ପ୍ରଭୃ ଶ୍ରୀଗଣେଷଙ୍କ ପ୍ରିୟ ଖାଦ୍ୟ କଣ, ଯାହାକୁ ନେଇ ସେ ହୋଇଥାନ୍ତି ଖୁସି

Published: Sep 8, 2024, 8:32 am IST

ଭୁବନେଶ୍ବର: ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇ ଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

୧- ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ।

୨- ବୁନ୍ଦି ଲଡୁ: ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି।

୩- ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ। ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

୪- ଖୁଆ ପେଡା: ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ। ଏହାର ଆକାର ଗୋଲାକାର।

୫- ପଞ୍ଚାମୃତ: ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

୬- ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

୭- ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

୮- ନଡିଆ: ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Related posts