ଦିଲ୍ଲୀ: ଅଗଷ୍ଟ ୩୧, ୨୦୨୪ରେ ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ଆରମ୍ଭ ହୋଇଥିବା ସପ୍ତମ ରାଷ୍ଟ୍ରୀୟ ପୋଷଣ ମାହରେ ଉନ୍ନତ ଶାସନ ପାଇଁ ଟେକ୍ନୋଲୋଜି ସହିତ ରକ୍ତ ହୀନତା, ଅଭିବୃଦ୍ଧି ତଦାରଖ, ପରିପୂରକ ଆହାର ଏବଂ ପୋଷଣ ଭି , ପଢାଇ ଭି’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ନିରନ୍ତରତା ଉପରେ ଗୁରୁତ୍ୱାରୋପ କରେ , ଯେଉଁଥିରେ ସମସ୍ତ କାର୍ଯ୍ୟକ୍ଷମ ୧୩.୯୫ ଲକ୍ଷ ଅଙ୍ଗନୱାଡି କେନ୍ଦ୍ରରେ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରାଯାଏ।
ଦେଶବ୍ୟାପୀ ଏହି ଉତ୍ସବର ଷଷ୍ଠ ଦିନ ସୁଦ୍ଧା ୩୫ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ୭୫୨ଟି ଜିଲ୍ଲାରୁ ୧.୩୭ କୋଟି କାର୍ଯ୍ୟକ୍ରମ ରିପୋର୍ଟ କରାଯାଇଛି। ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଏ ପର୍ଯ୍ୟନ୍ତ ସର୍ବାଧିକ ଯୋଗଦାନକାରୀ ରାଜ୍ୟ ମଧ୍ୟରେ ରହିଛନ୍ତି।
ଥିମ୍ (ବା ମୁଖ୍ୟ ବିଷୟ) ଦୃଷ୍ଟିରୁ, ବର୍ତ୍ତମାନ ସୁଦ୍ଧା ରକ୍ତହୀନତା ଉପରେ ୩୯ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ, ଅଭିବୃଦ୍ଧି ନିରୀକ୍ଷଣ ଉପରେ ୨୭ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ, ପରିପୂରକ ଆହାର ଉପରେ ପାଖାପାଖି ୨୦ ଲକ୍ଷ କାର୍ଯ୍ୟକ୍ରମ, ପୋଷଣ ଭି ପଢ଼ାଇ ଭି’ ରେ ୧୮.୫ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ ଏବଂ ଏକ ପେଡ୍ ମା କେ ନାମ ମାଧ୍ୟମରେ ପରିବେଶ ନିରନ୍ତରତା ଉପରେ ୮ ଲକ୍ଷ କାର୍ଯ୍ୟକ୍ରମ କରାଯାଇଛି । ଟେକ୍ନୋଲୋଜି ଫର ବେଟର ଗଭର୍ଣ୍ଣାନ୍ସ (ଉନ୍ନତ ଶାସନ ପାଇଁ ପ୍ରଯୁକ୍ତି) ନାମକ ଏକ ପ୍ରମୁଖ ଫୋକସ୍ କ୍ଷେତ୍ର ଡବ୍ଲ୍ୟୁସିଡିର ମନୋନୀତ କର୍ମକର୍ତ୍ତାମାନଙ୍କୁ ୧୦ ଲକ୍ଷରୁ ଅଧିକ କାର୍ଯ୍ୟକଳାପ ଚିହ୍ନିତ କରିବାକୁ ଉତ୍ସାହିତ କରିଛି ଯାହାର ଉଦ୍ଦେଶ୍ୟ ଆଇସିଟି ଆପ୍ଲିକେସନ୍ ପୋଷଣ ଟ୍ରାକର ସହିତ ଜଡିତ ପୋଷଣ ସୂଚକାଙ୍କ ଏବଂ କାର୍ଯ୍ୟକ୍ରମଗତ କ୍ଷେତ୍ର ଗୁଡ଼ିକର ପ୍ରଭାବଶାଳୀ ରୂପାୟନ ଏବଂ ତଦାରଖରେ ସାହାଯ୍ୟ କରିବା ।
