Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଗୁନିଆ ବ୍ଳକ୍ ରେ ଉଦଘାଟିତ ହେଲା ୩ ଟି ସୌର ଚାଳିତ‌ ଶୀତଳ ଭଣ୍ଡାର
ଆଜିର ଖବର

ବେଗୁନିଆ ବ୍ଳକ୍ ରେ ଉଦଘାଟିତ ହେଲା ୩ ଟି ସୌର ଚାଳିତ‌ ଶୀତଳ ଭଣ୍ଡାର

September 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଳକ୍ ଅନ୍ତର୍ଗତ ହଜ, ସିକୋ ଓ ଶଗଡ ଭଙ୍ଗା ଗ୍ରା.ପ. ଠାରେ ୧୦ ମେଟ୍ରିକ୍ ଟନ୍ ୩ ଟି ସୌର ଚାଳିତ‌ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଛି। ବେଗୁନିଆ ବ୍ଳକ୍ ରେ ହଜ, ସିକୋ ଖଡିପଦର ଓ ଶଗଡଭଙ୍ଗା ଅଞ୍ଚଳରେ ଧାନ, ମୁଗ ଓ ବିରି ‍ ଚାଷ ସହ ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଥାଏ। ଏଠାରେ ମୁଖ୍ୟତଃ ବାଇଗଣ, ଟମାଟୋ ଫୁଲ କୋଵି ଇତ୍ୟାଦି ଚାଷ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଉଦ୍ୟାନ, କୃଷି ବିଭାଗ, ଖୋର୍ଦ୍ଧାଙ୍କ ତରଫରୁ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ସ‌ଯୋଗରେ ୪୫ଲକ୍ଷ ବ୍ୟୟ ଅଟକଳରେ ଉକ୍ତ ୩ ଗୋଟି‌ ସୌର ଚାଳିତ ଶିତଳ ଭଣ୍ଡାର ନିର୍ମିତ ହୋଇଅଛି।

ଏଥିପାଇଁ ଭାରତ ସରକାରଙ୍କର ‌ଏମ.ଆଇ.ଡି.ଏଚ‌ ଯୋଜନାରୁ‌ ୧୦ ଲକ୍ଷ ୫୦ ହଜାର ଟଙ୍କା ଓ ସ୍ଥାନୀୟ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ ହୋଇଅଛି। ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ‌ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ବେଗୁନିଆ ବିଧାୟକ  ପ୍ରଦୀପ କୁମାର ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସାଂସଦଙ୍କ ପ୍ରତିନିଧି ପ୍ରକାଶ ଚନ୍ଦ୍ର ରଣବିଜୁଳି ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ହଜ ସରପଞ୍ଚ ଦମୟନ୍ତୀ ସାମନ୍ତରାୟ, ସମିତି ସଭ୍ୟ ଦିଲ୍ଲୀପ ବଡ଼ଜେନା, ସିକୋ ସରପଞ୍ଚ ସନ୍ତୋଷି ରାୟ, ସମିତି ସଭ୍ୟ ଅଞ୍ଜଳି ସାହୁ, ଶଗଡଭଙ୍ଗା ସରପଞ୍ଚ ଲିଳା ସ୍ଵାଇଁ, ସମିତି ସଭ୍ୟ ଦୁର୍ଗା ଚରଣ ମଙ୍ଗରାଜ, ୨୪ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ତନୁଜା ‌ପାଟ୍ଟଶାଣୀ, ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଉପଧ୍ୟକ୍ଷା ସାବିତ୍ରୀ ମହାପାତ୍ର, ବେଗୁନିଆ ବିଡିଓ ଲକ୍ଷ୍ମୀଧର ସାହୁ, ଖୋର୍ଦ୍ଧା ‌ଉଦ୍ୟାନ‌ କୃଷି ସହକାରୀ ନିର୍ଦ୍ଦେଶକ ସ୍ମିତା ମହାନ୍ତି ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

‌ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନୀୟ ଚାଷୀ ମାନଙ୍କର ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ସଂରକ୍ଷିତ ନେଇ ଉଚିତ ବଜାର ଦରରେ ବିକ୍ରୀ ପାଇଁ ସହାୟକ ହେଵା ସହ‌ ଆଗାମୀ ଦିନରେ ଏହି ଅଞ୍ଚଳରେ ଅଧିକ ପରିବା ଚାଷ କରାଯିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିଵ ବୋଲି ସ୍ଥାନୀୟ ଲୋକ ଆଶା ପ୍ରକଟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.