର ପିଭି ମଡ୍ୟୁଲ୍ (ପଲିସିଲିକନ୍‌, ୱେଫର, ସେଲ୍ ଓ ମଡ୍ୟୁଲ୍ ନିର୍ମାଣ) ୨) ଇଲେକ୍ଟ୍ରୋଲାଇଜର୍ ୩) ଷ୍ଟୋରେଜ୍ ବ୍ୟାଟେରି ଏବଂ ୪) ଫୁଏଲ୍ ସେଲ୍

ଏଥିସହିତ, ଆର୍‌ଆଇଏଲ୍ ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ବର୍ତମାନ ରହିଥିବା ପ୍ରକଳ୍ପ ଏବଂ ଆଗକୁ ହେବାକୁ ଥିବା ନୂଆ ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିଭଳି ଜିଓ ନେଟ୍‌ୱର୍କକୁ ୫ଜିକୁ ଅପ୍‌ଗ୍ରେଡ୍ କରିବା ଲାଗି ୩ରୁ ୫ ବର୍ଷ ଭିତରେ ୭,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ରିଟେଲ୍‌ରେ ଆସନ୍ତା ୫ ବର୍ଷରେ ୩,୦୦୦ କୋଟି ଟଙ୍କା ନିବେଶ କରାଯିବ ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ପ୍ରଥମ ତ୍ରୟମାସ ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ପାଇ ୩୬୫୧ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ୍ ଲାଭ ହାସଲ କରିଥିବା କଂପାନି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତ୍ରୟମାସିକ ଆର୍ଥିକ ଫଳାଫଳରୁ ଜଣାପଡ଼ିଛି। ଗତବର୍ଷର ପ୍ରଥମ ତ୍ରୟମାସରେ କଂପାନି ୨୫୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।

ଯୋଗାଯୋଗ (କନେକ୍ଟିଭିଟି) ବ୍ୟବସାୟରେ ଗ୍ରାହକ ଯୋଡ଼ି ହେବା ଜାରି ରହିଥିବାରୁ ଆଇୟୁସି ସମାୟୋଜିତ ୧୯% ଅଭିବୃଦ୍ଧି ସହ ତ୍ରୟମାସିକ ରାଜସ୍ୱ ୧୮,୯୫୨ କୋଟି ଟଙ୍କା (୨.୫ ବିଲିଅନ୍ ଡଲାର) ହୋଇଛି। ୨୦୨୧ ଜୁନ୍ ୩୦ ସୁଦ୍ଧା ଦେଶରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪ କୋଟିକୁ ବୃଦ୍ଧି ପାଇଛି। ଏହି ତ୍ରୟମାସରେ ଇବିଆଇଟିଡିଏ ୮୮୯୨ କୋଟି ଟଙ୍କା (୧.୨ ବିଲିଅନ ଡଲାର) ରହିଛି ଯାହା ଗତବର୍ଷର ପ୍ରଥମ ତ୍ରୟମାସ ଇବିଆଇଟିଡିଏ ତୁଳନାରେ ୨୧.୩% ଅଧିକ। ଏହି ତ୍ରୟମାସରେ ଗ୍ରାହକ ପିଛା ହାରାହାରି ରାଜସ୍ୱ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ୧୩୮.୪ ଟଙ୍କା ରହିଛି।

ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ୩୮.୫% ବୃଦ୍ଧି ପାଇଛି ଏବଂ ଏହି ତ୍ରୟମାସରେ ତାହା ୨୦.୩ ବିଲିଅନ ଜିବି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଡାଟା ବ୍ୟବହାର ୧୫.୬ ଜିବିକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଭଏସ୍ ଉପଯୋଗିତା ୮୧୮ ମିନିଟ୍ ରହିଛି। ଏହି ତ୍ରୟମାସରେ କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବକୁ ହ୍ରାସ କରିବା ଲାଗି ଜିଓ ତରଫରୁ ଅନେକ ଗ୍ରାହକ କୈନ୍ଦ୍ରୀକ ସେବା ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ଜିଓଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ମାଗଣା ଅଫର, ଜରୁରୀକାଳୀନ ଡାଟା ଲୋନ, ହ୍ୱାଟସ୍‌ଆପ୍ ରିଚାର୍ଜ ସୁବିଧା ଏବଂ କୌଣସି ଦୈନିକ ସୀମା ନଥିବା ଫ୍ରିଡମ୍ ପ୍ଲାନ୍। କ୍ଷେତ୍ର ଭିତିରେ କାର୍ଯ୍ୟ କରିବାର ଆହ୍ୱାନ ରହିଥିବା ସତ୍ତ୍ୱେ ନିକଟ ମାସଗୁଡ଼ିକରେ ଗ୍ରାହକ ଯୋଡ଼ିବାରେ ଉନ୍ନତ ଧାରା ଜାରି ରହିଥିବାରୁ ଜିଓଫାଇବର୍‌ର ଏବେ ୩ ନିୟୁତରୁ ଅଧିକ ଘରକୁ ସଂଯୋଗ କରିପାରିଛି।