୨୦୧୮ ମସିହାରେ ଦେଶର ପ୍ରଥମ ପୋଷଣ କେନ୍ଦ୍ରିତ ଜନ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ମନ୍ତ୍ରଣାଳୟ / ବିଭାଗ ଗୁଡ଼ିକ ସହିତ ସମନ୍ୱୟ ସର୍ବଦା ଜନ ଆନ୍ଦୋଳନର ମୂଳ ଆଧାର ରହି ଆସିଛି । ସମନ୍ୱୟ ବିଭିନ୍ନ ଦର୍ଶକଙ୍କ ନିକଟରେ ବିଶେଷ କରି ତୃଣମୂଳ ସ୍ତରରେ ପହଞ୍ଚିବାରେ ସହାୟକ ହୋଇଥାଏ । ବର୍ତ୍ତମାନ ସୁଦ୍ଧା, ଚଳିତ ପୋଷଣ ମାହରେ ଶୀର୍ଷ ଯୋଗଦାନକାରୀ ମନ୍ତ୍ରଣାଳୟଗୁଡ଼ିକ ହେଉଛନ୍ତି , ୧.୩୮ ଲକ୍ଷ କାର୍ଯ୍ୟକଳାପ ସହିତ ଶିକ୍ଷା ମନ୍ତ୍ରଣାଳୟ (ଏମଓଇ), ୧.୧୭ ଲକ୍ଷ କାର୍ଯ୍ୟକଳାପ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମ୍ଓଏଚ୍ ଆଣ୍ଡ ଏଫ୍ଡବ୍ଲ୍ୟୁ), ୧.୦୭ ଲକ୍ଷ କାର୍ଯ୍ୟକଳାପ ସହିତ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ (ଏମଓଆରଡି), ୬୯ ହଜାର କାର୍ଯ୍ୟକଳାପ ସହିତ ଆୟୁଷ ମନ୍ତ୍ରଣାଳୟ ଏବଂ ୬୪ ଲକ୍ଷ କାର୍ଯ୍ୟକଳାପ ସହିତ ପଞ୍ଚାୟତିରାଜ ମନ୍ତ୍ରଣାଳୟ (ଏମଓପିଆର) ପୋଷଣ ମାହ ୨୦୨୪ର ଗୋଟିଏ କିମ୍ବା ଅନ୍ୟ ବିଷୟବସ୍ତୁକୁ ସମର୍ଥନ କରି କାର୍ଯ୍ୟ କରୁଛନ୍ତି ।
ପ୍ରତ୍ୟେକ ବିଷୟଗତ କ୍ଷେତ୍ରରେ ଉଲ୍ଲେଖ ହୋଇଥିବା କାର୍ଯ୍ୟକଳାପ ବ୍ୟତୀତ, ଯଦିଓ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କ ସ୍ଥାନୀୟ ପରିବେଶରେ ସର୍ବୋତ୍ତମ ଉପଯୁକ୍ତ ଅନ୍ୟାନ୍ୟ ସମ୍ବେଦନଶୀଳ କାର୍ଯ୍ୟକଳାପ ଗ୍ରହଣ କରିବାକୁ ସ୍ୱାଧୀନ ଅଟନ୍ତି, ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ଶୀର୍ଷ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ଶିଶୁମାନଙ୍କ ପାଇଁ ରକ୍ତହୀନତା ଶିବିର, କିଶୋରୀମାନଙ୍କ ପାଇଁ ରକ୍ତହୀନତା ଶିବିର (୧୪ – ୧୮ ବର୍ଷ), ଅଭିବୃଦ୍ଧି ତଦାରଖ ପ୍ରୋତ୍ସାହନ ଉପରେ ସମ୍ବେଦନଶୀଳତା ଅଧିବେଶନ, ଅଭିବୃଦ୍ଧି ମାପ ଯାଞ୍ଚ, ମହିଳାମାନଙ୍କ ପାଇଁ ପ୍ରଜନନ ବୟସରେ ରକ୍ତହୀନତା ଶିବିର, ଅଭିବୃଦ୍ଧି ମାପ ଅଭିଯାନ (ସାମ୍ / ଏମଏଏମ ଯାଂଚ), ପରିପୂରକ ଖାଦ୍ୟ ଉପରେ କାର୍ଯ୍ୟକଳାପ / ଶିବିର (୬ ମାସରେ ସୁରକ୍ଷିତ, ପର୍ଯ୍ୟାପ୍ତ ଏବଂ ଉପଯୁକ୍ତ ପରିପୂରକ ଖାଦ୍ୟ), ସହରାଞ୍ଚଳ ବସ୍ତି