Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ବାର୍ଷିକ ୬୦ରୁ ୭୦ ହଜାର ନବଜାତଙ୍କ ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ
ଆଜିର ଖବର

ଦେଶରେ ବାର୍ଷିକ ୬୦ରୁ ୭୦ ହଜାର ନବଜାତଙ୍କ ଜୀବନ ବଞ୍ଚାଉଛି ସ୍ୱଚ୍ଛ ଭାରତ ଅଭିଯାନ

September 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନାରେ ଦେଶରେ ବ୍ୟାପକ ଅଭ୍ୟାସଗତ ପରିବର୍ତ୍ତନ ଆଣିବା ସହ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ୱଚ୍ଛ ଭାରତ ଅଭିଯାନ ଏବେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏହି ଅଭିଯାନ ଦେଶକୁ ଖୋଲା ଶୌଚମୁକ୍ତ କରିବା ଯୋଗୁ ଭାରତରେ ବାର୍ଷିକ ପ୍ରାୟ ୬୦,୦୦୦ରୁ ୭୦,୦୦୦ ନବଜାତ ଶିଶୁଙ୍କ ମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଛି। ନିକଟରେ ନେଚର୍‌ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ପତ୍ରରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଏବଂ ଓହିୟୋ ଷ୍ଟେଟ୍‌ ୟୁନିଭର୍ସିଟୀର ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଗବେଷଣା ପତ୍ରରେ ଶିଶୁ ମୃତ୍ୟୁ ହାର ରୋକିବାରେ ସ୍ୱଚ୍ଛ ଭାରତ ଅଭିଯାନର ଯୋଗଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗବେଷଣାପତ୍ରର ପରିଣାମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସଂକ୍ରାନ୍ତ ଏକ ପୋଷ୍ଟ୍‌ ଶେୟାର କରି ଶ୍ରୀ ମୋଦୀ ଲେଖିଛନ୍ତି, ‘‘ସ୍ୱଚ୍ଛ ଭାରତ ଭଳି ଅଭିଯାନର ପ୍ରଭାବ ଉଲ୍ଲେଖ କରୁଥିବା ଗବେଷଣାପତ୍ରର ଫଳାଫଳକୁ ଦେଖି ଆନନ୍ଦିତ। ଶୌଚାଳୟର ଉପଯୁକ୍ତ ଉପଲବ୍ଧତା ନବଜାତ ଓ ଶିଶୁ ମୃତ୍ୟୁ ହାର ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସ୍ୱଚ୍ଛ, ସୁରକ୍ଷିତ ପରିମଳ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଆଉ ଭାରତ ଏହି କ୍ଷେତ୍ରରେ ଅଗ୍ରଣୀ ହେବା ଖୁସିର ବିଷୟ।’’

