Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ
ଆଜିର ଖବର

ମା’ଭଗବତୀଙ୍କ ପୀଠରେ ଷଷ୍ଠୀ ଓଷା, ପାର୍ବଣ ପ୍ରସ୍ତୁତି ପାଇଁ ଷଷ୍ଠୀ ବ୍ରତ ଧାରଣ କଲେ ସେବାୟତ

September 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଉପକୂଳ ଓଡ଼ିଶାର ମହାନ ପର୍ବ ଷଷ୍ଠୀ ଓଷା, ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ପୁରପଲ୍ଲୀର ପ୍ରତି ଘରେ ଭାଗ୍ୟର ଦେବୀ ଷଷ୍ଠୀଦେବୀଙ୍କୁ ଛଅତିଅଣ ଛ, ଭଜା, ସହିତ ନାନାଦି ପ୍ରକାର ପିଠାପଣା, କ୍ଷିରୀ ଖେଚଡ଼ି କରି ପୂଜାକରାଯାଏ। ଏହି ଦିନ ଗୃହମାନଙ୍କରେ ମା’ଙ୍କୁ ପୂଜା ଆରଧନା କଲେ ଘରର ସମସ୍ତଙ୍କୁ ମା’ ସମସ୍ଥ ବିପଦ ଆପଦ , ରୋଗ ବୈରାଗରୁ ରକ୍ଷା କରିବା ସହିତ ଅଶେଷ ଆୟୁଷ ଓ ଉତ୍ତମଭାଗ୍ୟ ପ୍ରଦାନ କରିଥାନ୍ତି ବୋଲି ବିଶ୍ୱାସ ଅଛି। ଏଣୁ ପ୍ରତିଟି ଓଡ଼ିଆ ଘରମାନଙ୍କରେ ସ୍ୱତନ୍ତ୍ର ଷଠିଘର ସ୍ଥାପନ କରି ଜନ୍ମ ସମୟରୁ ଏହିଦିନ ମା’ଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ଆରାଧନା କରାଯାଏ।

ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀନ ଶକ୍ତିପୀଠ ମା’ଭଗବତୀଙ୍କ ମନ୍ଦିରରେ ମଧ୍ୟ ଏହି ପର୍ବ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମା’ଙ୍କୁ ସ୍ୱୟଂ ଷଷ୍ଠି ଦେବୀ ଭାବରେ ମଧ୍ୟ ବିଶ୍ୱାସ କରାଯାଇ ଏହି ପର୍ବ ପାଳନ କରାଯିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଏହି ଦିନ ପ୍ରତ୍ୟୁଷରୁ ମା’ଙ୍କ କେବଳ ଅଙ୍ଗରାଗ ମାଜଣା ପରେ ବେଶ ହୋଇ ସକାଳର କୌଣସି ନୀତିକାନ୍ତି ହୋଇ ନ ଥିଲା।

ମଧ୍ୟାହ୍ନରେ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ ନାନାଦି ରଙ୍ଗବେରଙ୍ଗର ପାଟ ପତନି ସହିତ ବେଲପତ୍ର ମନ୍ଦାରମାଳ ପରିଧାନ କରି ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟ ଛତା କାହାଳୀ , ବାଦ୍ୟରେ ପିତ୍ରାଳୟଶ୍ରୀ ଶ୍ରୀଦକ୍ଷେଶ୍ଵର ମନ୍ଦିରରୁ ବାହାରି ବଡ଼ ଦାଣ୍ଡରେ ଯାତ୍ରା କରି ନିଜ ମନ୍ଦିରକୁ ବିଜେ କରିଥିଲେ। ଯାତ୍ରା ସମୟରେ ମା’ଙ୍କର ବିଜେ କାହାଳୀ ଶବ୍ଦ ଶୁଣି ପ୍ରତିଟି ଘରମାନଙ୍କରେ ଗୃହିଣୀମାନେ ଶଙ୍ଖ ହୁଳହୁଳି ପକାଇ ଷଷ୍ଠୀଦେବୀଙ୍କୁ ପୂଜା ଆରାଧାନା ସହିତ ନାନାଦି ନୈବେଦ୍ୟ ଅର୍ପଣ ପୂର୍ବକ ପରିବାର ସହିତ ସଂସାରରମଙ୍ଗଳ କାମନା କରିଥିଲେ।

