ଭାରତୀୟ ପାରାଲିମ୍ପିକ୍ସ ଦଳ ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଓ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Published: Sep 5, 2024, 8:47 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୌଣସି ପାରାଲିମ୍ପିକ୍ସରେ ଭାରତୀୟ ପାରାଲିମ୍ପିକ୍ସ ଦଳ ଆମ ଦେଶ ପାଇଁ ସର୍ବୋଚ୍ଚ ପଦକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିବାରୁ ଅତ୍ୟନ୍ତ ଗର୍ବ ଏବଂ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଆଥଲେଟମାନଙ୍କ ପ୍ରତିବଦ୍ଧତା ଏବଂ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ପ୍ରତ୍ୟେକ ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତ ଗର୍ବିତ ଓ ଆନନ୍ଦିତ।

ଆମର ଅବିଶ୍ୱସନୀୟ ପାରାଲିମ୍ପିକ୍ସ ଦଳ ଯେକୌଣସି ପାରାଲିମ୍ପିକ୍ସରେ ଆମ ଦେଶ ପାଇଁ ସର୍ବୋଚ୍ଚ ପଦକ ଜିତିବାର ରେକର୍ଡ ସୃଷ୍ଟି କରିଛି। ଏହା ଆମ ଖେଳାଳିଙ୍କ ପ୍ରତିବଦ୍ଧତା, ଉତ୍ସାହ ଏବଂ ସଂକଳ୍ପକୁ ଦର୍ଶାଏ । ପ୍ରତ୍ୟେକ ଖେଳାଳିଙ୍କୁ ଅଭିନନ୍ଦନ।

Related posts