ଉପରୋକ୍ତ ଗବେଷଣା ପତ୍ରରେ ଦର୍ଶାଯାଇଛି ଯେ, ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଶୌଚାଳୟ ପ୍ରସାରରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଖୋଲା ଶୌଚ ଭଳି କୁଅଭ୍ୟାସରେ ପରିବର୍ତ୍ତନ ଆସିଛି। କେବଳ ସେତିକି ନୁହେଁ, ପାଇପ୍‌ ଜଳ ଯୋଗାଣ ୧୬%ରୁ ବୃଦ୍ଧି ପାଇ ୭୮%ରେ ପହଞ୍ଚିଛି। ୧୧ କୋଟିରୁ ଅଧିକ ଘରକୁ ସ୍ୱଚ୍ଛ ରୋଷେଇ ଗ୍ୟାସ୍‌ ସଂଯୋଗ ଦିଆଯାଇଛି। ଏହାଦ୍ୱାର ସାମାଜିକ ଓ ସ୍ୱାସ୍ଥ୍ୟଗତ ପରିଣାମରେ ଉନ୍ନତି ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ୟୁପିଏ-୧ ସରକାରଙ୍କ ଅମଳରେ ଦେଶର କେତେକ ଜିଲ୍ଲାରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟପ୍ରଦ ଶୌଚାଳୟ ଉପଲବ୍ଧତାରେ ହ୍ରାସ ଘଟିଥିଲା। ୟୁପିଏ-୧ ସମୟରେ ସାମାଜିକ ବ୍ୟୟ ବୃଦ୍ଧି ପାଇଥିବା ନେଇ କଂଗ୍ରେସ ପକ୍ଷରୁ ଯେଉଁ ଦାବି କରାଯାଇଛି ତାହାର ବିପରୀତ ଶୌଚାଳୟ ଉପଲବ୍ଧତା ଭଳି ମୌଳିକ ସୁବିଧା ହ୍ରାସ ପାଇଥିଲା ବୋଲି ଗବେଷଣାପତ୍ରରେ ଉଲ୍ଲେଖ କରାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ୨୦୦୦ରୁ ୨୦୧୫ ନବଜାତ ମୃତ୍ୟୁ ହାର ବାର୍ଷିକ ୩% ହ୍ରାସ ପାଇଥିବା ବେଳେ ୨୦୧୫ରୁ ୨୦୨୦ ମଧ୍ୟରେ ବାର୍ଷିକ ୮ରୁ୯% ହାରରେ ହ୍ରାସ ପାଇଥିଲା। ନବଜାତଙ୍କ ମୃତ୍ୟୁହାରରେ ତିନିଗୁଣା ହ୍ରାସ ଦେଖିବାକୁ ମିଳିବା ସ୍ୱଚ୍ଛ ଭାରତ ମିଶନର ଉଲ୍ଲେଖନୀୟ ପ୍ରଭାବକୁ ଦର୍ଶାଉଛି। କେବଳ ସେତିକି ନୁହେଁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନବଜାତ ଶିଶୁ ମୃତ୍ୟୁ ହାର ମଧ୍ୟରେ ବ୍ୟବଧାନ ୨୦୧୪ରେ ୩୯ ଥିବା ବେଳେ ଏଥିରେ ୧୨ ପଏଣ୍ଟ ହ୍ରାସ ପାଇ ୨୦୨୦ରେ ୨୮ରେ ପହଞ୍ଚିଛି ।

ଏଥିରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ଜିଲ୍ଲାରେ ଶୌଚାଳୟ ଉପଲବ୍ଧତା ଯୋଗୁ ଆନୁଷ୍ଠାନିକ ପ୍ରସବ, ମାତୃ ମୃତ୍ୟୁହାର ଏବଂ ପ୍ରସବପୂର୍ବ ଯତ୍ନରେ ସୁଧାର ଦେଖିବାକୁ ମିଳିଛି। ଅଧିକ ସଂଖ୍ୟାରେ ମହିଳା ଓ ଶିଶୁଙ୍କୁ ପୋଷଣ ଅଭିଯାନ ଓ ପିଏମ୍‌ ମାତୃ ବନ୍ଦନା ଯୋଜନା ଭଳି ପୋଷଣ ସେବା ଅଧିକ ମାତ୍ରାରେ ଉପଲବ୍ଧ ହୋଇଛି। ଯେଉଁଠି ପାଇପ୍‌ ଜଳଯୋଗାଣ ସୁବିଧା ଅଧିକ ରହିଛି ସେହି ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନର ଅଧିକ ଲାଭ ମିଳିଛି। ଜଳଜୀବନ ମିଶନ କାର୍ଯ୍ୟକାରୀ ହେବା ଫଳରେ ୧୨ କୋଟି ଗ୍ରାମୀଣ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣର ପ୍ରସାର ଗତ ପାଞ୍ଚ ବର୍ଷ ମଧ୍ୟରେ ୧୬%ରୁ ୭୮%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ସ୍ୱଚ୍ଛ ଭାରତର ଅଧିକ ସକାରାତ୍ମକ ସ୍ୱାସ୍ଥ୍ୟ ଲାଭ ମିଳିଛି।

narendra modi new born baby swachh bharat abhiyan ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026
Latest News

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.