Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ବିଶେଷ ଖବର

BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

January 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BREAKING: ସବୁଜ ଶକ୍ତି ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

ଅହମଦାବାଦ/ଭୁବନେଶ୍ବର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ ।

କାର୍ବନମୁକ୍ତ ଏବଂ ଏକ ସବୁଜ ପରିବେଶ ପାଇଁ ଆର୍‌ଆଇଏଲ୍ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କ୍ଷେତ୍ରରେ ରହିଥିବା ଦୂରଦୃଷ୍ଟିର ପଥ ଅନୂସରଣ କରୁଛି । ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି କଚ୍ଛ୍‌, ବଣସକଣ୍ଠା ଓ ଧୋଲେରାରେ ଜମି ସନ୍ଧାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଅଛି । କଚ୍ଛ୍‌ରେ ୪.୫ ଲକ୍ଷ ଏକର ଜମି ଯୋଗାଇ ଦେବାକୁ କଂପାନି ଅନୁରୋଧ କରିଛି ।

ନୂତନ ଶକ୍ତି ଉତ୍ପାଦନ-ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହାମଧ୍ୟରେ ରହିଛି ୧) ସୋଲାର ପିଭି ମଡ୍ୟୁଲ୍ (ପଲିସିଲିକନ୍‌, ୱେଫର, ସେଲ୍ ଓ ମଡ୍ୟୁଲ୍ ନିର୍ମାଣ) ୨) ଇଲେକ୍ଟ୍ରୋଲାଇଜର୍ ୩) ଷ୍ଟୋରେଜ୍ ବ୍ୟାଟେରି ଏବଂ ୪) ଫୁଏଲ୍ ସେଲ୍

ଏଥିସହିତ, ଆର୍‌ଆଇଏଲ୍ ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ବର୍ତମାନ ରହିଥିବା ପ୍ରକଳ୍ପ ଏବଂ ଆଗକୁ ହେବାକୁ ଥିବା ନୂଆ ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିଭଳି ଜିଓ ନେଟ୍‌ୱର୍କକୁ ୫ଜିକୁ ଅପ୍‌ଗ୍ରେଡ୍ କରିବା ଲାଗି ୩ରୁ ୫ ବର୍ଷ ଭିତରେ ୭,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ରିଟେଲ୍‌ରେ ଆସନ୍ତା ୫ ବର୍ଷରେ ୩,୦୦୦ କୋଟି ଟଙ୍କା ନିବେଶ କରାଯିବ ।

gujurat Mukesh Ambani reliance industry ril ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସବୁଜ ଶକ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

BYD EV ଉପରେ ବଡ଼ ଅଫର ଉପଲବ୍ଧ: କମ ହେଲା EMI

August 4, 2026

ହକି ବିଶ୍ୱକପ-୨୦୨୬: ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ?, ଦେଖନ୍ତୁ ପୂର୍ଣ୍ଣ କାର୍ଯ୍ୟସୂଚୀ

August 4, 2026

ସୌରଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ୭୫,୦୨୧ କୋଟି ବରାଦ, ସାଂସଦ ଦିଲ୍ଲୀପ ରାୟଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର

August 4, 2026

ପଳାତକ ଅପରାଧୀଙ୍କ ବିରୋଧରେ ରଣନୀତି, ୩୬ଟି ଦେଶରୁ ୨୭୪ ଜଣଙ୍କୁ ଫେରାଇ ଅଣାଯାଇଛି

August 4, 2026
Latest News

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

କ୍ରାଇମବ୍ରାଞ୍ଚରେ ଆତ୍ମସମର୍ପଣ କଲେ ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026

ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

August 4, 2026

BYD EV ଉପରେ ବଡ଼ ଅଫର ଉପଲବ୍ଧ: କମ ହେଲା EMI

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.