ଚାରିଆଡେ ଚାଲିଛି ଗଣେଷ ବିସର୍ଜନ, ଏକାମ୍ର କ୍ଷେତ୍ରରେ ବିସର୍ଜନ ହେଲେ ବୁଢ଼ା ଗଣେଶ

Published: Sep 23, 2023, 6:42 pm IST

ଭୁବନେଶ୍ୱର: ଚାରିଆଡେ ବର୍ତ୍ତମାନ ଚାଲିଛି ଗଣେଷ ବିସର୍ଜନ ପର୍ବ। ଯେପରି ଧୂମଧାମରେ ଗଣେଷ ପୂଜା କରାଯାଇଥିଲା, ଠିକ ସେହିପରି ମଧ୍ୟ ଧୂମଧାମରେ ବିସର୍ଜନ ମଧ୍ୟ କରାଯାଉଥିବାର ଦେଖାଯାଇଛି।

ସେହିପରି  ପୁରୁଣା ଭୁବନେଶ୍ୱରରେ ଜମେଶ୍ୱର ପାଟଣାର ୪୭ବର୍ଷ ହେଲା ହୋଇ ଆସୁଥିବା ବୁଢ଼ା ଗଣେଶ ଆଜି ବିର୍ଜନ ହୋଇଛନ୍ତି। ବିଭିନ୍ନ ପାରମ୍ପାରିକ ବାଦ୍ୟରେ ମହା ସମାରୋହରେ ଶୋଭାଯାତ୍ରା କରାଯାଇ ବିସର୍ଜନ କରାଯାଇଛି।

ଜମେଶ୍ୱର ପାଟଣା ସାହି ଯୁବକ ମାନଙ୍କ ଶୋଭାଯାତ୍ରାରେ କୋଲକତାରୁ ଆସିଥିବା ଲୋକ ନୃତ୍ୟ, ବଡ଼ଗଡ଼ ଜିଲ୍ଲାର ଜୁନା ଗଡ଼ ବାଦ୍ୟ, ଢ଼ୋଳ ମହୁରୀ, ପଶୁ ପକ୍ଷି ନୃତ୍ୟ, ଘଂଟବାଦ୍ୟ, ଡିଜେ, ଆଦି ବିଭିନ୍ନ ପ୍ରକାରର ବାଜା ସ୍ଥାନୀୟ ଅଚଂଳ ପରିକ୍ରମା ଶୋଭାଯାତ୍ରା ଆକର୍ଷଣୀୟ ପାଲଟିଥିଲା। ଶତାଧିକ ମୁରବୀଙ୍କ ସହ ଅମୀୟ ଦାଶ, କର୍ପୋରେଟର ଶିବ ପ୍ରସାଦ ବେହେରା, ଦାଶରଥି ଗରାବଡ଼ୁ, ପ୍ରମୋଦ ଦାସ ଓ ବହୁ ମୁରବୀ ଯୋଗ ଦେଇଥିଲେ।

ତେବେ ଅଭିନବ ଭାବେ ଦିବଂଗତ ସଭ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣଯାଇଥିଲା। ନିକଟରେ ସ୍ୱର୍ଗପ୍ରାପ୍ତି ହୋଇଥିବା ସଭ୍ୟ ସଞ୍ଜୟ ସାହୁଙ୍କ ଏକ ଫଟୋଚିତ୍ରରେ “ତୁମ କଥା ମନେ ପଡ଼େ” ସ୍ମୃତି ରଥ ଯାତ୍ରାରେ ସାମିଲ ହୋଇଥିଲା। ଅନ୍ୟପଟେ ରାତିରେ ଗଣ୍ଡୋଗଳ ହେଉଥିବାରୁ ଏହାକୁ ଏଡାଇବା ପାଇଁ ଦିନରେ ବିସର୍ଜନକୁ ସ୍ଥାନୀୟ ଅଂଚଳରେ ମୁରବୀମାନେ ସ୍ୱାଗତ କରିଛନ୍ତି।

Related posts