Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍ ପକ୍ଷରୁ ‘ବାୟୋ ଇ-୩’ ନୀତିକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଆଜିର ଖବର

ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍ ପକ୍ଷରୁ ‘ବାୟୋ ଇ-୩’ ନୀତିକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

September 6, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ଦ୍ରୁତ ଅର୍ଥନୀତିକ ପ୍ରଗତି କ୍ଷେତ୍ରରେ ବାୟୋଟେକ୍ନାଲୋଜିର ପ୍ରୟୋଗ ଉପରେ ଆଜି ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ପବିତ୍ର ଗୁରୁ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ବିଆରଆଇସି-ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍ ବା ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ‘ଗବେଷଣାର ମୂଲ୍ୟ: ବାୟୋ ଇ-୩ ନୀତିରୁ ଲାଭ’ ଶୀର୍ଷକ ବକ୍ତୃତା ଏବଂ ଏହି ବିଷୟରେ ସ୍ୱତନ୍ତ୍ର ‘ପିଚ୍-ଏ-ଥନ୍’ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପ୍ରଧାନ ଆକାଉଣ୍ଟାଣ୍ଟ ଜେନେରାଲ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ଗବେଷଣା କେବଳ ଲେଖିବା ବା ନୂତନ ତଥ୍ୟ ଉପସ୍ଥାପନାରେ ସୀମିତ ରହିବା ଉଚିତ ନୁହେଁ। ତେଣୁ ବୈଜ୍ଞାନିକ, ଗବେଷକ ଏବଂ ଗବେଷଣା ସହ ଜଡ଼ିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟକୁ ଗଭୀରତାର ସହ ଅନୁଧ୍ୟାନ କରି ଏହା କିପରି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ହିତକର ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।’’

କାର୍ଯ୍ୟକ୍ରମ ଆରମ୍ଭରେ ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ ନିକଟରେ କେନ୍ଦ୍ର ସରକାର ଲାଗୁ କରିଥିବା ନୂତନ ବାୟୋଟେକ୍ ନୀତି ‘ବାୟୋ ଇ-୩’ର ସୁଫଳ ସମ୍ପର୍କରେ କହିଥିଲେ। ଏହି ଅବସରରେ ସେ ଡକ୍ଟର ଅମର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ବକ୍ତୃତା କାର୍ଯ୍ୟକ୍ରମରେ ସଂସ୍ଥାନର ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ରିସର୍ଚ୍ଚ ସ୍କଲାରମାନେ ଯୋଗ ଦେଇଥିଲେ।

‘ବାୟୋ ଇ-୩’ ନୀତିରେ ପରିବେଶ ଅନୁକୂଳ ବାୟୋଟେକ୍ ଶିଳ୍ପର ବିସ୍ତାର କରି ଦେଶର ଅର୍ଥନୀତିକ ପ୍ରଗତି ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଗୁରୁବାର ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ‘ପିଚ୍-ଏ-ଥନ୍’ ବା ନୂତନ ଉଦ୍ୟୋଗ ପ୍ରସ୍ତାବ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଷ୍ଟାର୍ଟଅପ୍ କରିଥିବା ଏବଂ ନୂତନ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଓଡ଼ିଶାର ବ୍ୟକ୍ତିମାନେ ଭାଗ ନେଇଥିଲେ।

ଏହି ‘ପିଚ୍-ଏ-ଥନ୍’ କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶଙ୍କ ସହ ସଂସ୍ଥାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ବି ରବୀନ୍ଦ୍ରନ ଏବଂ କିଟ୍ ଟିବିଆଇର ସିଇଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ବିଚାରକ ଭାବେ ଯୋଗଦେଇଥିଲେ। ଜୀବ ବିଜ୍ଞାନ ସଂସ୍ଥାନ ଦ୍ୱାରା ପ୍ରତିଷ୍ଠିତ ବାୟୋ ଇନକ୍ୟୁବେଟରର ସିଓଓ ନିବେଦିତା ଜେନା ଅତିଥି ଓ ପ୍ରତିଯୋଗୀମାନଙ୍କୁ ସ୍ୱାଗତ କରିଥିଲେ।

