Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳା ଶଙ୍କର ୩ ର ଅଡିଓ ମୁକ୍ତିଲାଭ, ଆସନ୍ତା ୮ ରେ ପ୍ରସାରଣ’
ଆଜିର ଖବର

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରିକରିବେ ଭୋଳା ଶଙ୍କର ୩ ର ଅଡିଓ ମୁକ୍ତିଲାଭ, ଆସନ୍ତା ୮ ରେ ପ୍ରସାରଣ’

September 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡ଼ିଆ ଫିଲ୍ମକୁ ଦର୍ଶକଙ୍କର ପୁଣି ଭଲପାଇବା ମିଳୁଛି ଯାହାକୁ ଧ୍ୟାନରେ ରଖି ଫିଲ୍ମ ମେକର୍ସ ନୂଆ ନୂଆ କାହାଣୀକୁ ନେଇ ବଡ଼ ପରଦାକୁ ଫେରିଛନ୍ତି। ଏହି ଧାରାରେ ଜୀ ସାର୍ଥକ ପୁଣି ନେଇ ଆସିଛି ଏକ ନୂଆ ଫିଲ୍ମ। ସୋମନାଥ ଫିଲ୍ମସ ବ୍ୟାନରରେ ସୁନୀଲ ପଟ୍ଟନାୟକ ପ୍ରଯୋଜିତ ଫିଲ୍ମ ଖୁବ ଶୀଘ୍ର ଟିଭି ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ‘ପାରିକରିବେ ଭୋଳା ଶଙ୍କର ୩’ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ କେବଳ ଜୀ ସାର୍ଥକରେ।

ଫିଲ୍ମର କାହାଣୀ ଖୁବ ଭିନ୍ନ ରହିବା ସହିତ ରୁଚିକର ମଧ୍ଯ ରହିଛି। ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ଦିନରେ ଶଙ୍କର ନାମରେ ଜଣେ ଶିଶୁ ଗାଁର ଶିବ ମନ୍ଦିର ବାହାରେ ଚେତାଶୂନ୍ୟ ଅବସ୍ଥାରେ ମିଳେ। ଗାଁ ଲୋକଙ୍କ ଭଲପାଇବା ଦ୍ଵାରା ବଡ଼ ହୋଇ ସେ ମନ୍ଦିରର ସୁରକ୍ଷା କର୍ତ୍ତା ଭାବରେ ପରିଣତ ହୁଏ। ଗାଁ ମନ୍ଦିରରେ ରହିଥାଏ ଏକ ଦିବ୍ୟମଣୀ ଯାହାକୁ ହାତେଇବାକୁ ପରାଶର ନାମକ ଜଣେ ତନ୍ତ୍ର ମନ୍ତ୍ର ସାଧକ ନିଜର ଅହରହ ଚେଷ୍ଟା ଜାରି ରଖିଥାଏ କିନ୍ତୁ ସବୁ ଯୋଜନା ଶଙ୍କର ଥାଉ ଥାଉ ବିଫଳ ହୁଏ। ଶେଷରେ ଅଖଣ୍ଡ କୁଚକ୍ରାନ୍ତ କରି କଳା ଯାଦୁର ପ୍ରୟୋଗ କରି ଶଙ୍କର ଏକ ତନ୍ତ୍ର ମନ୍ତ୍ର ସାଧକ ବୋଲି ଗାଁ ଲୋକଙ୍କୁ ଜଣାଏ ଓ ଗାଁରୁ ବିଦା କରିଦିଏ। କିଛି ବର୍ଷ ପରେ ପୁଣି ଅଖଣ୍ଡ ମଣି ଚୋରି କରିବାର ଯୋଜନା ସମୟରେ ପୁଣି ଫେରିଆସେ ଶଙ୍କର l ତେବେ ଶଙ୍କର କ’ଣ ତାକୁ ରୋକି ପାରିବ ? ଶଙ୍କରକୁ ଏହି କାମ ପାଇଁ କେତେ କଠିନ ପରିଶ୍ରମ କରିବାକୁ ପଡୁଛି ଓ ଶେଷରେ କ’ଣ ହେଉଛି ଫିଲ୍ମ ମାଧ୍ୟମରେ ଜାଣିବାକୁ ପାଇବେ ଦର୍ଶକ।

ଫିଲ୍ମରେ ମୁଖ୍ୟ ଅଭିନେତା ରହିଛନ୍ତି ରାଜ ରାଜେଶ। ତାଙ୍କ ସହିତ ମୁମୀତା, ବାଦଲ ମହାନ୍ତି, ରବି ମିଶ୍ର ଓ ଉଦିତ ଗୁରୁ ରହିଛନ୍ତି। ଫିଲ୍ମର କାହାଣୀ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା, ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ। ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି ବୈଦ୍ୟନାଥ ଦାଶ ଗୀତକୁ ଲେଖିଛନ୍ତି ଡଃ ନିର୍ମଳ ନାୟକ। ଗୀତଗୁଡିକୁ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ଗୌରବ ଆନନ୍ଦ ଓ ବୈଭବ ପୃଷ୍ଟି।

ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁବା ପରି କାହାଣୀ ହୋଇଛି ତେଣୁ ଆଗ ଭଳି ଦର୍ଶକ ଏହି ଫିଲ୍ମକୁ ଉପଭୋଗ କରିବେ ଓ ଭଲପାଇବା ମଧ୍ୟ ଦେବେ ବୋଲି ମୋର ଆଶା ଓ ବିଶ୍ବାସ।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.