
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିକ୍ଷକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ରାଧାକ୍ରିଷ୍ଣନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ତାଙ୍କର ଜୟନ୍ତୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଉଛି।
ଏକ୍ସରେ ଏକ ଭିଡିଓ ଶେୟାର କରି ଶ୍ରୀ ମୋଦୀ କହିଛନ୍ତି;
“ଶିକ୍ଷକ ଦିବସର ଶୁଭେଚ୍ଛା, ଯୁବ ମାନସିକତାକୁ ସଠିକ ମାର୍ଗ ଦେଖାଉଥିବା ସମସ୍ତ ଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଇବାର ଏକ ଉତ୍ସବ। ଡ. ରାଧାକ୍ରିଷ୍ଣନ୍ଙ୍କୁ ତାଙ୍କର ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।”