କେନ୍ଦ୍ର ସରକାରଙ୍କ ‘ବାୟୋ ଇ-୩’ ନୀତିକୁ ଲୋକପ୍ରିୟ କରିବା ପାଇଁ ଏକ ଅନଲାଇନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱର ସହଯୋଗିତାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ସଚିବ ଡକ୍ଟର ରାଜେଶ ଆର୍ ଗୋଖଲେ ଭର୍ଚୁଆଲ ଯୋଗେ ଶୁଭାରମ୍ଭ କରିଛନ୍ତି।

ଏହି ପ୍ରତିଯୋଗିତାରେ ବାୟୋବେସ୍ଡ କେମିକାଲ ଆଣ୍ଡ ଏନଜାଇମ୍ସ, ଫଙ୍କ୍ସନାଲ ଫୁଡ୍ସ ଆଣ୍ଡ ସ୍ମାର୍ଟ ପ୍ରୋଟିନ୍ସ, ପ୍ରିସିସନ ବାୟୋଥେରାପ୍ୟୁଟିକ୍ସ, କ୍ଲାଇମେଟ ରେଜିଲିଏଣ୍ଟ ଏଗ୍ରିକଲଚର, କାର୍ବନ କ୍ୟାପ୍ଚର ଆଣ୍ଡ ୟୁଟିଲାଇଜେସନ, ଫ୍ୟୁଚରିଷ୍ଟିକ୍ ମେରିନ୍ ଆଣ୍ଡ ସ୍ପେସ୍ ରିସର୍ଚ୍ଚ ଆଦି ବିଷୟ ଦିଆଯାଇଛି। ପ୍ରତିଯୋଗୀମାନେ ଯେ କୌଣସି ଗୋଟିଏ ବିଷୟ ବାଛି ଡ୍ରଇଂ, ପୋଷ୍ଟର, ପ୍ରବନ୍ଧ, ସ୍ଲୋଗାନ ବା ରିଲ୍ସ ଭିଡିଓ ବର୍ଗରେ ନିଜର ପ୍ରତିଭା ଦେଖାଇ ପାରିବେ।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଗବେଷକ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ପ୍ରତିଯୋଗିତା ଆରମ୍ଭ କରାଯାଇଛି। ସର୍ବଭାରତୀୟ ସ୍ତରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ପ୍ରତିଯୋଗୀ ଭାଗନେଇ ନିଜର ଅନନ୍ୟ ପ୍ରତିଭା ଦେଖାଇବାର ସୁଯୋଗ ପାଇପାରିବେ। ଏହା ସେପ୍ଟେମ୍ବର ୧୦ ତାରିଖ ଯାଏଁ ଚାଲିବ,’’ କହିଛନ୍ତି ଇନଷ୍ଟଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାଶ।

ନୂଆଦିଲ୍ଲୀରେ ହେବାକୁ ଥିବା ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ୧୪ ତାରିଖ ଦିନ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯିବ। ପ୍ରତି ବର୍ଗରେ ଶ୍ରେଷ୍ଠ ୧୦ ଜଣଙ୍କୁ ବଛାଯାଇ ଆର୍ଥିକ ପୁରସ୍କାର ସହିତ ଶ୍ରେଷ୍ଠ ୧୦୦ ଜଣଙ୍କୁ ଇ-ସାର୍ଟିଫିକେଟ ପ୍ରଦାନ କରାଯିବ।

ଏହି ପ୍ରତିଯୋଗିତା ବିଷୟରେ ଅଧିକ ଜାଣିବା ପାଇଁ www.ils.res.in/bioe3-competition ଲିଙ୍କ୍ ଭିଜିଟ କରିବାକୁ ଅନୁରୋଧ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

October 6, 2026

କେଉଁ ଜିନିଷରେ ସରକାରଙ୍କୁ ସବୁଠୁ ଅଧିକ ଟିକସ ମିଳେ? ଜାଣନ୍ତୁ ଟିକସ ବ୍ୟବସ୍ଥାର ରୋଚକ ହିସାବ

October 6, 2026

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026
Latest News

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

October 6, 2026

କେଉଁ ଜିନିଷରେ ସରକାରଙ୍କୁ ସବୁଠୁ ଅଧିକ ଟିକସ ମିଳେ? ଜାଣନ୍ତୁ ଟିକସ ବ୍ୟବସ୍ଥାର ରୋଚକ ହିସାବ

October 6, 2026

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026

ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବାକୁ DGPଙ୍କ ନିର୍ଦ୍ଦେଶ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.