Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ବିଶିଷ୍ଟ ଆଲୋଚନାଚକ୍ର ଆୟୋଜିତ
ଆଜିର ଖବର

ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ବିଶିଷ୍ଟ ଆଲୋଚନାଚକ୍ର ଆୟୋଜିତ

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି। ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ।

ହେଲ୍ଥଭିଲ୍‌ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ସେ କହିଛନ୍ତିଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ। ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର ଜୀବନ ଶୈଳୀ, ଖରାପ ଅଭ୍ୟାସ ଏବଂ ନକାରାତ୍ମକ ଚିନ୍ତାର କୁଫଳ, ଯାହାର ନିରାକରଣ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ପଦ୍ଧତିଦ୍ୱାରା କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ସମ୍ପୁର୍ଣ ରୂପେ ସମ୍ଭବ।

ମୁଖ୍ୟ ଅତିଥି ଗୋଲକ ମହାପାତ୍ର, ଓଡିଶା ରାଜ୍ୟ ବିଜେପି ଏକକର ଉପାଧ୍ୟକ୍ଷ, ସମାବେଶକୁ ସମ୍ବୋଧିତ କରି ହେଲ୍ଥଭିଲ୍ କେନ୍ଦ୍ରର ସ୍ଥାପନା ପାଇଁ ଡ଼କ୍ଟର ମୀନକେତନଙ୍କ ବିଶାଳ ଜନହିତୈଷି ଉଦ୍ୟମ ଓ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ସ୍ଥିତ ଏହି ପ୍ରସିଦ୍ଧ ନେଚୁରୋପେଥିକ୍ ସେଂଟର ନିମ୍ନ ଖର୍ଚ୍ଚରେ ଏବଂ ସହଜ ଉପାୟରେ ସମସ୍ତ ଜନସମାଜର କଲ୍ୟାଣ ହେତୁ ଏକ ଅନନ୍ୟ ଭୂମିକା ନିର୍ବାହ କରିବ। ଏଥିପାଇଁ ସେ ଡ଼କ୍ଟର ମୀନକେତନଙ୍କୁ ସାଧୁବାଦ ଓ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟ ଗଣମାନ୍ୟ ବ୍ୟକ୍ତିତ୍ୱ ଓ ବକ୍ତାମାନଙ୍କ ମଧ୍ୟରେ ଥିଲେ ୱେଲୋପାଥି, ୟୁ.ଏସ.ଏର ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସଞୟ ବର୍ମା, ହାବାର୍ଡ ମେଡ଼ିକାଲ୍ ସ୍କୁଲ୍‌ର ଇଂଟରନାଲ୍ ମେଡ଼ିସିନ୍ ବିଭାଗର ଡକ୍ଟର୍ ଅଭିଷେକ ସାହି, ମୁଖ୍ୟ ଟେକନିକାଲ୍ ଅଧିକାରୀ  ମୁକୁନ୍ଦ ପାର୍ଥସାରଥୀ, ବ୍ରିଗେଡିୟର୍ ନରେନ୍ଦ୍ର ସିଂହ, ଦୀପକ୍ ଗୁପ୍ତା ପ୍ରମୁଖ। ତତ୍ ସହିତ ଓଡ଼ିଶା ଓ ଭାରତବର୍ଷର ଅନ୍ୟ ବହୁ ଗଣମାନ୍ୟ ବ୍ୟକ୍କିତ୍ୱ ଯଥା ସେନଚୁରିୟନ୍ ୟୁନିଭରସିଟିର କମ୍ୟୁନିଟି ମେଡିସିନ୍ ସେଂଟର ତଥା ଏସଓପିଏଏଚଏସର ନିର୍ଦ୍ଦେଶକ ପ୍ରୋ. ସୁନିଲ୍ କୁମାର ଝା, ଏ.ଆଇ.ପି.ଏଚ୍ ବିଶ୍ୱବିଦ୍ୟାଳୟର ଯୋଗ ଓ ପ୍ରାକୃତିକ ଚିକିତ୍ସା ବିଭାଗର ମୁଖ୍ୟ ଡକ୍ଟର୍ ଦିନେସ୍ ସ୍ୱାଇଁ ଓ ପ୍ରାକ୍ତନ୍ ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମସ୍ତ ଅତିଥି ନିଜ ବକ୍ତବ୍ୟରେ ଡକ୍ଟର୍ ସତ୍ୟବ୍ରତ ମୀନକେତନଙ୍କ ପ୍ରାକୃତିକ ଚିକିତ୍ସାକେନ୍ଦ୍ର ହେଲ୍ଥଭିଲେର ଆନ୍ତର୍ଜାତିକ ଜନପ୍ରିୟତା ଓ ଉତମ ଗୁଣବତାର ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କର ଏଭଳି ଜନହିତୈଷୀ  ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ହେଲ୍ଥଭିଲେର ଡାଇରେକ୍ଟର୍ ଡକ୍ଟର୍ ମିଲିଣ୍ଡ ପରାସର୍ ମଧ୍ୟ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ଅତି ପ୍ରଭାବି ଗୁଣବତା ସମ୍ବନ୍ଧରେ ବିଶେଷ ଆଲେକପାତ କରିଥିଲେ।

ୱେଲୋପାଥିର ବୈଷୟିକ ନିର୍ଦ୍ଦେଶକ ତୁଷାରକାନ୍ତ ବିଶ୍ୱାଳ ମଧ୍ୟ ୱେଲୋପାଥି ସହିତ ହେଲ୍ଥଭିଲେର ମିଳିତ ଆୃଭିମୁଖ୍ୟକୁ ପ୍ରଶଂସା କରି କହିଥିଲେ ଏହାଦ୍ୱାରା ଏଡ଼ିଶା ତଥା ଭାରତବର୍ଷରେ ପ୍ରାକୃତିକ ଚିକତ୍ସା ପଦ୍ଧତି ଆହୁରି ମଜଭୁତ୍ ହେବ। ହେଲ୍ଥଭିଲେର ସମସ୍ତ ଚିକିତ୍ସାବିତ୍ ଓ କର୍ମକର୍ତ୍ତା ଏହି ଭବ୍ୟ ସଭାରେ ଉପସ୍ଥିତ ଥିଲେ। ଓଡ଼ିଏମ୍ ଶିକ୍ଷା ସମୁହର ଶିକ୍ଷା ନିର୍ଦ୍ଦେଶକ ଡକ୍ଚର୍ ଆର୍ତତ୍ରାଣ ମିଶ୍ର ମଂଚ ସଂଚାଳନ କରିଥିଲେ।

ଆଲୋଚନାଚକ୍ର ପ୍ରାକୃତିକ ଚିକିତ୍ସା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025
Latest News

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.