Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଚାରିଆଡେ ଚାଲିଛି ଗଣେଷ ବିସର୍ଜନ, ଏକାମ୍ର କ୍ଷେତ୍ରରେ ବିସର୍ଜନ ହେଲେ ବୁଢ଼ା ଗଣେଶ

ଭୁବନେଶ୍ୱର: ଚାରିଆଡେ ବର୍ତ୍ତମାନ ଚାଲିଛି ଗଣେଷ ବିସର୍ଜନ ପର୍ବ। ଯେପରି ଧୂମଧାମରେ ଗଣେଷ ପୂଜା କରାଯାଇଥିଲା, ଠିକ ସେହିପରି ମଧ୍ୟ ଧୂମଧାମରେ ବିସର୍ଜନ ମଧ୍ୟ କରାଯାଉଥିବାର ଦେଖାଯାଇଛି।

ସେହିପରି  ପୁରୁଣା ଭୁବନେଶ୍ୱରରେ ଜମେଶ୍ୱର ପାଟଣାର ୪୭ବର୍ଷ ହେଲା ହୋଇ ଆସୁଥିବା ବୁଢ଼ା ଗଣେଶ ଆଜି ବିର୍ଜନ ହୋଇଛନ୍ତି। ବିଭିନ୍ନ ପାରମ୍ପାରିକ ବାଦ୍ୟରେ ମହା ସମାରୋହରେ ଶୋଭାଯାତ୍ରା କରାଯାଇ ବିସର୍ଜନ କରାଯାଇଛି।

ଜମେଶ୍ୱର ପାଟଣା ସାହି ଯୁବକ ମାନଙ୍କ ଶୋଭାଯାତ୍ରାରେ କୋଲକତାରୁ ଆସିଥିବା ଲୋକ ନୃତ୍ୟ, ବଡ଼ଗଡ଼ ଜିଲ୍ଲାର ଜୁନା ଗଡ଼ ବାଦ୍ୟ, ଢ଼ୋଳ ମହୁରୀ, ପଶୁ ପକ୍ଷି ନୃତ୍ୟ, ଘଂଟବାଦ୍ୟ, ଡିଜେ, ଆଦି ବିଭିନ୍ନ ପ୍ରକାରର ବାଜା ସ୍ଥାନୀୟ ଅଚଂଳ ପରିକ୍ରମା ଶୋଭାଯାତ୍ରା ଆକର୍ଷଣୀୟ ପାଲଟିଥିଲା। ଶତାଧିକ ମୁରବୀଙ୍କ ସହ ଅମୀୟ ଦାଶ, କର୍ପୋରେଟର ଶିବ ପ୍ରସାଦ ବେହେରା, ଦାଶରଥି ଗରାବଡ଼ୁ, ପ୍ରମୋଦ ଦାସ ଓ ବହୁ ମୁରବୀ ଯୋଗ ଦେଇଥିଲେ।

ତେବେ ଅଭିନବ ଭାବେ ଦିବଂଗତ ସଭ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣଯାଇଥିଲା। ନିକଟରେ ସ୍ୱର୍ଗପ୍ରାପ୍ତି ହୋଇଥିବା ସଭ୍ୟ ସଞ୍ଜୟ ସାହୁଙ୍କ ଏକ ଫଟୋଚିତ୍ରରେ “ତୁମ କଥା ମନେ ପଡ଼େ” ସ୍ମୃତି ରଥ ଯାତ୍ରାରେ ସାମିଲ ହୋଇଥିଲା। ଅନ୍ୟପଟେ ରାତିରେ ଗଣ୍ଡୋଗଳ ହେଉଥିବାରୁ ଏହାକୁ ଏଡାଇବା ପାଇଁ ଦିନରେ ବିସର୍ଜନକୁ ସ୍ଥାନୀୟ ଅଂଚଳରେ ମୁରବୀମାନେ ସ୍ୱାଗତ କରିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶ୍ରୀଗଣେଷଙ୍କ ଏହି ୧୪ଟି ନାମ ମନେମନେ ଧ୍ୟାନ କରନ୍ତୁ, ମିଳିବ ଶୁଭ ଖବର

ଭୁବନେଶ୍ବର: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା-

ଭଗବାନ ଗଣେଶଙ୍କର ୧୪ ନାମ:–

୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ,  ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।

Categories
ଆଜିର ଖବର ଧର୍ମ ବ୍ୟବସାୟ ରାଜ୍ୟ ଖବର

ଜାଣନ୍ତୁ ଘରେ କେଉଁ ରଂଗର ଗଣେଷ ମୂର୍ତ୍ତି ପୂଜା କଲେ ମିଳିବ ସଫଳତା

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୂର ଦେଇ ପୂଜା କରାଯାଇଥାଏ। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ପୂଜା କରା ଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫ ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ପ୍ରାପ୍ତ ପାଇଁ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତ ମନ୍ଦିରରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ପର୍ଯ୍ୟାୟରେ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପ୍ରଭୃ ଶ୍ରୀଗଣେଷଙ୍କ ପ୍ରିୟ ଖାଦ୍ୟ କଣ, ଯାହାକୁ ନେଇ ସେ ହୋଇଥାନ୍ତି ଖୁସି

ଭୁବନେଶ୍ବର: ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ ୧୦ ଦିନ ଧରି ପୂଜା କରାଯାଇ ଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

1-ମୋଦକ ଲଡୁ : ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ।

2-ବୁନ୍ଦି ଲଡୁ : ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି।

3-ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ। ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

4-ଖୁଆ ପେଡା : ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ। ଏହାର ଆକାର ଗୋଲାକାର।

5-ପଞ୍ଚାମୃତ : ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

6-ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

7-ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

8- ନଡିଆ : ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Categories
ଆଜିର ଖବର ଧର୍ମ

ଭଗବାନ ଗଣେଷଙ୍କର ରହିଛି ୧୪ଟି ନାମ, ଯାହାକୁ ଜପ କଲେ ଘଟେ ନାହିଁ ବିଘ୍ନ

ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା-

ଭଗବାନ ଗଣେଶଙ୍କର ୧୪ ନାମ:–

୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ,  ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।

Categories
ଆଜିର ଖବର ଧର୍ମ

ଆପଣ ଘରେ ପ୍ରଭୃ ଗଣେଷଙ୍କୁ ପୂଜା କରୁଛନ୍ତି କି ? ତେବେ ଜାଣନ୍ତୁ ଏହି କେତୋଟି କଥା

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ।

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ 15 ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ଲାଭର ଇଚ୍ଛା ରଖିଥାନ୍ତି ସେମାନେ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ମନ୍ଦିର ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ସମୟ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।