ଏହି ତ୍ରୟମାସିକ ଫଳାଫଳ ସମ୍ପର୍କରେ ମୁକେଶ ଧିରୁଭାଇି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁଁ ପରିଚାଳନା ପରିବେଶରେ ଅତ୍ୟଧିକ ଆହ୍ୱାନକୁ ସାମ୍ନା କରିବା ସତ୍ୱେ କଂପାନି ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଫଳାଫଳ ରିଲାଏନ୍ସର ବିବିଧ ବ୍ୟବସାୟ ପୋର୍ଟଫୋଲିଓର ସବୁ ସମୟରେ ସହନଶୀଳତାକୁ ପ୍ରତିଫଳିତ କରୁଛି।

ଜିଓ ଟେଲିକମ୍ ଓ ଡିଜିଟାଲ୍ ଶିଳ୍ପର ଅଗ୍ରଣୀ ପରିଚାଳନା ସୂଚୀ ସହ ଆଉ ଏକ ରେକର୍ଡ ତ୍ରୟମାସ ପ୍ରଦର୍ଶନ କରିଛି। ମୁଁ ଜିଓ ପରିବାରର ବିଶ୍ୱସ୍ତ ଗ୍ରାହକମାନଙ୍କ ପ୍ରତି କୃତଜ୍ଞ ଯେଉଁମାନଙ୍କ ସଂଖ୍ୟା ଏହି ତ୍ରୟମାସରେ ଆହୁରି ବୃଦ୍ଧି ପାଇଛି, ଏବଂ ଯାହା ଭାରତର ଏକ ନମ୍ବର ଡିଜିଟାଲ୍ ସଂଯୋଗ ଓ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଉତ୍କୃଷ୍ଟ ସେବା ମାନର ସ୍ତରରେ ଉନ୍ନତି ଆଣିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ସେମାନେ ପସନ୍ଦ କରୁଛନ୍ତି।

ଆମର ଓ୨ସି (ଅଏଲ୍ ଟୁ କେମିକାଲ୍ସ) ବ୍ୟବସାୟରେ ରହିଥିବା ସମନ୍ୱିତ ପୋର୍ଟଫୋଲିଓ ଓ ଉତ୍କୃଷ୍ଟ ଉତ୍ପାଦ ଉପସ୍ଥାପନ ଦକ୍ଷତା ଜରିଆରେ ଆମେ ଆୟ ଦୃଢ଼ କରିପାରିଛୁ। ଆମର ସହଯୋଗୀ ବିପି ସହିତ ଆମେ କେଜି ଡି୬ ରେ ସାଟେଲାଇଟ୍ କ୍ଲଷ୍ଟର କାର୍ଯ୍ୟକ୍ଷମ କରିଛୁ ଓ ଉତ୍ପାଦନରେ ବୃଦ୍ଧି ଜାରି ରଖି ଭାରତର ଗ୍ୟାସ୍ ଉତ୍ପାଦନକୁ ୨୦% ଅବଦାନ ପ୍ରଦାନ କରିଛୁ। ଦେଶର ଉଜ୍ୱର୍ା ସୁରକ୍ଷାରେ ଏହା ହେଉଛି ଏକ ପ୍ରମୁଖ ଯୋଗଦାନ।’’

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ରିଲାଏନସ୍ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ଆଜି କରିବେ ବଡ ଘୋଷଣା, ଆଣିପାରନ୍ତି ନୂଆ ସ୍ମାର୍ଟ ଫୋନ

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ।

ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ ଅକ୍ଷୟ ଶକ୍ତି ବା ରିଇନେବୁଲ ଏନର୍ଜି ସେକ୍ଟରରେ କଂପାନୀ ପ୍ରବେଶ କରିବାର ସମ୍ଭାବନା ରହିଛି। କାରଣ କଂପାନୀ ଲକ୍ଷ ରଖିଛି ଭବିଷ୍ୟତରେ ଏହି ଶକ୍ତିର ଚାହିଦା ସୃଷ୍ଟି ହେବ।

ସେହିପରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଉପରେ ମଧ୍ୟ କିଛି ନୂଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟତଃ କଂପାନୀ ଏକ ଭିନ୍ନ ଧରଣର ନୂଆ ଶସ୍ତା ସ୍ମାର୍ଟ ଫୋନ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି। ତେବେ ଏହି ଏଜିଏମରେ ମୁକେଶ ଆମ୍ବାନୀଙ୍କ ଘୋଷଣାକୁ ନେଇ ସାରା ବିଶ୍ବ ବ୍ୟବସାୟ ଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସ ରିଟେଲ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସର୍ବବୃହତ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟା ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ

ମୂମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆରଆର୍‌ଭିଏଲ୍‌ରେ ସହଯୋଗୀ ସାମିଲ କରିବା ଏବଂ ପୁଞ୍ଜିନିବେଶ ହାସଲ ପ୍ରକ୍ରିୟାର ବର୍ତ୍ତମାନର ପର୍ଯ୍ୟାୟକୁ ସମ୍ପୂର୍ଣ୍ଣ କରାଯାଇଛି।

ଆର୍‌ଆର୍‌ଭିଏଲ୍ ପକ୍ଷରୁ ଆର୍ଥିକ ସହଯୋଗୀମାନଙ୍କ ଠାରୁ ମୋଟ ୪୭,୨୬୫ କୋଟି ଟଙ୍କା ପୁଞ୍ଜି ହାସଲ କରାଯାଇଥିବା ବେଳେ ସେମାନଙ୍କୁ ୬୯,୨୭,୮୧,୨୩୪ ଇକ୍ୱିଟି ସେୟାର ଜାରି କରାଯାଇଛି। ସମ୍ପୂର୍ଣ୍ଣ ବିଘଟିତ ଭାବେ ଏହି ସେୟାର ଜାରି କରାଯାଇଛି। ଚଳିତ ପାଣ୍ଠି ହାସଲ ପର୍ଯ୍ୟାୟରେ ସିଲ୍‌ଭର୍ ଲେକ୍ ପାର୍ଟନର୍ସ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୭୫୦୦ କୋଟି ଟଙ୍କା ଓ ୧୮୭୫ କୋଟି ଟଙ୍କା ନିବେଶ କରାଯାଇଥିବା ବେଳେ କେକେଆର୍ ୫୫୫୦ କୋଟି ଟଙ୍କା, ମୁବାଦଲା ୬୨୪୭.୫୦ କୋଟି ଟଙ୍କା, ଏଡିଆଇଏ ୫୫୧୨.୫୦ କୋଟି ଟଙ୍କା, ଜିଆଇସି ୫୫୧୨.୫୦ କୋଟି ଟଙ୍କା, ଟିପିଜି ୧୮୩୭.୫୦ କୋଟି ଟଙ୍କା, ଜେନେରାଲ୍ ଆଟ୍‌ଲାଟିଂକ୍ ୩୬୭୫ କୋଟି ଟଙ୍କା ଓ ପିଆଇଏଫ୍ ପକ୍ଷରୁ ୯୫୫୫ କୋଟି ଟଙ୍କା ନିବେଶ କରାଯାଇଛି। ପାଣ୍ଠି ହାସଲ ପ୍ରକ୍ରିୟା ୨୦୨୦ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇ ନଭେମ୍ବର ୯ରେ ଶେଷ ହୋଇଛି।

ଇଶା ମୁକେଶ ଅମ୍ବାନି, ନିର୍ଦ୍ଦେଶିକା, ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ କହିଛନ୍ତି ଯେ, “ଆର୍‌ଆର୍‌ଭିଏଲ୍‌ରେ ଏଭଳି ଦୃଢ଼ ଏବଂ ଖ୍ୟାତିସମ୍ପନ୍ନ ସହଯୋଗୀଙ୍କୁ ପାଇ ଆମେ ଗର୍ବିତ। ଆମ ବ୍ୟବସାୟ ପ୍ରତି ନିବେଶକମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଆଗ୍ରହକୁ ନେଇ ଆଗେ ଗର୍ବିତ ଅନୁଭବ କରୁଛୁ ଏବଂ ସେମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କ ଅଭିଜ୍ଞତା ଏବଂ ବିଶ୍ୱସ୍ତରରେ ରହିଥିବା ସମ୍ପର୍କର ଲାଭନେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ନୂତନ ବାଣିଜ୍ୟ ଉପରେ ଆମେ ଗୁରୁତ୍ୱ ଦେବା ସହ ନିୟୁତାଧିକ ବ୍ୟବସାୟୀ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକୁ ସଶକ୍ତ କରି ଆମେ ଭାରତୀୟ ରିଟେଲ୍ କ୍ଷେତ୍ରରେ ପରିବର୍ତନକାରୀ ଭୂମିକା ନିର୍ବାହ କରିବାକୁ ପ୍ରତିବଦ୍ଧ ରହିଛୁ।’’

ଆର୍‌ଆର୍‌ଭିଏଲ୍ ପାଇଁ ମର୍ଗାନ ଷ୍ଟାନଲି ଆର୍ଥିକ ପରାମର୍ଶଦାତା, ସିରିଲ୍ ଅମରଚାନ୍ଦ ମଙ୍ଗଳଦାସ ଓ ଡେଭିସ୍ ପୋଲକ୍ ଓ ୱାର୍ଡୱେଲ୍ ଆଇନଗତ ପରାମର୍ଶଦାତା ଏବଂ ବିଓଏଫ୍‌ଏ ସିକ୍ୟୁରିଟିଜ୍ ଅତିରିକ୍ତ ଆର୍ଥିକ ଉପଦେଷ୍ଟା ଭାବେ କାର୍ଯ୍ୟ କରିଛନ୍ତି।