Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡକୁ ପରାସ୍ତ କରି WTC ରେ ଭାରତର ଖେଳକୁ ବିଗାଡ଼ି ଦେଲା ଶ୍ରୀଲଙ୍କା?: ଜାଣନ୍ତୁ ପଏଣ୍ଟ ଟେବୁଲର ସ୍ଥିତି
ଆଜିର ଖବର

ଇଂଲଣ୍ଡକୁ ପରାସ୍ତ କରି WTC ରେ ଭାରତର ଖେଳକୁ ବିଗାଡ଼ି ଦେଲା ଶ୍ରୀଲଙ୍କା?: ଜାଣନ୍ତୁ ପଏଣ୍ଟ ଟେବୁଲର ସ୍ଥିତି

September 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତୃତୀୟ ତଥା ଶେଷ ଟେଷ୍ଟରେ ଇଂଲଣ୍ଡକୁ ଶ୍ରୀଲଙ୍କା 8 ୱିକେଟରେ ପରାସ୍ତ କରିଛି। ଏହାପୂର୍ବରୁ ଶ୍ରୀଲଙ୍କା 2014 ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିତିଥିଲା। ବର୍ତ୍ତମାନ 10 ବର୍ଷ ପରେ, ଇତିହାସର ପୁନରାବୃତ୍ତି କରି ଶ୍ରୀଲଙ୍କା ପୁଣି ଥରେ ନିଜ ଘରେ ଇଂଲଣ୍ଡକୁ ପରାସ୍ତ କରିଛି। ତେବେ ଶ୍ରୀଲଙ୍କାର ଏହି ବିଜୟ ପରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ କ୍ଷତି ସହିଛି କି? ଆସନ୍ତୁ ଜାଣିବା ଏହି ମ୍ୟାଚ୍ ପରେ ପଏଣ୍ଟ ଟେବୁଲର ସ୍ଥିତି କ’ଣ?

ଇଂଲଣ୍ଡ ବିପକ୍ଷରେ ବିଜୟ ସହ ଶ୍ରୀଲଙ୍କା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ନିଜକୁ ପଞ୍ଚମ ସ୍ଥାନରେ ରଖିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର 2023-25 ​​ଚକ୍ରରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ 7 ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ସେମାନେ 3 ଟି ଜିତିଛନ୍ତି ଏବଂ 4 ଟି ହାରିଛନ୍ତି। ଦଳର ବିଜୟ ପ୍ରତିଶତ ହେଉଛି 42.86। ହାରିଥିବା ଇଂଲଣ୍ଡ ଷଷ୍ଠ ସ୍ଥାନରେ ରହିଛି। ଏହି ଚକ୍ରରେ ଇଂଲଣ୍ଡ ଏପର୍ଯ୍ୟନ୍ତ 16 ଟି ଟେଷ୍ଟ ଖେଳିଛି, ଯେଉଁଥିରେ ସେମାନେ 8 ଟି ଜିତିଛନ୍ତି, 7 ରେ ହାରିଛନ୍ତି ଏବଂ 1 ଡ୍ରରେ ହୋଇଛି। ଇଂଲଣ୍ଡର ବିଜୟ ପ୍ରତିଶତ ହେଉଛି 42.19।

ଶ୍ରୀଲଙ୍କାର ବିଜୟ ଯୋଗୁଁ ଭାରତ କ୍ଷତି ସହିଲା କି?:

ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଜୟ କାରଣରୁ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ କୌଣସି କ୍ଷତି ହୋଇନାହିଁ। ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ଟିମ୍ ଇଣ୍ଡିଆ ଟେବୁଲର ଶୀର୍ଷ ସ୍ଥାନରେ ଥିଲା ଏବଂ ଏବେ ମଧ୍ୟ ସମାନ ସ୍ଥାନରେ ଅଛି। ଭାରତୀୟ ଦଳ ଏହି ଚକ୍ରରେ ଏପର୍ଯ୍ୟନ୍ତ 9 ଟି ଟେଷ୍ଟ ଖେଳିଛି ଯେଉଁଥିରେ ସେମାନେ 6 ଟି ଜିତିଛନ୍ତି, 2 ରେ ହାରିଛନ୍ତି ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛି। ଟିମ୍ ଇଣ୍ଡିଆର ବିଜୟ ପ୍ରତିଶତ ହେଉଛି 68.52।

ଭାରତୀୟ ଦଳ ବାଂଲାଦେଶ ବିପକ୍ଷ ପରବର୍ତ୍ତୀ ଟେଷ୍ଟ ସିରିଜ ଖେଳିବ। 19 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ବାଂଲାଦେଶ ମଧ୍ୟରେ 2 ଟି ଟେଷ୍ଟ ଖେଳାଯିବ।

ପଏଣ୍ଟ ଟେବୁଲର ଶ୍ରେଷ୍ଠ- 5 ଦଳ:

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ଶୀର୍ଷ ସ୍ଥାନରେ ରହିଛି। ତା’ପରେ ବିଜୟ ପ୍ରତିଶତ 62.50 ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡ 50.00 ପ୍ରତିଶତ ବିଜୟ ସହ ତୃତୀୟ, ବାଂଲାଦେଶ 45.83 ବିଜୟ ସହ ଚତୁର୍ଥ ଏବଂ ଶ୍ରୀଲଙ୍କା 42.86 ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି।

ICC World Test Championship indian cricket team Points Table
Share. Facebook Twitter LinkedIn Email WhatsApp Copy Link

Related Posts

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Latest News

ପୁରୀରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

July 20, 2026

କେଜିବିଭି ୱାର୍ଡେନଙ୍କ ନିମନ୍ତେ ପାଞ୍ଚଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 20, 2026

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.