ଭିତ୍ତିକ ରକ୍ତହୀନତା ଶିବିର ତଥା ବ୍ୟାପକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ସାମଗ୍ରୀ ମାଧ୍ୟମରେ ପରିପୂରକ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଦର୍ଶନ ଅଧିବେଶନ, ଏସଏଚଜି, ଏନଏସଏସ / ଏନୱାଇକେ ଇତ୍ୟାଦି ରକ୍ତହୀନତା ସମ୍ବନ୍ଧୀୟ ପ୍ରଚାର କାର୍ଯ୍ୟକଳାପ, ପରିପୂରକ ଖାଦ୍ୟରେ ଖାଦ୍ୟ ବିବିଧତା ପାଇଁ ସଚେତନତା ଶିବିର, ଶିକ୍ଷା ଚୌପାଲ ବିଶେଷ କରି ଏଡବ୍ଲ୍ୟୁସିରେ ଇସିସିଇ ଶିକ୍ଷଣ କର୍ଣ୍ଣରକୁ ପ୍ରୋତ୍ସାହିତ କରିବା, ଏକ୍ ପେଡ୍ ମା କେ ନାମ – ପରିବେଶ ସୁରକ୍ଷା ଉପରେ ପ୍ରତିଶ୍ରୁତି ସହିତ ବୃକ୍ଷରୋପଣ, ଦେଶୀ ଖେଳନାକୁ ପ୍ରୋତ୍ସାହିତ କରୁଥିବା ଖେଳ ଭିତ୍ତିକ ଶିକ୍ଷା ଉପରେ ପିଲା ଏବଂ ଅଭିଭାବକଙ୍କ ପାଇଁ ପ୍ରଦର୍ଶନ ଅଧିବେଶନ / କାର୍ଯ୍ୟକଳାପ ପ୍ରଦର୍ଶନ ଅଧିବେଶନ / କାର୍ଯ୍ୟକଳାପ, ସହରାଞ୍ଚଳ ବସ୍ତି ଭିତ୍ତିକ ଅଭିବୃଦ୍ଧି ମାପ ଅଭିଯାନ (ସାମ୍ / ଏମଏଏମ୍ ଯାଂଚ), ଟୟାଥନ୍ – ଡିଆଇୱାଇ / ଏଡବ୍ଲ୍ୟୁମାନଙ୍କ ସହିତ ସ୍ୱଦେଶୀ ଖେଳନା ନିର୍ମାଣ କର୍ମଶାଳା, ଖେଳନା ଭିତ୍ତିକ ଏବଂ ଖେଳ ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଗୋଷ୍ଠୀ କେନ୍ଦ୍ରିକ ଖେଳ ଏବଂ ପଢ଼ କାର୍ଯ୍ୟକ୍ରମ, ଗର୍ଭବତୀ ମହିଳାଙ୍କ ଓଜନ ବୃଦ୍ଧି ପାଇଁ ମାପ ଅଭିଯାନ (ଗର୍ଭାବସ୍ଥାର ଓଜନ ବୃଦ୍ଧି) ଏବଂ ପୋଷଣ ଟ୍ରାକରରେ ଏହାର ତଥ୍ୟକୁ ଉଲ୍ଲେଖ କରିବା, ଗାଁ ସୀମା ମଧ୍ୟରେ ଉପଲବ୍ଧ ବିଭିନ୍ନ ଖାଦ୍ୟ ଉପରେ ଆଲୋକପାତ କରିବା ପାଇଁ ଏଡବ୍ଲ୍ୟୁସିର ଫ୍ଲୋରରେ ଫୁଡ୍ ରିସୋର୍ସ ମ୍ୟାପିଂ ଏବଂ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରିବେଶ ସୁରକ୍ଷା ଉପରେ ବ୍ୟାପକ କାର୍ଯ୍ୟକଳାପ ସମୁଦାୟ ଅଂଶଗ୍ରହଣ ଏବଂ ସରକାରୀ ସହଯୋଗକୁ ନେଇ ଦେଶବ୍ୟାପୀ ସମନ୍ୱିତ ଆଭିମୁଖ୍ୟ ସହିତ ଚାଲିଥିବା ପୋଷଣ ମାହ ଦେଶର ଦୁର୍ଗମ ଅଂଚଳରେ ପହଂଚି “ସୁପୋଷିତ କିଶୋରୀ ସଶକ୍ତ ନାରୀ” ବିଷୟରେ ଆଲୋଡନ ସୃଷ୍ଟି କରୁଛି ଏବଂ ପୋଷଣ କେନ୍ଦ୍ରିକ ଜନ ଆନ୍ଦୋଳନ ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟୋଜିତ ଏବଂ ସଚେତନ କରୁଛି।