ମା’କାଠି ଠାକୁରାଣୀ ମନ୍ଦିରରେ ବିଜେ କରିବାପରେ ପୂଜକ ସାଆନ୍ତ , ପାଳିଆ ମାଳି ମା’ଙ୍କ ସମ୍ମୁଖରେ କୁମ୍ଭ , ସପ୍ତମୁଖୀ ଦୀପ ସ୍ଥାପନ ସହିତ ଛଅଟି ସରାରେ ନୈବେଦ୍ୟ (ବଲ୍ଲଭ,ନଡ଼ିଆ ପାତି ଆଦି) ଅର୍ପଣ କରି ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଆବାହନ କରି .ଷଠି ସୂତା ଲାଗି କରିବା ସହିତ ଷୋଡ଼ଷ ଉପଚାରରେ ପୂଜା ଓ ଆଳତି ବନ୍ଦାପନା କରି ସଂସାରରମଙ୍ଗଳ କାମନା କରିଥିଲେ। ମା’ଙ୍କୁ ଷଷ୍ଠୀ ଦେବୀ ଭାବରେ ଦର୍ଶନକରି ଆଶୀର୍ବାଦ ଲାଭ ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପରେ ମା’ଙ୍କ ପାଖରେଶଙ୍କୁଡ଼ି ଧୂପରେ, କ୍ଷିରି ଖେଚଡ଼ି ,ମାଛ ମହୁର, ଆମ୍ବିଳ, ଶାଗମୁଗ,ଭଜା,ଏଣ୍ଡୁରି ଲାଗି ହୋଇ ଧୂପ ଆଳତି ବଢିଥିଲା। ମା’ଙ୍କ ପ୍ରତିଟି ସେବାୟତ ପରିବାରର ସମସ୍ତେ ଷଠିସୂତା ଧାରଣ କରି ତାଙ୍କରି ଆଶୀର୍ବାଦ କାମନା ସହିତ ପ୍ରସାଦ ସେବନ କରିଥିଲେ।

ଆଜିଠାରୁ ମା’ଭଗବତୀଙ୍କ ପାର୍ବଣ ପ୍ରସ୍ତୁତି ଆରମ୍ଭ ‘ ଲଳିତା ସପ୍ତମୀରେ ମା’ଙ୍କ ପାଣି ତୋଳା ଯାତ୍ରା ସହିତ ଚିଲିକାରେ ନୌବିହାର କରି ଭଉଣୀ ମା’କାଳିଜାଇ ଙ୍କୁ ପାର୍ବଣ ପାଇଁ ନିମନ୍ତ୍ରଣ କରି ଆଜ୍ଞାମାଳ ନେଇ ଫେରିବା ପରେ ଦୁର୍ଗାଷ୍ଟମୀରୁ ଦେବୀଶୟନ କରିବେ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ମା’ଭଗବତୀଙ୍କ ଷୋଳ ପର୍ବ ଆରମ୍ଭ ହେବା। ମା’ଙ୍କ ଶୃଙ୍ଖଳିତ ଷଷ୍ଠୀ ଓଷା ପୂଜାନୀତି ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ ସମସ୍ତ ପ୍ରକାର ବିଧିବ୍ୟବସ୍ଥା ଯୋଗାଇଦିଆଯାଇଥିବାକଥା କାର୍ଯ୍ୟନିର୍ବାହୀଙ୍କଠାରୁ ପ୍ରକାଶ।

DurgaPuja DurgaPuja2024 ଭାଦ୍ରବ ଶୁକ୍ଳ ମା'ଭଗବତୀ ଷଷ୍ଠୀ ଓଷା
Share. Facebook Twitter LinkedIn Email WhatsApp Copy Link

Related Posts

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Latest News

ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଉପରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

March 30, 2026

ଜିଓ ପକ୍ଷରୁ ସାରା ଓଡ଼ିଶାରେ ସଚେତନତା ଅଭିଯାନ ସହିତ ଜାତୀୟ ସୁରକ୍ଷା ମାସ ପାଳନ

March 30, 2026

ଏମଏଲସି ପଦରୁ ନୀତିଶ କୁମାରଙ୍କ ଇସ୍ତଫା ପରେ କିଏ ହେବ ବିହାରର ମୁଖ୍ୟମନ୍ତ୍ରୀ?: ଚର୍ଚ୍ଚାରେ ଏହି ସବୁ ନାମ

March 30, 2026

ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା ଆୟୋଜିତ

March 30, 2026

ବ୍ଲକ ପ୍ରଶାସନ ତରଫରୁ ମଧୁବାବୁ ପେନସନ, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଓ ସହାୟକ ଉପକରଣ ବଣ୍ଟନ

March 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.